ଭାରତରେ ସବୁଠାରୁ ଶସ୍ତା କାର୍, ପ୍ରାଇସ୍ ୩.୯୯ ଲକ୍ଷ ଟଙ୍କାରୁ ଆରମ୍ଭ, ମାଇଲେଜ୍ ମଧ୍ୟ ରହିଛି ବେଷ୍ଟ

ପ୍ରାୟତଃ ସମସ୍ତେ ଚାହିଁଥାନ୍ତି ଯେ ବହୁତ କମ୍ ପ୍ରାଇସରେ ଗୋଟିଏ ଭଲ କାର୍ କିଣିବା ପାଇଁ । ଭାରତୀୟ ବଜାରରେ ଆପଣଙ୍କ ପାଇଁ ଏହିପରି ଅନେକ ଅପ୍ସନ ରହିଛି, କିନ୍ତୁ ଆପଣଙ୍କ ପାଇଁ କେତୋଟି ଭଲ ଅପ୍ସନ ହେବ ତାହା ଜାଣନ୍ତୁ । ଯାହାର ପ୍ରାଇସ୍ ୫ ଲକ୍ଷ ଟଙ୍କାରୁ କମ୍ ରହିଛି । ଆସନ୍ତୁ ଜାଣିବା ଏହି କାରଗୁଡିକ ବିଷୟରେ ।

Maruti Suzuki Alto K10 :

ପ୍ରଥମ କାର୍ ନାମ ହେଉଛି Maruti Suzuki Alto K10, ଯାହା ଅଧିକ ସେଲ୍ ହେଉଛି । କମ୍ପାନୀର Alto K10 ରେ ୧ ଲିଟର ଡୁଆଲ୍ ଜେଟ୍ ପେଟ୍ରୋରଲ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୬୭ PS ର ପାୱାର ଏବଂ ୮୯Nm ର ଟର୍କ ପ୍ରଡ୍ୟୁସ୍ କରିପାରିବ । ଏଥିରେ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ କିମ୍ବା ଏକ ୫-ସପିଡ୍ AMT ଟ୍ରାନ୍ସମିସନର ଅପ୍ସନ ରହିଛି । ଏହା ସହିତ Alto K10 CNG ଭର୍ସନ୍ ମଧ୍ୟ ଊପଲବ୍ଧ । ଏଥିରେ idle-engine start/stop technology ମଧ୍ୟ ମିଳିବ । ଏହି କାରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ପ୍ରାଇସ୍ ୩.୯୯ ଲକ୍ଷ ଟଙ୍କା ହୋଇଛି ।

Maruti Suzuki Celerio :

ସେକେଣ୍ଡ କାର୍ ହେଉଛି Maruti Suzuki Celerio, ଯାହା ଶସ୍ତା କାର ମଧ୍ୟରୁ ଗୋଟିଏ । Celerio ରେ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୬୭bhp ର ଅଧିକ ପାୱାର୍ ଏବଂ ୮୯ nm ର ପିକ୍ ଟର୍କ ନେରେଟ୍ କରିବାରେ ସକ୍ଷମ ହୋଇଥାଏ । Celerio ର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ୩୬ ହଜାର ଟଙ୍କା ଅଛି । ଏହା ଭାରତୀୟ ବଜାରରେ ମୋଟ୍ ୪ ଟି ଭ୍ୟାରିଆଣ୍ଟରେ ଉପଲବ୍ଧ ।

Tata Tiago :

ଥାର୍ଡ କର୍ ହେଉଛି Tata Tiago । ଏହି କାର୍ ଆପଣଙ୍କ ବଜେଟ୍ ସେଗମେଣ୍ଟରେ ଏକଦମ୍ ଫିଟ୍ ହୋଇପାରିବ । ଟାଟାର ଏହି କାରରେ ୧.୨ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୮୬bhp ର ଅଧିକ ପାୱାର୍ ଏବଂ ୧୧୩nm ର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ ହୋଇଥାଏ । Tiago ରେ ଆପଣ CNG ପାୱାର ଟ୍ରେନର ଅପ୍ସନ ମଧ୍ୟ ପାଇପାରିବେ । ଭାରତୀୟ ବଜାରରେ ଆପଣଙ୍କୁ ୪ ଲକ୍ଷ ୯୯ ହଜାର ଟଙ୍କା ମୂଲ୍ୟରେ Tata Tiago ମିଳିବ ।

Maruti Suzuki S-Presso :

ଚତୁର୍ଥ କାର୍ ହେଉଛି Maruti Suzuki S-Presso, ଯାହାକୁ ଆପଣ ନିଜ ବଜେଟ୍ ଅନୁଯାୟୀ ଆଣିପାରିବେ । ଏହି କାର୍ କମ୍ପାନୀର ଏକ ସୁଲଭ କାର୍, ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୪.୨୬ ଲକ୍ଷ ଟଙ୍କା ହୋଇଛି । S-Presso ରେ Alto K10 ର ଇଞ୍ଜିନ୍ ମିଳିଥାଏ । ଏହି କାରର ବେସ୍ ଭ୍ୟାରିଆଣ୍ଟ ୫ ଲକ୍ଷ ଟଙ୍କାରୁ କମରେ ଆସିଥାଏ । S-Presso ର ୧-ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି, ଯାହାକି 68PS ର ପାୱାର ଏବଂ ୯୦nm ର ଟର୍କ ପ୍ରଡ୍ୟୁସ କରିଥାଏ ।