୪ ରୁ ୭ ଲକ୍ଷ ଟଙ୍କା ଭିତରେ ମିଳୁଥିବା ସିଏନଜି କାର ଲିଷ୍ଟ, ଯାହା ଦେବ ଆପଣଙ୍କୁ ସାନଦାର ଫିଲିଙ୍ଗ୍‌

ଭାରତରେ ଡିଜେଲ ଏବଂ ପେଟ୍ରୋଲର ଦାମ୍‌ ଆକାଶ ଛୁଆଁ। ଏମିତିରେ ଗ୍ରାହକ ଇଲେକଟ୍ରିକ ଏବଂ ସିଏନଜି କାର ଆଡକୁ ବେଶି ଆକର୍ଷିତ ହେଉଛନ୍ତି। ଏହି କାରଣରୁ କମ୍ପାନୀ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ଏବେ ସିଏନଜି ସହିତ କାର ଗୁଡିକୁ ଲଞ୍ଚ୍‌ କରୁଛି। ତେଣୁ ଆପଣ ଯଦି ଭଲ CNG କାର ଚାହୁଁଛନ୍ତି ଏବଂ ତାହପୁଣି କମ୍‌ ଦାମରେ ଆପଣଙ୍କ ବଜେଟ ମୁତାବକ ହୋଇଥିବ ତାହେଲେ ଆମେ ଆଜି ଆପଣଙ୍କୁ କିଛି ସିଏନଜି କାର ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ୪ ଲକ୍ଷରୁ ୭ ଲକ୍ଷ ଟଙ୍କା ଭିତରେ ମିଳିଯିବ। ତାହେଲେ ଆସନ୍ତୁ ଜାଣିବା ସେହି କାର ବିଷୟରେ।

Tata Tiago CNG

ଏହି କାର କିଛି ସମୟ ପୂର୍ବରୁ ସିଏନଜି ସହିତ ଲଞ୍ଚ୍‌ ହୋଇଛି। ବଜେଟରେ ଏହା ଆପଣଙ୍କ ପାାଇଁ ବହୁତ ସାନଦାର କାର ହେବ। ଏହାର ପ୍ରାରମ୍ଭିକ ଦାମ୍‌ ୬.୦୯ ଲକ୍ଷ ଟଙ୍କା ରହିଛି। ସେହିପରି ଟପ୍‌ ମଡେଲର ଦାମ୍‌ ୭.୬୪ ଲକ୍ଷ ଟଙ୍କା ରହିଛି।

ମାରୁତି ସୁଜୁକି ସିଲେରିଓ ସିଏନଜି

ଏହା ଦେଶର ସବୁଠାରୁ ଅଧିକ ମାଇଲେଜ୍‌ ଦେଉଥିବା କାର ମଧ୍ୟରୁ ଗୋଟିଏ। ଏହି କାରକୁ ଯଦି ଆପଣ ସିଏନଜି ମଡେଲରେ କିଣିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କୁ ୬.୫୮ ଟଙ୍କାରେ ମିଳିଯିବ।

ହ୍ୟୁଣ୍ଡାଇ ସାଣ୍ଟ୍ରୋ

ଏହି ପପୁଲାର ହ୍ୟାଚବ୍ୟାକରେ ଆପଣଙ୍କୁ ସିଏନଜିର ଅପ୍ସନ ମିଳିଥାଏ। କାରର ମାଇଲେଜ ମଧ୍ୟ 30kmpl ଠାରୁ ଅଧିକ ରହିିଛି। ଏହି କାର ବେସ୍‌ ଭେରିୟଣ୍ଟର ଦାମ୍‌ ୪ ଲକ୍ଷ ୨୮ ହଜାର ଟଙ୍କା ରହିଛି। ସେହିପରି ଟପ୍‌ ମଡେଲକୁ ଆପଣ ୬.୩୮ ଲକ୍ଷ ଟଙ୍କାରେ କିଣିପାରିବେ।

Wagon R CNG

ଏହା ମାରୁତିର ସବୁଠାରୁ ପପୁଲାର ଏବଂ ଅଧିକ ବିକ୍ରି ହେଉଥିବର କାର ମଧ୍ୟରୁ ଅନ୍ୟତମ। ଏହି ବଢ଼ିଆ ମାଇଲେଜ କାରର ସିଏନଜି ମଡେଲକୁ ଆପଣ ୫.୩୮ ଲକ୍ଷ ଟଙ୍କାରେ କିଣି ଘରକୁ ଆଣିପାରିବେ।