ଗତ ବର୍ଷ ୨୦୨୪ ରେ ଅଧିକ ସେଲ୍ ହୋଇଛି SUV, ଗାଡ଼ିର ପ୍ରାଇସ ଠାରୁ ଆରମ୍ଭ କରି ଫିଚର୍ସ ପର୍ଯ୍ୟନ୍ତ ଜାଣନ୍ତୁ ସବୁକିଛି
କାର୍ ସେଲ୍ସ ରିପୋର୍ଟ ସାମ୍ନାକୁ ଆସିଛି । ଗତ ବର୍ଷ ସାରା ଦେଶରେ ଗାଡ଼ିଗୁଡିକ ବହୁତ ମାତ୍ରାରେ ସେଲ୍ ହୋଇଥିଲା । କିନ୍ତୁ ୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଦେଶରେ ଅଧିକ ସେଲ୍ ହୋଇଥିବା SUV ଲିଷ୍ଟରେ TATA ର ନାମ ଟପରେ ରହିଛି । Tata Punch ଦେଶରେ ଅଧିକ ସେଲ୍ ହୋଇଥିବା SUV ରେ ପରିଣତ ହୋଇଛି । ଏହା ଦର୍ଶାଏ ଯେ କେବଳ Punch ର ପ୍ରାଇସ୍ ନୁହେଁ, ଏହି ଗାଡ଼ିର ଫିଚର୍ସ ମଧ୍ୟ ଲୋକଙ୍କ ମନ କିଣିଛି ।
ଜାପାନର ଅଟୋମେକର୍ସଙ୍କ କାର୍ Maruti WagonR ଗତ ବର୍ଷ ୧.୯୧ ଲକ୍ଷ ୟୁନିଟ୍ସର ସେଲ୍ ହୋଇଛି । ସେହିଭଳି Tata Punch ୨.୦୨ ଲକ୍ଷ ୟୁନିଟ୍ସ ସେଲ୍ ହୋଇଥିଲା ।
Tata Punch :
Tata Punch ହେଉଛି ଏକ ୫-ସିଟର କାର୍ । ଏହି ଗାଡ଼ି ମାର୍କେଟରେ ୩୧ ଭ୍ୟାରିଆଣ୍ଟର ସାମିଲ୍ ଅଛି । ଏହି କାର୍ ୫ଟି କଲର ଅପ୍ସନରେ ରହିଛି । ଏହି ଗାଡ଼ିରେ R16 ଡାଏମଣ୍ଡ କଟ ଆଲୋଇ ହୁଇଲଲଗାଯାଇଛି । ଭାରତୀୟ ବଜାରରେ TATA ର ଗାଡ଼ି ବେଷ୍ଟ ସେଫ୍ଟି ଫିଚର୍ସ ଦେବା ପାଇଁ ଜଣାଶୁଣା । TATA ର ଏହି ଗାଡ଼ି ଗ୍ଲୋବାଲ NCAP ରୁ କ୍ରାସ୍ ଟେଷ୍ଟରେ ୫-ଷ୍ଟାର୍ ସେଫ୍ଟି ରେଟିଂ ମିଳିଛି ।
Tata Punch ର ପାୱାର :
Tata Punch ରେ ୧.୨ ଲିଟର ରେଭୋଟ୍ରନ୍ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ୬,୭୦୦ rpm ରେ ୮୭.୮ PS ର ପାୱାର ମିଳିଥାଏ ଏବଂ ୩,୧୫୦ ରୁ ୩,୩୫୦ rpm ପର୍ଯ୍ୟନ୍ତ ୧୧୫ Nm ର ଟର୍କ ମିଳିଥାଏ । ଏହି ଗାଡ଼ି ଇଞ୍ଜିନ୍ ସହିତ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଲଗାହୋଇଛି । ସେହିଭଳି ଟପ୍ ଭ୍ୟାରିଆଣ୍ଟରେ ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ମିଳିଥାଏ ।
TATA ର ଏହି କାରର ପେଟ୍ରୋଲ ଭ୍ୟାରିଆଣ୍ଯରେ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ARAI ମାଇଲେଜ୍ ୨୦.୦୯ kmpl ରହିଛି । ସେହିଭଳି ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଏହି କାର୍ ୧୮.୮ kmpl ର ମାଇଲେଜ୍ ଦେବାକୁ ଦାବି କରିଛି । ଏହି କାର୍ ମାର୍କେଟରେ CNG ଭ୍ୟାରିଆଣ୍ଟରେ ମଧ୍ୟ ଉପଲବ୍ଧ ଅଛି । Tata Punch CNG ଗାଡ଼ିର ARAI ମାଇଲେଜ୍ ୨୬.୯୯ km/kg ରହିଛି ।
Tata Punch ର ଫିଚର୍ସ :
Tata ର ଏହି କାରରେ ଇଲେକ୍ଟ୍ରିକ୍ ସନରୁଫ୍ ଲାଗିଛି । ଗାଡ଼ିରେ ୨୬.୦୩ ସେଣ୍ଟିମିଟରର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ଦିଆଯାଇଛି । ଏହି କାରରେ ମୋବାଇଲ୍ ଫୋନକୁ ଚାର୍ଜ କରିବା ପାଇଁ ୱାୟାରଲେସ୍ ଚାର୍ଜିଂର ଫିଚର ମଧ୍ୟ ସାମିଲ ଅଛି । Tata Punch ର ପ୍ରାଇସ୍ ବିଷୟରେ କହିବାକୁ ଗଲେ ଏହି ଗାଡ଼ିର ଏକ୍ସ-ସୋରୁମ୍ ପ୍ରାଇସ୍ ୬,୧୨,୯୦୦ ଟଙ୍କାରୁ ଆରମ୍ଭ ହୋଇଛି ।