ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା: ଜାଣନ୍ତୁ କଣ ରହିଛି ଭାଇରାଲ ଖବର ପଛର ସତ୍ୟତା

ପରିବାରରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା । ଏମିତି ଏକ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଲୋକମାନଙ୍କୁ ପ୍ରଭାବିତ କରୁଛି | ବର୍ତ୍ତମାନ ଏହା ଦେଖିବାକୁ ମିଳିଛି ଯେ ୟୁଟ୍ୟୁବରେ ଏକ ଭିଡିଓ ଚାଲିଛି ଯେଉଁଥିରେ ଦାବି କରାଯାଇଛି ଯେ ‘ମହିଳାମାନଙ୍କୁ ୨.୨ ଲକ୍ଷ ଟଙ୍କା ନଗଦ ଏବଂ କେନ୍ଦ୍ର ସରକାର ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି।’ ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ପିଆଇବି ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।
ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଟ୍ୱିଟ କରାଯାଇ ଏହାର ସତ୍ୟାସତ୍ୟ ସମ୍ପର୍କରେ ଆଲୋଚନା କରାଯାଉଛି । ପିଆଇବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦାବିରେ କିଛି ସତ୍ୟତା ନାହିଁ । ପିଆଇବି ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ଖବର ସମ୍ପର୍କରେ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କୌଣସି ଯୋଜନା ପ୍ରସ୍ତୁତ କରାଯାଇନଥିବା ଟ୍ୱିଟରେ କୁହାଯାଇଛି । ଏମିତି କୌଣସି ମେସେଜ ଆପଣଙ୍କ ନିକଟକୁ ଆସିଲେ ଏହାକୁ ଫରୱାର୍ଡ ନକରିବା ପାଇଁ ଟ୍ୱିଟରେ ସୂଚନା ଦଆଯାଇଛି। ଏପରି କିଛି ମେସେଜକୁ ଦେଖି ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ପାଇଁ କୁହାଯାଇଛି ।
एक #YouTube वीडियो में यह दावा किया जा रहा है कि केंद्र सरकार सभी महिलाओं को ‘प्रधानमंत्री नारी शक्ति योजना’ के तहत 2 लाख 20 हजार रूपए की नकद धनराशि और साथ ही ₹25 लाख तक का लोन दे रही है#PIBFactCheck
▶️यह दावा #फर्जी है
▶️केंद्र सरकार द्वारा ऐसी कोई योजना नहीं चलाई जा रही है pic.twitter.com/IhdMF1LXhE
— PIB Fact Check (@PIBFactCheck) February 22, 2022
ଯଦି ଏହା ସତ୍ୟ କି ମିଥ୍ୟା ତାହା ଉପରେ ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ତେବେ PIB Fact Check ସାହାଯ୍ୟରେ ଏହି ଦ୍ୱନ୍ଦ୍ୱକୁ ଦୂରକରିପାରିବେ। ଆପଣ ଆପଣଙ୍କର ପ୍ରଶ୍ନଗୁଡିକ +918799711259 କିମ୍ବା [email protected] କୁ ପଠାଇ ପାରିବେ। ୱିଙ୍ଗର ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି ।