ଲିକ୍ ହେଲା Toyota Innova EVର ଫିଚର୍ସ, ସିଙ୍ଗଲ୍ ଚାର୍ଜରେ ଦେବ ବଢ଼ିଆ ରେଞ୍ଜ

ନିକଟରେ Toyota Innova EV କୁ ଜାକର୍ତ୍ତାରେ ଅନୁଷ୍ଠିତ ଇଣ୍ଡୋନେସିଆ ଇଣ୍ଟରନ୍ୟାସନାଲ୍ ମୋଟର ଶୋ’ରେ ପ୍ରଦର୍ଶିତ କରାଯାଇଛି । ଏହି କାରଟି ୨୦୨୨ରେ ଅନୁଷ୍ଠିତ ମୋଟର ଇଭେଣ୍ଟରେ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ଏବେ ଟୋୟୋଟା ଏହାର ଡିଜାଇନରେ ଅନେକ ପରିବର୍ତ୍ତନ କରିଛି । ଏହି ଇଭେଣ୍ଟ ସମୟରେ, କମ୍ପାନୀ ଏହି ଗାଡିର ପାୱାରଟ୍ରେନ୍ ଏବଂ ବ୍ୟାଟେରୀ ରେଞ୍ଜ ମଧ୍ୟ ପ୍ରକାଶ କରିଛି ।
Toyota Innova EV ପାୱାର:
ଟୋୟୋଟାର ଏହି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କାରଟି ୫୯.୩ kWh ଲିଥିୟମ-ଆୟନ ବ୍ୟାଟେରୀ ସହିତ ଆସିବାକୁ ଯାଉଛି । ଏହି ବ୍ୟାଟେରୀ ୧୭୯ hp ପାୱାର ଏବଂ ୭୦୦ Nm ଟର୍କ ଜେନେରେଟ କରେ । ଏହି ଇଲେକ୍ଟ୍ରିକ୍ କାରର ବ୍ୟାଟେରୀକୁ AC ଏବଂ DC ଉଭୟ ଚାର୍ଜିଂ ସିଷ୍ଟମରେ ଚାର୍ଜ କରାଯାଇପାରିବ । ବ୍ୟାଟେରୀ ପ୍ୟାକ୍ ପ୍ରକାଶ କରିବା ପରେ ବି ଟୋୟୋଟା ଏପର୍ଯ୍ୟନ୍ତ ଗାଡ଼ିର ରେଞ୍ଜ ପ୍ରକାଶ କରିନାହିଁ ।
Innova EV ଡିଜାଇନ୍:
ଟୋୟୋଟା ଇନୋଭାର ଏହି ଇଲେକ୍ଟ୍ରିକ୍ ମଡେଲର ଡିଜାଇନ୍ ଡିଜେଲ ପାୱାର୍ଡ ଇନୋଭା କ୍ରିଷ୍ଟା ଠାରୁ ଟିକିଏ ଭିନ୍ନ । କାରଟିର ଗ୍ରୀଲ୍ ପାଖରେ ଏଙ୍ଗୁଲାର ହେଡଲାଇଟ୍ ଲଗାଯାଇଛି, ଯାହା ଏକ ପତଳା ଷ୍ଟ୍ରିପ୍ ସହିତ କନେକ୍ଟ କରାଯାଇଛି । ଏହି ହେଡଲାଇଟରେ ନୂଆ LED ସିଗନେଚର ବ୍ୟବହାର କରାଯାଇଛି । ଏହାର ବମ୍ପରରେ ସ୍ଲିମର୍ ଫଗ୍ ଲାଇଟ୍ ମଧ୍ୟ ଲାଗିଛି । ଏହି ଇଲେକ୍ଟ୍ରିକ୍ କାରରେ ନୂଆ ୧୬ ଇଞ୍ଚ ଆଲଏ ହ୍ଵିଲ୍ ବ୍ୟବହାର କରାଯାଇଛି ।
Innova EV ଫିଚର୍ସ:
ଟୋୟୋଟାର ଏହି ଇଲେକ୍ଟ୍ରିକ୍ କାରର କ୍ୟାବିନ୍ ଇନୋଭା କ୍ରିଷ୍ଟା ସହିତ ବହୁତ ସମାନ । କିନ୍ତୁ ଏହି ଗାଡ଼ିର ଏକ ସମତଳ ଫର୍ସ ଅଛି, ଯାହା ତଳେ ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି । ଏହା କାରର ପଛରେ ବାସୁଥିବା ଯାତ୍ରୀମାନଙ୍କ ପାଇଁ ସ୍ପେସ ବୃଦ୍ଧି କରିଛି । ଏହି କାରରେ କୌଣସି ଗିଅର ଲିଭର ନାହିଁ । ଇନୋଭା EVରେ ବଡ଼ ଇନଫୋଟେନମେଣ୍ଟ ସ୍କ୍ରିନ୍, ଲେଦର କଭର୍ଡ ଷ୍ଟିଅରିଂ ହ୍ଵିଲ୍, ଦ୍ୱିତୀୟ ରୋ’ ରେ କ୍ୟାପ୍ଟେନ ସିଟ୍, ୱାୟାରଲେସ୍ ଚାର୍ଜିଂ ଏବଂ ଆମ୍ବିଏଣ୍ଟ ଲାଇଟିଂ ଭଳି ଅନେକ ଫିଚର୍ସ ପ୍ରଦାନ କରାଯାଇଛି ।