ବ୍ୟବସାୟ ଓ ଅର୍ଥନୀତି

Toyota ଲଞ୍ଚ୍‌ କଲା ନୂଆ ମଡେଲ କାର୍‌, ଆପେ ହେବ ଚାର୍ଜ, ଜାଣନ୍ତୁ କେତେ ରହିଛି ଦାମ୍‌

Toyota ନିଜ ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ କାରକୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। ଏହି କାର୍‌ର ଖାସିୟତ୍‌ ହେଉଛି, ଏହା ନିଜେ ହିଁ ଚାର୍ଜ ହୋଇଥାଏ। ଏହାସହ କାର୍ବନ ନିଃସରଣକୁ କମ୍‌ କରିଥାଏ। Toyotaର କହିବା ମୁତାବକ, Vellfire କାରରେ ଦେଢ଼ ଲିଟରିଆ ୪ ସିଲିଣ୍ଡର ଥିବା ଗ୍ୟାସୋଲିନ୍‌ ହାଇବ୍ରିଡ ଇଞ୍ଜିନ ଅଛି, ଯାହାକି ୧୧୫ ହର୍ସ ପାଓ୍ଵାର କ୍ଷମତା ପ୍ରଦାନ କରିଥାଏ। ସେହିପରି ଫ୍ରଣ୍ଟ ଇଲେକ୍ଟ୍ରିକ୍‌ ମୋଟର 143 psର ପାଓ୍ଵାର ଏବଂ ରିୟର ମୋଟର 68psର ପାଓ୍ଵାର ଜେନେରେଟ୍‌ କରିଥାଏ। Vellfire ଇଞ୍ଜିନରେ ଦୁଇଟି ଇଲେକ୍ଟ୍ରିକ୍‌ ମୋଟର ଏବଂ ଗୋଟିଏ ହାଇବ୍ରିଡ୍‌ ବ୍ୟାଟେରୀ ରହିଛି।

କାର୍‌ର ଫିଚର୍ସ

Toyota Vellfireରେ ୧୭ ଜେବିଏଲ୍‌ ପ୍ରିମିୟମ୍‌ ଅଡିଓ ଥିବା ୧୭ଟି ସ୍ପୀକର ଦିଆଯାଇଛି। ଏଥିରେ ପାଓ୍ଵାର ଅଡ୍‌ଜଷ୍ଟେବଲ୍‌ ସିଟ୍‌ ସହିତ ଅଟୋମ୍ୟାନ୍‌ ଫଙ୍କସନ, ୧୬ କଲର୍‌ abridged light ଏବଂ ସୁପର ଲଙ୍ଗ୍‌ ସିଟ୍‌ ସ୍ଲାଇଡିଂ ଫଙ୍କସନ ମିଳିବ। କାର୍‌ର ମିଡିଲରେ ପାଓ୍ଵାର ଅଡ୍‌ଜଷ୍ଟେବଲ୍‌ VIP seat ମିଳିବ, ଯାହା କୁଲ୍ଡ, ହିଟିଂ ଫଙ୍କସନ ଏବଂ ଲେଗ୍‌ ସିଟ୍‌ ସହିତ ଆସିବ। ପ୍ରିମିୟମ୍‌ ଫିଚର୍ସରେ ଆପଣଙ୍କୁ ୩ ଜୋନ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ, ୧୩ ଇଞ୍ଚର ରିୟର ଇଣ୍ଟରଟେନ୍‌ମେଣ୍ଟ ସ୍କ୍ରିନ୍‌ ଏବଂ ଟ୍ଵିନ୍‌ ସନ୍‌ରୁଫ ମିଳିବ। କେବଳ ଏତିକି ନୁହେଁ, କାର୍‌ରେ ୭ ଏୟାରବ୍ୟାଗସ୍‌, ଗୋଟିଏ ପାନୋରାମିକ୍‌ ଭ୍ୟୁ ମନିଟର, ଭେହିକଲ୍‌ ଡାଏନାମିକ୍‌ ମ୍ୟାନେଜମେଣ୍ଟ ଏବଂ ଫ୍ରଣ୍ଟ ଓ ରିୟରରେ ପାର୍କିଂ ସେନ୍‌ସର ଦିଆଯାଇଛି। କାର୍‌ ସମ୍ମୁଖରେ ବଡ଼ ଗ୍ରିଲ୍‌ର ଅଟୋ ଏଲ୍‌ଇଡି ହେଡ୍‌ଲ୍ୟାମ୍ପସ୍‌ ଏବଂ ଡେଟାଇମ୍‌ ରନିଙ୍ଗ୍‌ ଲାଇଟ୍‌ ଲଗାଯାଇଛି। ଏହାର ତଳେ ଫଗ୍‌ ଲ୍ୟାମ୍ପ୍‌ ଏବଂ ଆଗରେ ଓ ପଛରେ sequential turn lights ଦିଆଯାଇଛି।

କାର୍‌ର ଦାମ୍‌

କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ନବୀନ ସୋନିଙ୍କ କହିବା ଅନୁସାରେ, ଦେଶସାରା ଥିବା Toyota Vellfireର ଶୋ’ରୁମ୍‌ରେ ଏହାର ମୂଲ୍ୟ ରହିଛି ୭୯.୫ ଲକ୍ଷ ଟଙ୍କା। ଏ ପଯ୍ୟର୍ନ୍ତ ୧୮୦ ୟୁନିଟ୍‌ ବୁକିଂ ହୋଇସାରିଲାଣି।

Roshni

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

51 seconds ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

16 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

26 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

37 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago