ଲଞ୍ଚ ହେବାକୁ ଯାଉଛି Toyota Urban Cruiser EV, ମିଳିବ ବଜବରଦସ୍ତ ଫିଚର୍ସ

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ Toyota Urban Cruiser EV ସାମ୍ନାକୁ ଆସିଛି । ଜବରଦସ୍ତ ରେଞ୍ଜ ଏବଂ ପାୱାରଫୁଲ୍ ବ୍ୟାଟେରୀ ପ୍ୟାକ୍ ସହିତ ଆସୁଥିବା Urban Cruiser EV କୁ ବହୁତ ପସନ୍ଦ କରାଯାଉଛି । Toyota ର ଏହି EV ସମାନ ପ୍ଲାଟଫର୍ମରେ ଡିଜାଇନ୍ ହୋଇଛି, ଯେଉଁଥିରେ Maruti E Vitara କୁ ଡିଜାଇନ୍ କରାଯାଇଛି ।
Toyota ଏହି ମଡେଲକୁ ଭାରତରେ Maruti Vitara ଇଲେକ୍ଟ୍ରିକ୍ ଲଞ୍ଚ ପରେ ହିଁ ଭାରତୀୟ ବଜାରରେ ଲଞ୍ଚ କରିପାରିବ । Maruti Suzuki, E Vitara ଉପରେ ବେସ୍ଡ ଏହି SUV ରେ ଅନେକ ସମାନତା ରହିଛି । ଏହି କାରରେ ନୂଆ ଡିଜାଇନର LED ଡ଼େ ଟାଇମ୍ ରନିଂ ଲାଇଟ୍, ହେଡ଼ଲ୍ୟାମ୍ପ, ଆଲଏ ହୁଇଲ୍ ଏବଂ ମୋଡିଫାଏଡ୍ ରିୟର ପ୍ରୋଫାଇଲ୍ ଦିଆଯାଇଛି ।
Urban Cruiser EV ର ଫିଚର୍ସ :
ଏହା ସହିତ କାରରେ ଆପଣଙ୍କୁ କନ୍ନେକ୍ଟେଡ୍ ଆପ୍, ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍, ସନରୁଫ୍ ଏବଂ JBL ସାଉଣ୍ଡ ସିଷ୍ଟମ୍ ରହିଛି । ସେଫ୍ଟି ଫିଚର୍ସ ପାଇଁ Urban Cruiser EV ରେ ୩୬୦- ଡିଗ୍ରୀ କ୍ୟାମେରା ଏବଂ ADAS ଫିଚର୍ସ ଦିଆଯାଇଛି । ଏଥିରେ ADAS ସୁଟରେ ଆଡପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, lane departure alert ଏବଂ lane-keep ଆସିଷ୍ଟ ମଧ୍ୟ ସାମିଲ ଅଛି ।
Maruti Suzuki e-Vitara ପରି ଦୁଇଟି ପାୱାର ଟ୍ରେନ୍ କନଫିଗିରେସନ୍ ସହିତ Toyota Urban Cruiser EV କୁ ସାମ୍ନାକୁ ଆଣିଛି । ଏହି SUV ୪୯kWh ଏବଂ ୬୧ kWh କ୍ଷମତା ବିଶିଷ୍ଟ ଲିଥିୟମ୍-ଆଇରନ୍ ଫସଫେଟ୍ ସେଲର ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହିତ ମିଳିବାକୁ ଯାଉଛି । ଛୋଟ ବ୍ୟାଟେରୀ ସହିତ ଫ୍ରଣ୍ଟ axle-mounted ଇଲେକ୍ଟ୍ରିକ୍ ମୋଟର ୧୪୪ hp ର ପାୱାର ଏବଂ ୧୮୯ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହା ସହ ବଡ଼ ବ୍ୟାଟେରୀ ଭ୍ୟାରିଆଣ୍ଟର ମୋଟର ୧୭୪ hp ର ପାୱାର ଏବଂ ୧୮୯ Nm ର ଟର୍କ ଜେନେରେଟ୍ କରିବାର ସକ୍ଷମ ରହିଛି ।
Toyota Urban Cruiser EV କୁ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ ହୋଇପାରିବ । ଭାରତୀୟ ବଜାରରେ ଏହି Tata Curve, Hyundai Creta Electric ଏବଂ Mahindra BE 6 କୁ କଡ଼ା ଟକ୍କର ଦେଇପାରେ । Toyota Urban Cruiser SUV ରେ ୪୯ kWh ଏବଂ ୬୧ kWh କ୍ଷମତା ଭଳି ଲିଥିୟମ-ଆଇରନ୍ ବ୍ୟାଟେରୀ ପ୍ୟାକ୍ ସହିତ ଲଞ୍ଚ କରାଯାଇପାରିବ । ଏହି ଇଲେକ୍ଟ୍ରିକ୍ SUV ର ରେଞ୍ଜ ପ୍ରାୟ ୫୦୦KM ପର୍ଯ୍ୟନ୍ତ ହେବ ।