Toyota Vellfire କିଣିବା ପାଇଁ କେତେ କରିବାକୁ ହେବ ଡାଉନ ପେମେଣ୍ଟ, ଜାଣନ୍ତୁ EMI ର ପୁରା ହିସାବ

Toyota Vellfire ଏକ ପାୱାରଫୁଲ୍ କାର୍ । ଏହି କାରଟି ଅନେକ ବଲିଉଡ୍ ଷ୍ଟାରଙ୍କ କଲେକ୍ସନରେ ମଧ୍ୟ ଏହି ଗାଡ଼ି ସାମିଲ ଅଛି । ଏହି ପାୱାରଫୁଲ୍ କାରର ପ୍ରାଇସ୍ ଏକ କୋଟିରୁ ଅଧିକ ରହିଛି । Toyota Vellfire ର ଦୁଇଟି ଭ୍ୟାରିଆଣ୍ଟ ଭାରତୀୟ ବଜାରରେ ସାମିଲ ଅଛି । ଏହାର ବେସ୍ ମଡେଲ Hi (ପେଟ୍ରୋଲ) ଅନ୍-ରୋଡ୍ ପ୍ରାଇସ୍ ୧.୩୯ କୋଟି ଟଙ୍କା ରହିଛି । ଏହି ଗାଡ଼ିକୁ ଲୋନରେ ଆଣିପ୍ରତି ମାସ EMI ଆମାଉଣ୍ଟ ଭରି ଏହି ଗାଡିକୁ ନିଜ ନାଁରେ କରିପାରିବେ ।

Toyota Vellfire କିଣିବା ପାଇଁ ଆପଣଙ୍କୁ ବ୍ୟାଙ୍କରୁ ୧.୨୫ କୋଟି ଟଙ୍କା ଲୋନ୍ ମିଳିବ । କାର୍ ଲୋନର ଆମାଉଣ୍ଟ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ନିର୍ଭର କରେ । ଯଦି ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ତେବେ ଆପଣ କାରର ପ୍ରାଇସରୁ ଅଧିକ ଲୋନ୍ ପାଇପାରିବେ । ଏହି କାର୍ ଉପରେ ଦିଆଯାଉଥିବା ସୁଧ ଅନୁଯାୟୀ, ଆପଣଙ୍କୁ ପ୍ରତି ମାସରେ ନିର୍ଦ୍ଧିଷ୍ଟ ଆମାଉଣ୍ଟ ବ୍ୟାଙ୍କରେ ଜମା କରିବାକୁ ପଡିବ ।

• Toyota Vellfire କିଣିବା ପାଇଁ ଆପଣଙ୍କୁ ୧୩.୯୦ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ କରିବାକୁ ପଡିବ ।

• ଏହି Toyota କାର୍ କିଣିବା ପାଇଁ ଯଦି ଆପଣ ଚାରି ବର୍ଷ ପାଇଁ ଲୋନ୍ ନିଅନ୍ତି ଏବଂ ବ୍ୟାଙ୍କ ଏହି ଲୋନ ଉପରେ ୯% ସୁଧ ଆଦାୟ କରିବ, ତେବେ ଆପଣଙ୍କୁ ପ୍ରତି

ମାସରେ ପ୍ରାୟ ୩.୧୧ ଲକ୍ଷ ଟଙ୍କା EMI ଦେବାକୁ ପଡିବ ।

• ଯଦି ଆପଣ ଏହି ଲୋନକୁ ୫ ବର୍ଷ ପାଇଁ ନିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୯% ସୁଧରେ ୨.୬୦ ଲକ୍ଷ ଟଙ୍କା କିସ୍ତି ଦେବାକୁ ପଡିବ ।

• ଏହି Toyota କାର୍ କିଣିବା ପାଇଁ ଯଦି ଆପଣ ୬ ବର୍ଷ ପାଇଁ ଲୋନ୍ ନିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ବ୍ୟାଙ୍କରେ ପ୍ରାୟ ୨.୨୬ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ।

• ଏହି ଗାଡ଼ିକୁ କିଣିବା ପାଇଁ ଯଦି ଆପଣ ୭ ବର୍ଷ ପାଇଁ ଲୋନ୍ ନିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୯ ଲ୪ ସୁଧରେ ପ୍ରାୟ ୨ ଲକ୍ଷ ଟଙ୍କା ଦେବାକୁ ପଡିବ ।