ବ୍ୟବସାୟ ଓ ଅର୍ଥନୀତି

ଟ୍ରାଇ ଲଞ୍ଚ କଲା ନୂଆ TV Channel Selector ଆପ୍‌, ଏବେ ସହଜରେ ମୋଡିଫାଏ କରିପାରିବେ DTH ଏବଂ କେବୁଲ ସବସ୍କ୍ରିପସନ

ଟ୍ରାଇ DTH ସବସ୍କ୍ରାଇବର୍ସଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆ TV Channel Selector ଆପକୁ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ୟୁଜର ନିଜର ଡିଟିଏଚ/କେବୁଲ ସବସ୍କ୍ରିପସନକୁ ଚେକ କରିବା ସହିତ ଅଫର କରାଯାଇଥିବା ପ୍ୟାକ ବିଷୟରେ ମଧ୍ୟ ସୂଚନା ପାଇପାରିବେ। ଏହି ଆପର ଖାସିୟତ ହେଉଛି ଏହାଦ୍ୱାରା ୟୁଜରଙ୍କ ରିୟଲ ଟାଇମ ଡାଟା ମିଳିଥାଏ। ଟ୍ରାଏ ଜଣାଇଛି ଯେ ଏହି ଆପ୍‌ ସର୍ଭିସ ପ୍ରୋଭାଇଡରରେ ଏପିଆଇ ଜରିଆରେ ସବସ୍କ୍ରାଇବରର ଡାଟା ଉଠାଇଥାଏ।

ଆଣ୍ଡ୍ରଏଡ୍‌ ଏବଂ  iOSରେ ଉପଲବ୍ଧ ହେଉଛି ଏହି ଆପ୍‌

ଟ୍ରାଇର ଚ୍ୟାନେଲ ସିଲେକ୍ଟର ଆପକୁ ଆଣ୍ଡ୍ରଏଡ୍‌ ଏବଂ ଉଭୟ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି। ଏହି ଆପର ଉପଯୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏଥିରେ ସର୍ଭିସ ପ୍ରୋଭାଇଡରକୁ ସିଲେକ୍ଟ କରି ମୋବାଇଲ ନମ୍ବର, ସବସ୍କ୍ରାଇବର ଆଇଡି କିମ୍ବା ସେଟ-ଅପ-ବକ୍ସ ନମ୍ବର ଏଣ୍ଟର କରିବାକୁ ହେବ। ଏହାପରେ ୟୁଜରଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ OTP ଆସିବ। ଯଦି ଆପଣଙ୍କର ରେଜିଷ୍ଟର୍ଡ ମୋବାଇଳ ନମ୍ବର ନାହିଁ ତାହେଲେ ଟ୍ରାଇର କହିବାନୁଯାୟୀ OTP ଆପଣଙ୍କ ଟିଭି ସ୍କ୍ରିନ ଉପରେ ଆସିଯିବ।

ମିଳିବ ଆକାଉଣ୍ଟ ବାଲାନ୍ସ ବିବରଣୀ

ସବସ୍କ୍ରାଇବର ଆକାଉଣ୍ଟ ବିଷୟରେ ସମସ୍ତ ସୂଚନା ଆପଣଙ୍କ ଏହି ଆପରେ ମିଳିବ। ଏହାସହିତ ବୁକେ ସଂଖ୍ୟା ଏବଂ ଇଣ୍ଡିଭିଜୁଆଲ ଚ୍ୟାନେଲ ସହିତ ସବସ୍କ୍ରାଇବର ଦ୍ୱାରା ସବସ୍କ୍ରାଇବ କରାଯାଇଥିବା ଟୋଟାଲ ଚ୍ୟାନେଲ ବିଷୟରେ ମଧ୍ୟ ଆପଣଙ୍କୁ ଜଣାପଡିବ।

ସହଜରେ ଜାଣିପାରିବେ ନିଜ ପସନ୍ଦର ଚ୍ୟାନେଲ

ଏହି ଆପ୍‌ ଜରିଆରେ ଆପଣ ନିଜର ପସନ୍ଦର ଚ୍ୟାନେଲକୁ ଚୟନ କରିପାରିବେ। ଏହାସହିତ ୟୁଜର ସେହି ଚ୍ୟାନେଲକୁ ହଟାଇ ବି ପାରିବେ ଯାହାକୁ ସେ ଦେଖୁନାହାନ୍ତି। ଟ୍ରାଇ ଅନୁଯାୟୀ ଏହି ଆପ ଏବେ ଡିଟିଏଚ ଅପରେଟର ଏବଂ ମଲଟି ସିଷ୍ଟମ ଅପରେଟର୍ସ ସହିତ କାମ କରୁଛନ୍ତି ଯେଉଁଥିରେ ଏୟାରଟେଲ, D2h, ଡିସ ଟିଭି, ଇନଡିଜିଟାଲ, ସିଟି ନେଟଓ୍ଵାର୍କ ଏବଂ ଟାଟା ସ୍କାଏ ଆଦି ସାମିଲ ରହିଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago