ନୂଆ ବର୍ଷରୁ ଆସୁଛି ନୂଆ ନିୟମ, ଏବେ ଲ୍ୟାଣ୍ଡଲାଇନରୁ କଲ କଲେ ପ୍ରଥମେ ଡାଏଲ କରିବାକୁ ପଡିବ ଜିରୋ

ସାରା ଦେଶରେ ଏବେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କ ପାଇଁ ଜାନୁଆରୀ 1 ରୁ ନମ୍ବର ପୂର୍ବରୁ ଶୂନ୍ୟ ଲଗାଇବା ବାଧ୍ୟତାମୂଳକ ହେବ । ଦୂରସଞ୍ଚାର ବିଭାଗ ଏନେଇ TRAI ର ପ୍ରସ୍ତାବକୁ ଗ୍ରହଣ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଏହିପରି କଲ୍ ପାଇଁ 29 ମଇ 2020 ରେ ନମ୍ବର ପୂର୍ବରୁ ‘ଶୂନ’ ରଖିବାକୁ ସୁପାରିଶ କରିଥିଲା । ଏହା ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଅଧିକ ନମ୍ବର ବନାଇବାରେ ସାହାଯ୍ୟ କରିବ ।

ଟେଲିକମ୍ ବିଭାଗ 20 ନଭେମ୍ବରରେ ଜାରି ଏକ ବିବୃତ୍ତିରେ କହିଛି ଯେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ନମ୍ବର ଡାଏଲ୍ କରିବା ତରିକାରେ ପରିବର୍ତ୍ତନ ପାଇଁ TRAI ର ସୁପାରିଶ ଗ୍ରହଣ କରାଯାଇଛି । ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନ ସେବା ପାଇଁ ଏହା ପର୍ଯ୍ୟାପ୍ତ ସଂଖ୍ୟା ସୃଷ୍ଟି କରିବାରେ ସହଜ ହେବ । ସର୍କୁଲାର ଅନୁଯାୟୀ, ନିୟମ ଲାଗୁ କରିବା ପରେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ପାଇଁ ନମ୍ବର ପୂର୍ବରୁ ଶୂନ ଡାଏଲ କରିବାକୁ ପଡିବ ।

TRAI recommends 11-digit mobile numbers, prefix “0” to dial mobile numbers  from a landline – Technology

ଟେଲିକମ୍ ବିଭାଗ କହିଛି ଯେ ଟେଲିକମ୍ କମ୍ପାନୀଗୁଡ଼ିକୁ ସମସ୍ତ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ ଶୂନ ଡାଏଲିଂ ସୁବିଧା ଯୋଗାଇବାକୁ ପଡିବ। ଏହି ସୁବିଧା ବର୍ତ୍ତମାନ ନିଜ ଅଞ୍ଚଳରୁ ବାହାରେ କଲ୍ ପାଇଁ ଉପଲବ୍ଧ । ଏହି ନୂତନ ସିଷ୍ଟମ ଗ୍ରହଣ କରିବାକୁ ଟେଲିକମ୍ କମ୍ପାନୀଗୁଡ଼ିକୁ ଜାନୁଆରୀ 1 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଡାଏଲ୍ ପଦ୍ଧତିର ଏହି ପରିବର୍ତ୍ତନ ଟେଲିକମ୍ କମ୍ପାନୀଗୁଡ଼ିକୁ ମୋବାଇଲ୍ ସେବା ପାଇଁ 254.4 କୋଟି ଅତିରିକ୍ତ ସଂଖ୍ୟା ସୃଷ୍ଟି କରିବା ପାଇଁ ସୁବିଧା ଦେବ ଯାହାକି ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.