ଟିଭି ଚ୍ୟାନେଲ ରିହାତି ଅଫରରେ ରୋକ ଲଗାଇ ପାରନ୍ତି ଟ୍ରାଇ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପ୍ରଭାବ ପକାଇବ

ବ୍ରଡ୍‌କାଷ୍ଟର ଏବଂ ବିତରକ ତରଫରୁ ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ମେଗା ଅଫର ଉପରେ ନଜର ରଖିଛି ଟ୍ରାଇ। ଦୂରସଂଚାର ନିୟାମକ ଅନୁଯାୟୀ, ଏହି ଅଫର ଯୋଗୁଁ ଗ୍ରାହକଙ୍କୁ ସଠିକ୍‌ ଚ୍ୟାନେଲ ଚୟନ କରିବା ଉପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳୁନାହିଁ। ଏହି ରିହାତିରେ ଲଗାମ ଲଗାଇବା ପାଇଁ ଟ୍ରାଇ ଏକ ପରାମର୍ଶ ପତ୍ର ଜାରି କରି ହିତାଧିକାରୀଙ୍କ ରାୟ ମାଗିଛନ୍ତି।

ସୂଚନାଯୋଗ୍ୟ, ଗ୍ରାହକଙ୍କୁ ଅତିରିକ୍ତ ଚ୍ୟାନେଲ ବୋଝରୁ ମୁକ୍ତି ଦେବା ପାଇଁ ୨୯ ଡିସେମ୍ବର, ୨୦୧୮ରୁ ଏକ ନୂଆ ନିୟମ ଲାଗୁ ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ଟିଭି ଚ୍ୟାନେଲ ବ୍ରଡ୍‌କାଷ୍ଟର ଏବଂ ଡିଷ୍ଟ୍ରିବ୍ୟୁସନ ଅପରେଟର ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିିତ କରିବା ପାଇଁ ନୂଆ ନୂଆ ଅଫର ଆଣୁଛନ୍ତି। ଏଥିରେ ଗ୍ରାହକ ଚୟନ କରୁଥିବା ଚ୍ୟାନେଲ ଉପରେ ମଧ୍ୟ ରିହାତି ଦିଆଯାଉଛି।

ଏମିତିରେ ଉପଭୋକ୍ତାକୁ କେତେକ ଅନାବଶ୍ୟକ ଚ୍ୟାନେଲ ପାଇଁ ମଧ୍ୟ ପଇସା ଦେବାକୁ ପଡିଥାଏ। ଦୂରସଂଚାର ନିୟାମକ ଟ୍ରାଇ ପକ୍ଷରୁ କୁହାଯାଇଛି, ନିୟମରେ ପରିବର୍ତ୍ତନ ହେବା ସତ୍ତ୍ୱେ ଗ୍ରାହକ ଚ୍ୟାନେଲ ଚୟନ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇ ନାହାନ୍ତି । ଟ୍ରାଇ ପକ୍ଷରୁ ରିହାତି, ବୁକ୍‌ କରିବାର ଆବଶ୍ୟକତା ଏବଂ ସେଲିଂ ପ୍ରାଇସ ଉପରେ ୩୦ ସେପେ୍ଟମ୍ବର ପର‌୍ୟ୍ୟନ୍ତ ହିତାଧିକାରୀଙ୍କୁ ରାୟ ମାଗିଛନ୍ତି।

ନିୟମ କୋହଳର ଫାଇଦା ଉଠାଯାଉଛି

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ନୂଆ ନିୟମ ଢାଞ୍ଚା ଅନୁଯାୟୀ ଦର୍ଶକଙ୍କୁ ଟିଭି ଚ୍ୟାନେଲ ଚୟନ କରିବା ପାଇଁ ଅଧିକାର ଦେବାର ରହିଥିଲା। ଏହା ଜରିଆରେ ଦର୍ଶକ ନିଜର ମାସିକ ବିଲକୁ ନିୟନ୍ତ୍ରିତ କରି ପାରିଥାନ୍ତେ, କିନ୍ତୁ ବ୍ରଡ୍‌କାଷ୍ଟର ଏବଂ ଡିଷ୍ଟ୍ରିବ୍ୟୁସନ ଅପରେଟର ଏହି ନିୟମ ବିରୁଧରେ ଯାଇ ଅନେକ ନୂଆ ନୂଆ ଅଫର ଆଣୁଛନ୍ତି। ଯାହାର ଫାଇଦା ମଧ୍ୟ ସେମାନେ ଉଠାଉଛନ୍ତି। ନୂଆ ନିୟମ ଉପରେ ରୋକ୍‌ ଲଗାଇବା ପାଇଁ କୌଣସି ନିୟମ ମଧ୍ୟ ନାହିଁ। ଏମିତିରେ ଟିଭି ଦର୍ଶକଙ୍କ ହିତରେ ଟ୍ରାଇ ଏହି ଅଫର ଉପରେ ଲଗାମ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଚ୍ୟାନେଲ ମୂଲ୍ୟରେ ଭ୍ରମ

ଟ୍ରାଇ ଉକ୍ତ ପରାମର୍ଶ ପତ୍ରରେ କହିଛନ୍ତି, ସେବା ପ୍ରଦାନ କମ୍ପାନୀ ଏବଂ ଅପରେଟରଙ୍କ ପକ୍ଷରୁ ଉପଭୋକ୍ତାମାନଙ୍କୁ ଚ୍ୟାନେଲ ବୁକ୍‌ କରିବା ନେଇ ୭୦ ପ୍ରତିଶତ ରିହାତି ମିଳୁଛି। ବେଳେ ବେଳେ ଅନେକ ଚ୍ୟାନେଲ ଏକା ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି କରିବା ଦ୍ୱାରା ଗ୍ରାହକଙ୍କୁ ଉକ୍ତ ଚ୍ୟାନେଲର ବାସ୍ତବିକ ପଇସା ବିଷୟରେ ଜଣାପଡେ ନାହିଁ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

17 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago