TRAIର ତାଗିଦା, ଜିଓର ଏହି ପୋଷ୍ଟ ପେଡ ପ୍ଲାନ ଗୁଡିକର ସୁବିଧା ନେବା ପାଇଁ ଆପଣଙ୍କୁ ଦାଖଲ କରିବାକୁ ହେବ ସିକ୍ୟୁରିଟି

ରିଲାଏନ୍ସ ଜିଓ କମ୍ପାନୀ କିଛି ପୋସ୍ତପେଡ଼ ପ୍ଲାନ ସର୍ଭିସ ଲଞ୍ଚ କରିଛି । ନିକଟରେ କମ୍ପାନୀ ୩୯୯ ଟଙ୍କାରୁ ଆରମ୍ଭ କରି ୧୪୯ ଟଙ୍କା ପର୍ଯ୍ୟନ୍ତ ପୋଷ୍ଟ ପେଡ ପ୍ଲାନ ନିକଟରେ ଲଞ୍ଚ କରିଛି । ଏହି ପ୍ଲାନ ଗୁଡିକରେ ଗ୍ରାହକ ମାନଙ୍କୁ ଅନଲିମିଟେଡ଼ ଟକ ଟାଇମ ସହ, ଡାଟା ରୋଲ ଓଭର ସୁବିଧା ବି ମିଳିପାରିବ । ଟ୍ରାଇ ବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁଯାୟୀ, ଏହି ପ୍ଲାନ ଗୁଡିକର ସୁବିଧା ନେବାକୁ ଚାହୁଁଥିବା ଗ୍ରାହକ ମାନଙ୍କୁ ସିକ୍ୟୁରିଟି ବାବଦ ଅର୍ଥ ଦାଖଲ କରିବାକୁ ହେବ । ଆଉ ଏହି ନିୟମକୁ ଟ୍ରାଇ ପକ୍ଷରୁ ବାଧ୍ୟତା ମୂଳକ କରାଯାଇଛି । ୧୪୯୯ ଟଙ୍କିଆ ପୋଷ୍ଟ ପେଡ ପ୍ଲାନ ପାଇଁ ୟୁଜର ମାନଙ୍କୁ ୧୮୦୦ ଟଙ୍କା ଦାଖଲ କରିବାକୁ ହେବ । ୩୯୯ ଟଙ୍କିଆ ପ୍ଲାନର ସୁବିଧା ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ୫୦୦ ଟଙ୍କା, ୫୯୯ ଟଙ୍କା ସୁବିଧା ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ୭୫୦ ଟଙ୍କା, ୭୯୯ ଟଙ୍କିଆ ପ୍ଲାନର ସୁବିଧା ନେବାକୁ ଚାହୁଁଥିବା ୟୁଜରଙ୍କୁ ୧୦୦୦ ଟଙ୍କା, 999 ଟଙ୍କିଆ ସୁବିଧା ନେବାକୁ ଚାହୁଁଥିବା ୟୁଜରଙ୍କୁ ୧୨୦୦ ଟଙ୍କା ଦାଖଲ କରିବାକୁ ହେବ ।

କହିରଖିବା ଉଚିତ ହେବକି, କମ୍ପାନୀ ତରଫରୁ ଗତ ମାସ ପାଞ୍ଚଟି ପୋଷ୍ଟ ପେଡ ପ୍ଲାନ ଲଂଚ କରାଯାଇଥିଲା । ଏହି ପ୍ଲାନ ଗୁଡିକରେ ବିମାନ ଯାତ୍ରା ସମୟରେ ବାର୍ତ୍ତାଳାପ ସୁବିଧା ସହ ଇଣ୍ଟରନ୍ୟାସନାଲ ରୋମିଙ୍ଗ ସୁବିଧା ବି ଉପଲବ୍ଧ ଅଛି । କହିରଖିବା ଉଚିତ ହେବକି ବିମାନ ଯାତ୍ରା ସମୟରେ ମୋବାଇଲ ସେବା ସୁବିଧା ପ୍ରଦାନ କରିବାରେ ଜିଓ ହେଉଛି ପ୍ରଥମ କମ୍ପାନୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.