ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ, ଏବେ ମହଙ୍ଗା ହୋଇଯିବ ଟ୍ରେନ୍‌ ଟିକେଟ୍‌ ଦର

ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରେଲେଓ୍ଵର ନୂଆ ନିୟମ ପରେ ଏବେ ମହଙ୍ଗା ହୋଇଛି ଟିକେଟ୍‌ ଦାମ୍‌। ରିପୋର୍ଟ ମୁତାବକ ଇଣ୍ଡିଆନ୍‌ ରେଲୱେ ଏବେ ଏୟାରପୋର୍ଟ ଭଳି ରେଳ ଷ୍ଟେସନରୁ ବି ୟୁଜର ଚାର୍ଜ ଆଦାୟ କରିବାକୁ ପ୍ରସ୍ତୁତି ଚଳାଇଛି। ଆସନ୍ତାମାସରେ ମୋଦି କ୍ୟାବିନେଟ୍‌ ରେଲୱେ UDF କୁ ମଞ୍ଜୁରୀ ଦେଇପାରେ। ତେବେ ବର୍ତ୍ତମାନ ଅଳ୍ପ କେତେକ ଷ୍ଟେସନରେ ଏହି ଟଙ୍କା ଆଦାୟ କରାଯିବ। ଚାର୍ଜ ଲାଗୁ ହେବା ପରେ ଆପଣଙ୍କ ଟିକେଟ୍‌ ଟିକେ ମହଙ୍ଗା ହୋଇଯିବ।

ମିଳିଥିବା ସୂଚନାନୁସାରେ ପ୍ରଥମେ ୧୦ରୁ ୩୫ ଟଙ୍କା ପର୍ଯ୍ୟନ୍ତ UDF ଚାର୍ଜ ଲାଗୁ ହେବ। ଭିନ୍ନ ଭିନ୍ନ ଶ୍ରେଣୀରେ ଭିନ୍ନ ଭିନ୍ନ ୟୁଜର ଫି ଲାଗୁ ହେବ। ୫ଟି କାଟାଗୋରୀରେ UDF ଲାଗୁ ହୋଇପାରେ। ସବୁଠୁ ଅଧିକ ଟଙ୍କା ଏସି-୧ ରେ ଲାଗୁ ହେବାକୁ ଥିବା ବେଳେ ସବୁଠୁ କମ୍‌ ସ୍ଲିପରରେ ଲାଗୁ ହେବ।

train coach3

ଏସି ୧ରେ ୩୦-୪୦ ଟଙ୍କା
ଏସି ୨ରେ ୩୦ ଟଙ୍କା
ଏସି ୩ରେ ୨୫-୩୦ ଟଙ୍କା
ସ୍ଲିପରରେ ୧୦ ଟଙ୍କା

ପ୍ରକାଶ ଯେ ନୂଆଦିଲ୍ଲୀ, ମୁମ୍ବାଇ ସିଏସ୍‌ଟି, ଜୟପୁର, ନାଗପୁର, ଅହମ୍ମଦାବାଦ, ହବିବଗଞ୍ଜ, ଚେନ୍ନାଇ, ଅମୃତସର ଭଳି କେତେକ ଷ୍ଟେସନରେ ଲାଗୁ ହେବ।

Leave A Reply

Your email address will not be published.