ରେଲୱେ ଦେଲା ବଡ଼ ଆଶ୍ୱସ୍ତି, ଏବେ ୫୦ ଟଙ୍କା ନୁହେଁ ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ

ଦେଶରେ କରୋନା ମାମଲା ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ସଂକ୍ରମଣ କମ୍‌ ମାମଲାକୁ ଦେଇ ଭାରତୀୟ ରେଲୱେ ପକ୍ଷରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ସବୁ କୋହଳ ହେବାକୁ ଲାଗିଲାଣି। ରେଲୱେ ପକ୍ଷରୁ ବନ୍ଦ ହୋଇପଡିଥିବା ଟ୍ରେନ ମଧ୍ୟରୁ କିଛି ଟ୍ରେନ ଚାଲିଲାଣି। ଆଉ ଏହା ମଧ୍ୟରେ ବଡ ଆଶ୍ୱସ୍ତିକର ଖବର ଦେଇଛି ରେଲୱେ । ଭାରତୀୟ ରେଲେଓ୍ଵ ନିକଟରେ ବଢିଥିବା ପ୍ଲାଟଫର୍ମ ଟିକେଟ ଦାମ୍‌କୁ କମ୍‌ କରିଛି। ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାରୁ ୧୦ ଟଙ୍କା କରିଛି ରେଲୱେ। ମଧ୍ୟ ରେଲୱେର ମହାପ୍ରବନ୍ଧକ ଅନିଲ କୁମାର ଲାହୋଟୀ ଏହି ସୂଚନା ଦେଇଛନ୍ତି।

ଏହାଛଡା କରୋନା ଟିକା ନେଇଥିବା ଯାତ୍ରୀଙ୍କୁ ବିଶେଷ ସୁବିଧା ଦେଉଛି ରେଲୱେ । ମହାପ୍ରବନ୍ଧକ ଅନିଲ ଲାହୋଟୀଙ୍କ କହିବା ମୁତାବକ, ଦୁଇଟି ଯାକ କରୋନା ଟିକା ନେଇଥିବା ମୁମ୍ବାଇ ଲୋକାଲ ଟ୍ରେନ ଯାତ୍ରୀ ଏବେ ରେଲୱେର ଅଣସଂରକ୍ଷିତ ଟିକେଟ ପ୍ରଣାଳୀ(UTS) ଆପ୍‌ ଜରିଆରେ ମୋବାଇଲ ଫୋନରେ ଦିନିକିଆ ଟିକେଟ ଏବଂ ମାସିକିଆ ଟିକେଟବୁକ୍‌ କରିପାରିବେ।

ସୂଚନାଯୋଗ୍ୟ, ଏହି ଆପ୍‌ ଆଣ୍ଡ୍ରଏଡ ଫୋନ ପାଇଁ ପୂର୍ବରୁ ଉପଲବ୍ଧ ଥିଲା କିନ୍ତୁ ଏବେ IOS ଫୋନରେ ଆଜି ରାତିରୁ ଉପଲବ୍ଧ ହେବ। ତେବେ ଏହି ସୁବିଧାର ଉପଯୋଗ ଆସନ୍ତାକାଲିରୁ ଯାତ୍ରୀମାନେ କରିପାରିବେ। ଏହି ଆପ୍‌ ଜରିଆରେ ଅନଲାଇନ ଟିକେଟ ବୁକ୍‌ କରିବା ପ୍ରଣାଳୀ ଦ୍ୱାରା ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିବ। ରେଲୱେ ଟିକେଟ କାଉଣ୍ଟର ଭିଡ କମ୍‌ ହେବ।

ପୂର୍ବରୁ ଦେଶରେ କରୋନା ସଂକ୍ରମଣ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ଟିକା ନେଇଥିବା ଲୋକଙ୍କୁ ମାସିକିଆ ପାସ୍‌ ନେଇ ଟ୍ରେନରେ ଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିରେ ଯାତ୍ରୀ ଖୁସି ନଥିଲେ। କାରଣ ଯେଉଁ ଲୋକ ମାସକୁ ଦୁଇଥର କିମ୍ବା ଚାରିଥର ଟ୍ରେନ ଯାତ୍ରା କରିଥାଏ, ତେବେ ତାହାକୁ ମାସିକିଆ ପାସ୍‌ କରି ଅଯଥା ଅର୍ଥ ଦେବାକୁ ପଡିଥାଏ। ଏହାକୁ ଧ୍ୟାନରେ ରଖି ଯାତ୍ରାକୁ ସହଜ କରିବା ପାଇଁ ପ୍ରତିଦିନ ଟିକେଟ ନେଇ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.