ଲକଡାଉନରେ ନିଜେ ନିଜେ ଟ୍ରେନ ଟିକେଟ୍ କ୍ୟାନ୍ସଲ କରନ୍ତୁ ନାହିଁ, ନଚେତ କଟିପାରେ ଟଙ୍କା; ରିଫଣ୍ଡକୁ ନେଇ IRCTCର ନୂଆ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ ଏବେ ରେଳବାଇ ମଧ୍ୟ ଏପ୍ରିଲ ୧୪ ଯାଏଁ ସମସ୍ତ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଛି। ତେବେ ଟ୍ରେନ ବନ୍ଦ ହେବା ପରେ ଟିକେଟ ବୁକିଂ କରିଥିବା ଲୋକଙ୍କ ଚିନ୍ତା ବଢିଛି। ଏବେ ଲୋକମାନେ ଯାତ୍ରା ତ କରିପାରିବେନି। ତେବେ ଲୋକଙ୍କ ଏହି ଅସୁବିଧାକୁ ଦେଖି ରେଳ ବିଭାଗ ଟଙ୍କା ରିଫଣ୍ଡ କରିବାକୁ ଘୋଷଣା କରିଛି। ଏପ୍ରିଲ ୧୪ ଯାଏଁ ଲୋକଙ୍କୁ ନିଜ ଆଡୁ ଟିକେଟ କ୍ୟାନ୍ସଲ କରିବା ଆବଶ୍ୟକ ନାହିଁ, ବିଭାଗ ତରଫରୁ ଆପେ ଆପେ ଏହି ଟଙ୍କା ରିଫଣ୍ଡ କରିଦିଆଯିବ। ଏ ନେଇ IRCTC ସୂଚନା ଦେଇଛି।

Image result for irctc

IRCTC ତରଫରୁ କୁହାଯାଇଛି ଯେ ଯାତ୍ରୀ ମାନେ ଆଦୌ ଆତଙ୍କିତ ହୋଇ ନିଜ ଆଡୁ ଟିକେଟ କ୍ୟାନ୍ସଲ କରନ୍ତୁ ନାହିଁ। ଏହା ଫଳରେ ରିଫଣ୍ଡ ଅର୍ଥ କମ ମିଳିପାରେ। ରେଳ ବିଭାଗ ନିଜ ଆଡୁ ସମସ୍ତ ଯାତ୍ରୀଙ୍କୁ ଟଙ୍କା ଫେରାଇବ। ଏଥି ପାଇଁ କିଛି ସମୟ ଲାଗିବ।
ଏଣୁ ତରତର ହୋଇ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ।

corona3

ଏଥିସହ ରେଲୱେ କାଉଣ୍ଟରରୁ ନିଆଯାଇଥିବା ଟିକେଟକୁ କ୍ୟାନ୍ସଲ କରିବା ଅବଧି ଜୁନ ୨୧ ଯାଏଁ ବଢ଼ାଇ ଦିଆଯାଇଛି। ଏହି ଟିକେଟରେ ମଧ୍ୟ ପୂରା ରିଫଣ୍ଡ ମିଳିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.