ମାତ୍ର ୯ ଟଙ୍କାରେ କରନ୍ତୁ ବିଦେଶ ଯାତ୍ରା, ଜମା ବି ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ ଶସ୍ତାରେ ବିମାନ ଯାତ୍ରା କରିବାକୁ ଇଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର  । ଏୟାରଲାଇନ୍ସ କତ୍ତୃପକ୍ଷ ଆପଣଙ୍କ ପାଇଁ ଏକ ଧମାକାଦାର ଅଫର ଲଂଚ କରିଛନ୍ତି  । ଯାହା ଦ୍ୱାରା ଆପଣ ମାତ୍ର ୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ  । ଏହା ଫଳରେ ଆପଣ ମାତ୍ର ୯ ଟଙ୍କାରେ ଭାରତରୁ ଭିଏତନାମ ପର୍ଯ୍ୟନ୍ତ ଯାତ୍ରା କରିପାରିବେ  । ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ କମ୍ପାନୀ ଭିଏତଯେଟ ମାତ୍ର ୯ ଟଙ୍କାରେ ଏୟାର ଟିକେଟ ଅଫର ନେଇ ଆସିଛି  । ଯାହାର ବୁକିଙ୍ଗ ଅଗଷ୍ଟ ୪
ତାରିଖରୁ ଆରମ୍ଭ ହୋଇଯାଇଛି  ।

କହିରଖିବା ଉଚିତ ହେବକି ଏହି ଅଫର ଅଗଷ୍ଟ ୨୬ ତାରିଖ ଯାଏଁ ହିଁ ଅଛି  । କିନ୍ତୁ ଏହି ଅଫରରେ ଦିଆଯାଇଥିବା ସର୍ତ୍ତ ମୁତାବକ ଯଦି ଆପଣ ବୁଧବାର, ଗୁରୁବାର କିମ୍ବା ଶୁକ୍ରବାର ଟିକେଟ ବୁକିଙ୍ଗ କରୁଥାନ୍ତି ତେବେ ଆପଣଙ୍କୁ ଏହି ମୌକା ମିଳିବ  । ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ପ୍ରେସ କନ୍ଫରେନ୍ସରେ ଏବାବଦରେ ସୂଚନା ଦେବାକୁ ଯାଇ କହିଛନ୍ତିକି Vietjet ପକ୍ଷରୁ ଭାରତରୁ ଭିଏତନାମକୁ ଯାତ୍ରା କରିବା ପାଇଁ ୩୦ ହଜାର ସଂଖ୍ୟକ ପ୍ରମୋଶନାଲ ଟିକେଟ ଅଫର କରାଯାଇଛି  । ଯାହାର ମୂଲ୍ୟ ୯ ଟଙ୍କାରୁ ଆରମ୍ଭ ହେଉଛି  । ଅଫର ଅନୁଯାୟୀ ଅଗଷ୍ଟ ୧୫ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ଅଗଷ୍ଟ ୪ ତାରିଖରୁ ୨୬ ତାରିଖ ଯାଏଁ ଟିକଟ ବୁକିଙ୍ଗ କରାଯାଇ ପାରିବ  । ଏହି ସମୟ ସୀମା ଭିତରେ ଆପଣ ବୁଧବାର, ଗୁରୁବାର କିମ୍ବା ଶୁକ୍ରବାର ଦିନ ଟିକଟ ବୁକିଙ୍ଗ କରିପାରିବେ  ।

ଏୟାରଲାଇନ୍ସ କମ୍ପାନୀ Vietjetର କମରସିଆଲ ଡ଼ାଇରେକ୍ଟର ଜୟ ଏଲ ଲିଙ୍ଗେଶ୍ୱର କହିଛନ୍ତିକି, “Vietjet” ୧୭ଟି ରୁଟ ପାଇଁ ଭାରତ ଓ ଭିଏତନାମ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ ଅପରେଟ କରିବ  । କିନ୍ତୁ ଏହା ପରେ ବି ଏୟାରଲାଇନ୍ସ ଭାରତର ମୁଖ୍ୟ ଡେଷ୍ଟିନେସନକୁ ଦକ୍ଷିଣ ପୂର୍ବ ଏସିଆ, ପୂର୍ବତ୍ତର ଏସିଆ ଓ ଏସିଆ ପ୍ରଶାନ୍ତ ସାଗର ସହିତ ଯୋଡିବା ନେଇ ଚେଷ୍ଟା ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.