ପ୍ରଥମ ଥର ପାଇଁ ଏତେ ଶସ୍ତାରେ ମିଳୁଛି ଏହି ଗାଡି, ଜାଣନ୍ତୁ Triumph Speed T4 ର ନୂଆ ପ୍ରାଇସ୍

ଭାରତରେ ସ୍ପୋର୍ଟସ୍ ବାଇକର କ୍ରେଜ୍ ବହୁତ ରହିଛି । ଯଦି ଆପଣ ଭାରତୀୟ ବଜାରରେ ଉପଲବ୍ଧ ଏକ ସ୍ପୋର୍ଟ ଏବଂ ଷ୍ଟାଇଲିସ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କୁ ଏକ ଦମଦାର ବାଇକ୍ ବିଷୟରେ କହିବୁ । ଯାହାର ନାମ ରହିଛି Triumph Speed T4 । କମ୍ପାନି ଏହି ବାଇକ ଉପରେ ୧୭ ହଜାର ଟଙ୍କାର ଡିସକାଉଣ୍ଡ ଘୋଷଣା କରିଛି । ଡିସକାଉଣ୍ଡ ପରେ ଆପଣ ବତ୍ତମାନ ଏହି ବାଇକକୁ ୧ ଲକ୍ଷ ୯୯ ହଜାର ଟଙ୍କାରେ ପାଇବେ ।

ସୂଚନା ପାଇଁ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ଏହି Triumph ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୨.୧୭ ଲକ୍ଷ ଟଙ୍କା ଥିଲା, ଏହା ପରେ ବର୍ତ୍ତମାନ ଏହାର ମୂଲ୍ୟ ୧୮ ହଜାର ଟଙ୍କା ହ୍ରାସ ପାଇଛି ।

Triumph Speed T4 ବାଇକରେ ଆଲଏ ହୁଇଲ୍, ଗୋଲ ହେଡଲାଇଟ୍, ସିଙ୍ଗଲ-ପିସ୍ ଏବଂ ଫ୍ୟୁଏଲ୍ ଟ୍ୟାଙ୍କ୍ ମିଳିଥାଏ । କଲର ଅପ୍ସନ ବିଷୟରେ କହିବାକୁ ଗଲେ Triumph Speed T4 ର ମାର୍କେଟରେ ତିନୋଟି କଲର ଅପ୍ସନ ରହିଛି, ଯାହା ହେଉଛି- Metallic White, Phantom Black ଏବଂ Cocktail Red Wine । Triumph Speed T4 ର ହ୍ୟାଣ୍ଡଲବାର ୮୨୭ mm ରହିଛି । ଏହି ବାଇକରେ ରାଇଡ୍-ବାଏ-ୱାୟାର ଥ୍ରୋଟଲ ସ୍ଲିପ୍ ଏବଂ ଆସିଷ୍ଟ କ୍ଳଚ୍, ଡୁଆଲ ଚ୍ୟାନେଲ ABS ଏବଂ ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ଦିଆଯାଇଛି ।

Triumph Speed T4 ରେ ଷ୍ଟିଲ୍ ଟ୍ରେଲିସ୍ ଫ୍ରେମର ବ୍ୟବହାର କରାଯାଉଛି, ଯେଉଁଥିରେ ବାଇକ୍ ବହୁତ୍ ଷ୍ଟେବଲ୍ ଏବଂ କଣ୍ଟ୍ରୋଲରେ ରହିଥାଏ । ଏଥିରେ ଟେଲିସ୍କୋପିକ୍ ଫ୍ରଣ୍ଟ ଫର୍କ ସସପେନସନ୍ ଏବଂ ମନୋସକ୍ ରିୟର୍ ସସପେନସନ୍ ମିଳିଥାଏ । ବ୍ରେକିଂ ସିଷ୍ଟମ ବିଷୟରେ କହିବାକୁ ଗଲେ ଏହାର ଫ୍ରଣ୍ଟ ଏବଂ ରିୟରରେ ଡିସ୍କ ବ୍ରେକ୍ ରହିଛି ।

ଭାରତୀୟ ବଜାରରେ ବାଇକର ରାଇବଲ ବିଷୟରେ କହିବାକୁ ଗଲେ, ଏହା Royal Enfield Hunter 350 ସହିତ ଟକ୍କର ଦେବ । ଯଦି ଆପଣ ଷ୍ଟାଇଲିସ୍ ସ୍ମୁଥ୍ ଏବଂ କମଫରଟେବଲ୍ ରାଇଡ୍ ଚାହୁଁଛନ୍ତି ତେବେ ଏହି ବାଇକ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।