Triumph ଲଞ୍ଚ କରିବ ଦମଦାର ବାଇକ୍, ବାଇକ୍ ଲଭର୍ସଙ୍କୁ ଆସିବ ପସନ୍ଦ

Triumph କମ୍ପାନୀ ଏହାର ନୂଆ ବାଇକକୁ ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । Triumph Daytona 600 ଶୀଘ୍ର ମାର୍କେଟରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । କମ୍ପାନୀ ଏହି ବାଇକକୁ ନିଜ ୱେବସାଇଟରେ ମଧ୍ୟ ଦେଖାଇ ସାରିଛି । ଏହି ବାଇକ୍ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି ।
Triumphର ନୂଆ ବାଇକ୍ ଡିଲରସିପ୍ ଷ୍ଟୋର୍ରେ ପହଞ୍ଚିଛି । ଏହି ବାଇକ୍ ଜୁନ୍ ଶେଷ କିମ୍ବା ଜୁଲାଇ ଆରମ୍ଭ ସୁଦ୍ଧା ଭାରତୀୟ ବଜାରରେ ଆସିପାରେ । ଏହି ବାଇକ୍ ତିନୋଟି କଲର ଅପ୍ସନରେ ବଜାରକୁ ଆସିବ । ଯେଉଁଥିରେ ସାଟିନ୍ ଗ୍ରାନାଇଟ୍, ସିଫାୟାର୍ ବ୍ଲାକ୍ ଏବଂ କାର୍ନିଭାଲ୍ ରେଡ୍ ଭାରିଆଣ୍ଟ ସାମିଲ ଅଛି । ଏହି ବାଇକ୍ ଫ୍ରଣ୍ଟରେ ଟ୍ୱିନ୍-ପୋଡ୍ ହେଡଲ୍ୟାମ୍ପ ଲଗାଯାଇଛି । ଏଥିରେ ଏକ ମାସ୍କ୍ୟୁଲାର ଫ୍ୟୁଲ୍ ଟ୍ୟାଙ୍କ୍ ରହିଛି ।
Daytona 600ରେ ଟ୍ରାଇଡେଣ୍ଟ ଏବଂ ଟାଇଗର ସ୍ପୋର୍ଟ ପରି ୬୬୦ ସିସି ଇଞ୍ଜିନ ଦିଆଯାଇଛି । ଏଥିରେ ଏକ ଇନ-ଲାଇନ, ଥ୍ରୀ-ସିଲିଣ୍ଡର, ଲିକ୍ୱିଡ୍ କୁଲ୍ଡ ଇଞ୍ଜିନ ଅଛି, ଯାହା ୨୪୦-ଡିଗ୍ରୀ ଫାୟାରିଙ୍ଗ ଅର୍ଡର ବ୍ୟବହାର କରେ । ଏହି ଇଞ୍ଜିନ୍ ୧୧,୨୫୦ rpmରେ ୯୩,୭୦ bhp ର ମ୍ୟାକ୍ସିମମ୍ ପାଓ୍ଵାର୍ ଦେଇଥାଏ ଏବଂ ୮,୨୫୦ rpm ରେ ୬୯ Nm ଟର୍କ ଜେନେରେଟ୍ କରେ ।
Triumph ବାଇକରେ ଟ୍ୟୁବୁଲାର୍ ଷ୍ଟିଲ୍ ପେରିମିଟର ଫ୍ରେମ୍ ବ୍ୟବହାର କରାଯାଇଛି । ଏହି ସ୍ପୋର୍ଟ ବାଇକ୍ ଫ୍ରଣ୍ଟରେ ୪ ଟି ପିଷ୍ଟନ୍ କଲିପର୍ ସହିତ ଟ୍ୱିନ୍ ୩୧୦ ମିଲିମିଟର ଡିସ୍କ ବ୍ରେକ୍ ଏବଂ ପଛ ଚକ ପାଇଁ ସିଙ୍ଗଲ୍-ପିଷ୍ଟନ୍ କ୍ୟାଲିପର୍ ସହିତ ୨୨୦ ମିଲିମିଟର ଡିସ୍କ ବ୍ରେକ୍ ବ୍ୟବହାର କରାଯାଇଛି । ଏହି ବାଇକରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ର ଫିଚର ମଧ୍ୟ ଦିଆଯାଇଛି ।