ଦେଶୀ ବ୍ରାଣ୍ଡରେ ତିଆରି ହେଲା ସୁପରବାଇକ Trouve Motor, ଘଣ୍ଟାକୁ ଯିବ ୧୦୦ କିଲୋମିଟର

IIT Delhiରେ ତିଆରି ହୋଇଥିବା ଏକ ଷ୍ଟାର୍ଟଅପ କମ୍ପାନୀ ଏକ ସୁପର ବାଇକ ଲଞ୍ଚ କରିଛି। ଯାହାର ନାମ ରହିଛି Trouve Motor। ଏହା ଏକ ଇଲେକଟ୍ରିକ ବାଇକ। ଯାହାକୁ କମ୍ପାନୀ ତରଫରୁ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହା ମାତ୍ର ୩ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ ଧରିଥାଏ।

ଭାରତୀୟ ବଜାରରେ ଏବେ ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଏହାରି ମଧ୍ୟରେ ଗ୍ରାହକଙ୍କ ପ୍ରଥମ ଅପସନ୍‌ ରହିଛି ଇଲେକଟ୍ରିକ ଗାଡ଼ି। ଏହାକୁ ଧ୍ୟାନରେ ରଖି କମ୍ପାନି ମଧ୍ୟ ଦୁଇ ଚକିଆ ବାହନକୁ ନେଇ ବିଭିନ୍ନ ପ୍ରକାର ଡିଜାଇନ ତିଆରି କରୁଛି। କାରଣ ଗାଡ଼ି ଲୁକ ମଧ୍ୟ ଅନେକ ଗ୍ରାହକଙ୍କ ମନ ଜିଣିଥାଏ। ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ଦିଲ୍ଲୀ ସ୍ଥିତ ଷ୍ଟାର୍ଟଅପ କମ୍ପାନୀ ଏବେ ଦମଦାର ମଡେଲରେ ଇଲେକଟ୍ରିକ ବାଇକକୁ ଲଞ୍ଚ କରିଛି।

କମ୍ପାନୀ ଏବେ Trouve Motorର ପ୍ରଥମ ଟିଜରକୁ ଜାରି କରିଛି। ଚଳିତ ବର୍ଷ ଏହାକୁ ଲଞ୍ଚ ମଧ୍ୟ କରାଯିବ। ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ଗ୍ରାହକ ପ୍ରିବୁକିଂ କରିପାରିବେ। ଏହି ବାଇକର ଟପ ସ୍ପିଡ ରହିଛି ଘଣ୍ଟାକୁ ୨୦୦ କିଲୋମିଟର। କମ୍ପାନୀ କହିଛି ଯେ ଏହା ୩ ସେକେଣ୍ଡରେ ୧୦୦ କିମି ପର୍ଯ୍ୟନ୍ତ ସ୍ପିଡ ଧରିଥାଏ। ଏହି ବାଇକକୁ ଏଲଇଡି ଆଡଭାନ୍ସଡ ଇନଫୋଟେନମେଣ୍ଟ ଡିସପ୍ଲେ , ଜିପିଏସ୍‌ ନାଭିଗେସନ ଏବଂ ରିୟର ଟାଇମ ହ୍ଵିକିଲ ଡାଇଗ୍ନୋଷ୍ଟିକ ଭଳି ଫିଚର୍ସ ଦିଆଯାଇଛି। ଏହାକୁ ଗ୍ଲୋବାଲ ଲେଭଲରେ ମଧ୍ୟ ଲଞ୍ଚ କରାଯାଇଛି। ଏହା ଦୁନିଆର ସବୁଠୁ ସୁରକ୍ଷିତ ଟୁହ୍ଵିଲର ହେବ ବୋଲି ମଧ୍ୟ କୁହାଯାଇଛି।

ଏହି ସୁପର ବାଇକୁ ସମ୍ପୂର୍ଣ୍ଣ ରୂପେ ଇଲେକଟ୍ରିକ ପାଓ୍ଵରଟ୍ରେନ ଦିଆଯାଇଛି। ଯାହା ୪୦ କିଲୋମିଟର ର ଲିକ୍ୱିଡ କୁଲ୍ଡ ଏସି ଇଣ୍ଡକସନ ମୋଟର ଲେସ୍‌। ବାଇକରେ ଲେଜର ଲାଇଟିଂ ପ୍ୟାକେଜ, ୩୬୦ ଡିଗ୍ରୀ କ୍ୟାମେରା, ଟିଏଫଟି ଟଚ ସ୍କି୍ରିନ ଡିସପ୍ଲେ , କନେକ୍ଟଡ ଫିଚର୍ସ , ବ୍ରେମ୍ବୋ ବ୍ରକ୍ସ ସହ ଦୁଆଲ ଚ୍ୟାନେଲ ଏବିଏସ୍‌ , ଆଡଜେଷ୍ଟବେଲ ସସ୍ପେସନ ଭଳି ଫିଚର୍ସ ରହିଛି। ଏହାର ଡିଜାଇନ ମଧ୍ୟ ଜବରଦସ୍ତ ରହିଛି। ତେବେ ଏହାର ଦାମକୁ ନେଇ କିଛି ସୂଚନା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.