ଏବେ ଟ୍ରାଫିକ ଚାଲାଣ ନଭରିଲେ ଯାଇପାରନ୍ତି କୋର୍ଟ, ଜାଣନ୍ତୁ ଟ୍ରାଫିକର ଏହି ଜରୁରୀ ନିୟମ

ନୈତିକତା ଆଧାର କୁ ଦୃଷ୍ଟି ଦେଲେ ଆମେ ନିଜ ସେଫ୍ଟି ପାଇଁ ଲାଗୁ ହୋଇଥିବା ସବୁ ନିୟମକୁ ପାଳନ କରିବା ଉଚିତ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଖାମଖିଆଲ ମନୋଭାବ ରଖିଥାନ୍ତି। ଆମେ ଏଠି ଯେଉଁ ନିୟମ ସମ୍ପର୍କରେ କହୁଛୁ ତାହା ହେଉଛି ଟ୍ରାଫିକ ବ୍ୟବସ୍ଥାକୁ ନେଇ..

ସୁରକ୍ଷା ଦୃଷ୍ଟିରୁ ଚାଳକ ମାନଙ୍କ ପାଇଁ ଟ୍ରାଫିକ ବ୍ୟବସ୍ଥା ତରଫରୁ ଅନେକ ନିୟମ ବାହାର କରାଯାଏ। ଏବେ ସେପରି ଗାଡ଼ି ଚାଲାଣ କଟିବା ଉପରେ ଏବେ ନୂଆ ପଦକ୍ଷେପ ନିଆଯାଇଛି। ଏମିତିରେ ଯଦି କେବେ ଆପଣଙ୍କ ର ବି ଚାଲାଣ କଟିଛି ତେବେ ଏବେ ଠାରୁ ସତର୍କ ହୋଇଯାନ୍ତୁ। ଚାଲାଣ କଟିଥିବା ଚାଳକ ଯଦି ଏପର୍ଯ୍ୟନ୍ତ ଭୁଗତାନ କରିନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ। ନଚେତ ଡ୍ରାଇଭିଂ କରିବାର ସୁବିଧାରୁ ବଞ୍ଚିତ ହେବେ।

ଯେଉଁମାନେ ନିୟମର ପାଳନ କରନ୍ତି ନାହିଁ ସେମାନଙ୍କ ଉପରେ ସରକାରଙ୍କ କଡ଼ା ଦୃଷ୍ଟି ରହିଥାଏ। ଏମିତିରେ ଯାତାୟାତ କରୁଥିବା ସମୟରେ ଭାରି ମାତ୍ରାରେ ଅନେକ ଲୋକଙ୍କ ଚାଲାଣ କଟେ। କିଛି ଭୁଲ ପାଇଁ ତ ଜେଲ ଯିବାର ମଧ୍ୟ ନିୟମ ରହିଛି। ଏହାପରେ ବି ଅନେକ ଅମାନିଆ ଅଛନ୍ତି ଯେଉଁମାନଙ୍କର ଚାଲାଣ କଟିଥାଏ। ଏମିତିରେ ତାଙ୍କୁ ଫାଇନ ଭରିବାକୁ ପଡ଼ିଥାଏ। ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ବର୍ଷ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା କାରଣରୁ ହୋଇଥାଏ। ଏମିତିରେ ଯାତାୟାତ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଟ୍ରାଫିକ ରୁଲ୍ସ ତିଆରି ହୋଇଛି।

ଯଦି ଆପଣ ଏହାକୁ ପାଳନ ନକରିଥାନ୍ତି ଏବଂ ପୂର୍ବରୁ ଆପଣଙ୍କ ଚାଲାଣ କଟିଥାଏ ଏହାପରେ ମଧ୍ୟ ଆପଣ ଏବେ ପର୍ଯ୍ୟନ୍ତ ଏହାର ଭୁଗତାନ କରିନଥିଲେ ବଡ଼ ଦଣ୍ଡ ମିଳିବ। ଲମ୍ବା ସମୟ ଧରି ଚାଲାଣ ଭରି ନଥିଲେ ମୁଖ୍ୟତଃ ଦୁଇଟି ସମସ୍ୟା ହୋଇଥାଏ। ପ୍ରଥମରେ ପୋଲିସ ଦ୍ୱାରା ଆପଣଙ୍କ ଚାଲାଣ କୋର୍ଟକୁ ପଠାଯାଏ। ଏହାପରେ କୋର୍ଟ ଆପଣଙ୍କୁ ଜରିମାନା ଭରିବାକୁ ନୋଟିସ୍‌ ପଠାଏ। ଏହା ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ଘର ଠିକଣାରେ ପହଞ୍ଚିଥାଏ। ଏମିତିରେ କୋର୍ଟ ଅନେକ ଥର ଏହି ଜରିମାନା କୁ ବଢ଼ାଇ ଦେଇଥାଏ। ଏହାସହ ବ୍ୟକ୍ତିଙ୍କୁ କୋର୍ଟ ଯିବାକୁ ମଧ୍ୟ ପଡେ।

ତେବେ ଯଦି ଆପଣଙ୍କ ଚାଲାଣ ଲମ୍ବା ସମୟ ଧରି ପେଣ୍ଡିଂ ରହିଛି । ଆପଣ ଏହାର ଭୁଗତାନ କରିନାହାନ୍ତି ତେବେ ଆପଣଙ୍କ ଗାଡ଼ିର ଆରସି ଲକ୍‌ ହୋଇଯିବ। ଏମିତିରେ ଆପଣଙ୍କୁ ଅସୁବିଧା ସେତେବେଳେ ହେବ ଯେତେବେଳେ ଆପଣ ଆରସି ଅନ୍ୟ କାହା ନାମକୁ ଟ୍ରାନ୍ସଫର କରାଉଛନ୍ତି। ମନେ ରଖନ୍ତୁ ଯେ ଆରସି ଟ୍ରାନ୍ସଫର ସାଧାରଣ ଭାବେ ଗାଡ଼ି ବିକିବା ସମୟରେ କରାଯାଇଥାଏ। ଏମିତିରେ ଆପଣଙ୍କୁ ସମସ୍ତ ପେଣ୍ଡିଂ ଚାଲାଣକୁ ଭରିବାକୁ ହେବ। ନଚେତ୍‌ ଆପଣ ଆରସି ଟ୍ରାନ୍ସଫର କରିପାରିବେ ନାହିଁ।

Leave A Reply

Your email address will not be published.