TVS Apache RTR 310 ଲଞ୍ଚ, ସେଗମେଣ୍ଟରେ ପ୍ରଥମ ଥର ପାଇଁ ଉପଲବ୍ଧ ହେବ ଡ୍ରାଗ୍ ଟର୍କ କଣ୍ଟ୍ରୋଲ୍

TVS ମୋଟର କମ୍ପାନୀ ଭାରତରେ ନିଜର ନୂଆ ପାୱାରଫୁଲ୍ ଏବଂ ଷ୍ଟାଇଲିସ୍ ସ୍ପୋର୍ଟସ୍ ବାଇକ Apache RTR 310କୁ ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ପ୍ରାଇସ୍ ୨.୪୦ ଲକ୍ଷ ଟଙ୍କା । ଏହି ବାଇକଟି କେବଳ ମୂଲ୍ୟରେ ନୁହେଁ ବରଂ ପରଫରାନ୍ସ, ଟେକ୍ନୋଲୋଜି ଏବଂ ଡିଜାଇନ୍ ଦୃଷ୍ଟିରୁ ମଧ୍ୟ ଉତ୍କୃଷ୍ଟ । Apache RTR 310କୁ ବିଶେଷ ଭାବରେ ସେହି ଯୁବପିଢ଼ିଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ସ୍ପୋର୍ଟସ୍ ରାଇଡିଂ ପସନ୍ଦ କରନ୍ତି ଏବଂ ରାଇଡିଂରେ ପାୱାର ଏବଂ ଟେକ୍ନୋଲୋଜି ଉଭୟ ଚାହାଁନ୍ତି ।

ଇଞ୍ଜିନ ଏବଂ ପରଫରମାନ୍ସ :
ଇଞ୍ଜିନ ଏବଂ ପରଫରମାନ୍ସ ଦୃଷ୍ଟିରୁ, TVS Apache RTR 310 ବହୁତ ପାୱାରଫୁଲ୍ କରାଯାଇଛି । ଏଥିରେ 312ccର ଲିକ୍ୟୁଡ୍-କୁଲ୍ଡ ଇଞ୍ଜିନ ଅଛି, ଯାହା ୩୫.୬ bhp ପାୱାର ଏବଂ ୨୮.୭ Nm ଟର୍କ ଜେନେରେଟ୍ କରେ । ଏଥି ସହ ଏହାର ଗିୟରିଂ ସ୍ମୁଥ୍ ଏବଂ ଥ୍ରୋଟଲ୍ ରେସପନ୍ସ ଫାଷ୍ଟ ଅଛି, ଯାହା ଚଲାଇବା ଏକ୍ସପେରିୟନ୍ସକୁ ଆହୁରି ଉନ୍ନତ କରିଥାଏ ।

ଏହା ବ୍ୟତୀତ, ସ୍ମୁଥ୍ ଡାଉନ୍ସିଫ୍ଟିଂ ପାଇଁ ସ୍ଲିପର କ୍ଲଚ୍ ଏବଂ ଡ୍ରାଗ୍ ଟର୍କ କଣ୍ଟ୍ରୋଲ୍ ଭଳି ଟେକ୍ନୋଲୋଜି ଦିଆଯାଇଛି, ଯାହା ରାଇଡିଂକୁ ଅଧିକ କଣ୍ଟ୍ରୋଲରେ ରଖେ । ଏଥି ସହ ଏହାର ଇଞ୍ଜିନ୍ ହାଇ ରେଭ୍ସରେ ମଧ୍ୟ ଷ୍ଟେବଲ୍ ଏବଂ ରିଫାଇନ୍ଡ ପରପରମାନ୍ସ ପ୍ରଦାନ କରେ, ଯାହା ଏହି ବାଇକ୍ କୁ ଲଙ୍ଗ୍ ରାଇଡ୍ ଏବଂ ସ୍ପୋର୍ଟି ରାଇଡିଂ ଉଭୟ ପାଇଁ ଏକ ଭଲ ଅପ୍ସନ କରିଥାଏ।

ଫିଚର୍ସ :
ହାଇ-ଟେକ୍ ଫିଚର୍ସ ବିଷୟରେ କହିବାକୁ ଗଲେ, Apache RTR 310 ଟେକ୍ନୋଲୋଜି ଏବଂ ସେଫ୍ଟି ଉଭୟର ଏକ ଉତ୍କୃଷ୍ଟ ମିଶ୍ରଣ ପ୍ରଦାନ କରେ । ଏଥିରେ, ଡ୍ରାଗ୍ ଟର୍କ କଣ୍ଟ୍ରୋଲ୍ ଡାଉନ୍ସିଫ୍ଟିଂକୁ ସ୍ମୁଥ୍ କରିଥାଏ, ସ୍ଲିପର୍ କ୍ଲଚ୍ ଯାତ୍ରାକୁ ଉନ୍ନତ କରିଥାଏ ଏବଂ ଟ୍ରାନ୍ସପରେଣ୍ଟ କ୍ଲଚ୍ କଭର୍ ଏହାକୁ ଏକ ସୁପରବାଇକ୍ ପରି ଲୁକ୍ ମଧ୍ୟ ଦେଇଥାଏ ।

ଏହା ବ୍ୟତୀତ, ସିକ୍ୟୁଏନ୍ସିଭଲ୍ LED ଟର୍ଣ୍ଣ ଇଣ୍ଡିକେଟର୍, କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଭଳି ଉନ୍ନତ ଫିଚର୍ସଗୁଡିକ ଉପଲବ୍ଧ, ଯାହା ଏହାକୁ ଏକ ହାଇ-ଟେକ୍ ରାଇଡିଂ ମେସିନ୍ କରିଥାଏ । ରେଡ୍ ଏବଂ ୟେଲୋ କଲର ସ୍କିମ୍ ଏହି ବାଇକ୍କୁ ଆହୁରି ବୋଲ୍ଡ ଏବଂ ସ୍ପୋର୍ଟି ଆକର୍ଷଣ ପ୍ରଦାନ କରେ ।

ଭାରିଆଣ୍ଟ ଏବଂ ପ୍ରାଇସ୍ :
ଭାରିଆଣ୍ଟ ଏବଂ ମୂଲ୍ୟ ଦୃଷ୍ଟିରୁ, Apache RTR 310 ତିନୋଟି ପ୍ରମୁଖ ଅପ୍ସନରେ ଉପଲବ୍ଧ । ବେସ୍ ଭାରିଆଣ୍ଟ ବ୍ଲାକ୍ ର ମୂଲ୍ୟ ୨,୪୦ ଲକ୍ଷ ଟଙ୍କା, ଯାହା କ୍ରୁଜ୍ କଣ୍ଟ୍ରୋଲ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଏବଂ ରିୟର ହୁଇଲ୍ ଲିଫ୍ଟ ମିଟିଗେଶନ୍ ଭଳି ଫିଚର୍ସ ପ୍ରଦାନ କରେ ।

ମିଡ୍ ଭାରିଆଣ୍ଟ ଯାହା ରେଡ୍ ଏବଂ ୟଲୋ ୨.୫୭ ଲକ୍ଷ ଟଙ୍କାରେ ଉପଲବ୍ଧ । ଯାହା ଏକ ବିଡିରେକ୍ସନାଲ୍ କ୍ୱିକ୍ସିଫ୍ଟର ସହିତ ସମସ୍ତ ଫିଚର୍ସ ପ୍ରଦାନ କରେ । ଏହା ବ୍ୟତୀତ, BTO କିଟ୍ ପରିବର୍ତ୍ତନଶୀଳ ମୂଲ୍ୟ ସହିତ ଆସିଥାଏ, ଯାହା ସ୍ୱତନ୍ତ୍ର ଭାବରେ କଷ୍ଟମାଇଜେସନ୍ ଏବଂ ପରସ୍ନାଲାଇଜେସନ୍ ପାଇଁ ଡିଜାଇନ୍ କରାଯାଇଛି ।

ଏଥି ସହ ଜାଣି ରଖନ୍ତୁ ଯେ, ଏହାର ଷ୍ଟାଇଲିସ୍ ଡିଜାଇନ୍ ଯେଉଁଥିରେ ଟ୍ରୋନ୍ସପରେଣ୍ଟ କ୍ଲଚ୍, ସରପ୍ ଗ୍ରାଫିକ୍ସ ଏବଂ ବୋଲ୍ଡ କଲର ସାମିଲ, ଏହାକୁ ଦେଖିବାକୁ ଏକ ଆଟ୍ରାକ୍ଟିଭ୍ ବାଇକ୍ ପରି ଲାଗିଥାଏ । ଏଥି ସହ ପରଫରମାନ୍ସ ବିଷୟରେ କହିବାକୁ ଗଲେ, ଏଥିରେ ଏକ ରିଫାଇଣ୍ଡ ଇଞ୍ଜିନ ଏବଂ ଏକ୍ସେଲେଣ୍ଟ ଗିଅର ସେଟଅପ୍ ରହିଛି, ଯେତେବେଳେ ଟେକ୍ନୋଲୋଜି ଦୃଷ୍ଟିରୁ, ଏଥିରେ କ୍ରୁଜ୍ କଣ୍ଟ୍ରୋଲ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଏବଂ ଡ୍ରାଗ୍ ଟର୍କ କଣ୍ଟ୍ରୋଲ୍ ଭଳି ଉନ୍ନତ ଫିଚର୍ସ ରହିଛି ।

ଯଦି ଆପଣ ଆପଣଙ୍କ ବାଇକ୍କୁ ୟୁନିକ୍ କରିବାକୁ ଚାହାଁନ୍ତି, ତେବେ BTO କିଟ୍ ମାଧ୍ୟମରେ କଷ୍ଟମାଇଜେସନ୍ର ସମ୍ପୂର୍ଣ୍ଣ ଅପ୍ସନ ମଧ୍ୟ ରହିଛି । ସମ୍ପୂର୍ଣ୍ଣ ଭାବରେ, ଯଦି ଆପଣ ଟେକ୍ନୋଲୋଜି ଏବଂ ପାୱାର ମଧ୍ୟରେ କମ୍ପରମାଇଜ୍ କରିବାକୁ ଚାହୁଁନାହାଁନ୍ତି ଏବଂ ଏକ ଷ୍ଟାଇଲିସ୍, ହାଇ-ପରଫରମାନ୍ସ ସ୍ପୋର୍ଟସ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ TVS Apache RTR 310 ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରିବ ।

 

Also read : ନୂଆ ଡିଜାଇନରେ ଲଞ୍ଚ ହେବ Kiaର ଏହି କାର୍, ଜାଣନ୍ତୁ ପ୍ରାଇସ୍ ଏବଂ ସ୍ପେସିଫିକେସନ୍