TVS ଲଞ୍ଚ କରିଛି Ronin ବାଇକ୍, ରହିଛି ଜବରଦସ୍ତ ପ୍ରାଇସ୍ ଏବଂ ଫିଚର୍ସ

ଦେଶରେ ବିଭିନ୍ନ ସେଗମେଣ୍ଟରେ ସ୍କୁଟର ଏବଂ ବାଇକ୍ ସେଲ୍ କରୁଥିବା ମେକର TVS ଦ୍ବାରା ୨୦୨୫ TVS Ronin ବାଇକ୍ ଲଞ୍ଚ କରାଯାଇଛି । ବାଇକରେ କି ପ୍ରକାରର ପରିବର୍ତ୍ତନ କରାଯାଇଛି । ଏଥିରେ କେଉଁ ଫିଚର୍ସ ଆଡ୍ କରାଯାଇଛି ଏବଂ ଏହାକୁ କେଉଁ ମୂଲ୍ୟରେ ଅଫର କରାଯାଉଛି । ତାହା ଆସନ୍ତୁ ଜାଣିବା ।
Ronin ବାଇକ୍ ୨୦୦ ସିସି ରୁ ଅଧିକ ସେଗମେଣ୍ଟରେ TVS ଦ୍ବାରା ଅଫର କରାଯାଇଛି । ବର୍ତ୍ତମାନ ଏହି ବାଇକ୍ କିଛି ଅପଡେଟ୍ ସହିତ ଲଞ୍ଚ କରାଯାଇଛି । ବାଇକର ଡିଜାଇନ୍ ଏବଂ ଇଞ୍ଜିନରେ କୈଣସି ପରିବର୍ତ୍ତନ କରାଯାଇ ନାର୍ହି । କିନ୍ତୁ ଏହାକୁ ଦୁଇଟି କଲର ଏବଂ ସେଫ୍ଟି ଫିଚର ସହିତ ଅଣାଯାଇଛି ।
TVS Ronin ବାଇକରେ ବେଷ୍ଟ ଫିଚର୍ସ ଏବଂ ସେଫ୍ଟି ଫିଚର୍ସ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଏହାର ମିଡ୍ ଭ୍ୟାରିଆଣ୍ଟରେ ଡୁଆଲ୍ ଚ୍ୟାନେଲ୍ ABS ଭଳି ସେଫ୍ଟି ଫିଚର୍ସ ମଧ୍ୟ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ବାଇକରେ LED headlight, LED tail light, custom exhaust, asymmetric speedometer, ୧୭ ଇଞ୍ଚ ଆଲୋଇ ହୁଇଲ୍, ଡିସ୍କ ବ୍ରେକ୍ ଭଳି ଫିଚର୍ସ ଦିଆଯାଇଛି ।
TVS ର ଏହି Ronin ବାଇକରେ ୨୨୫.୯ ସିସି ଇଞ୍ଜିନ୍ ଦିଆଯାଇଛି । ଯାହା ଦ୍ବାରା ବାଇକକୁ ୨୦.୪ PS ପାୱାର୍ ଏବଂ ୧୯.୯୩ ନ୍ୟୁଟନ୍ ମିଟରର ଟର୍କ ମିଳିଥାଏ । ବାଇକକୁ କମ୍ ସ୍ପିଡରେ ବିନା କୈଣସି ଅସୁବିଧାରେ ଚଲାଇବା ପାଇଁ GTT ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଆସିଷ୍ଟ ଏବଂ ସ୍ଲିପର କ୍ଲଚ୍ ସହିତ USD ଫର୍କ ମଧ୍ୟ ଯୋଗାଇ ଦିଆଯାଉଛି ।
TVS ର ନୂଆ ବାଇକ୍ ୧.୩୫ ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ପ୍ରାଇସରେ କିଣାଯାଇପାରିବ । ଏହାର ମିଡ୍ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୫୯ ଲକ୍ଷ ଟଙ୍କା ରଖାଯାଇଛି । ଏଥି ସହ ଏହି ବାଇକକୁ ଦୁଇଟି ନୂଆ କଲର ଅପ୍ସନ ଦିଆଯାଇଛି, ଯାହା ରହିଛି – ଗ୍ଲେସିଅର୍ ସିଲଭର ଏବଂ ଚାରକୋଲ୍ ଏମ୍ବର । ଏହା ବ୍ୟତୀତ ଏଥିରେ ପୂର୍ବରୁ Midnight Blue କୁ ଅଣାଯାଇଛି ।
TVS ଦ୍ବାରା Ronin ର ମର୍ଡନ ରେଟ୍ରୋ ମୋଟରସାଇକେଲ୍ ଭାବରେ ଅଫର କରାଯାଇଛି । ପ୍ରାଇସ୍ ଏବଂ ଇଞ୍ଜିନ୍ ମାମଲାରେ ଏହି ସୁପର ବାଇକ୍, Bajaj Pulsar NS200, KTM Duke 200, Honda NX 200, Hero Xpulse 200 4V ଭଳି ବାଇକ୍ସଗୁଡିକ ସହ ଟକ୍କର ଦେବ ।