TVS ଲଞ୍ଚ କଲା ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆ ବେସ୍ ଭାରିଆଣ୍ଟରେ ୪.୪ kW ହବ୍-ମାଉଣ୍ଟେଡ୍ BLDC ମୋଟର ଅଛି, ଯାହା ୧୪୦Nm ଟର୍କ ଦେଇଥାଏ । ଏହି ମୋଟର ୨.୨ kWh ବ୍ୟାଟେରୀରୁ ପାଓ୍ଵାର ନେଇଥାଏ । ଏହି ବ୍ୟାଟେରୀ ଇକୋ ମୋଡରେ ୭୫ କିଲୋମିଟର ଏବଂ ପାୱାର ମୋଡରେ ୬୦ କିଲୋମିଟର ରେଞ୍ଜ ଦେଇଥାଏ ।

TVS ଏହାର ଇଲେକ୍ଟ୍ରିକ୍‌ ସ୍କୁଟର iQube ର ଏକ ନୂଆ ବେସ୍‌ ଭାରିଆଣ୍ଟ ଲଞ୍ଚ କରିଛି । ଏହି ନୂଆ ବେସ୍ ଭାରିଆଣ୍ଟକୁ ଏକ ଛୋଟ ୨.୨ kWhh ବ୍ୟାଟେରୀ ପ୍ୟାକ୍ ସହିତ ଅଣାଯାଇଛି ଏବଂ ଏହାର ଦାମ୍‌ ୧ ଲକ୍ଷରୁ ବି କମ୍‌ ରହିଛି । TVS iQube ର ଟପ୍-ସ୍ପେକ୍ ST ଭାରିଆଣ୍ଟର ଡେଲିଭରି ମଧ୍ୟ ଆରମ୍ଭ କରିଛି । ୩.୪ kWh ଏବଂ ୫.୧ kWhh ଭଳି ଦୁଇଟି ବ୍ୟାଟେରୀ ପ୍ୟାକ୍ ଅପ୍ସନରେ ST ଭାରିଆଣ୍ଟ ମିଳୁଛି । iQube ରେଞ୍ଜ ମୋଟ ୩ଟି ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହିତ ପାଞ୍ଚଟି ଭାରିଆଣ୍ଟରେ ଉପଲବ୍ଧ ।

ନୂଆ ବେସ୍ ଭାରିଆଣ୍ଟରେ ୪.୪ kW ହବ୍-ମାଉଣ୍ଟେଡ୍ BLDC ମୋଟର ଅଛି, ଯାହା ୧୪୦Nm ଟର୍କ ଦେଇଥାଏ । ଏହି ମୋଟର ୨.୨ kWh ବ୍ୟାଟେରୀରୁ ପାଓ୍ଵାର ନେଇଥାଏ । ଏହି ବ୍ୟାଟେରୀ ଇକୋ ମୋଡରେ ୭୫ କିଲୋମିଟର ଏବଂ ପାୱାର ମୋଡରେ ୬୦ କିଲୋମିଟର ରେଞ୍ଜ ଦେଇଥାଏ । ଫାଷ୍ଟ ଚାର୍ଜର ବ୍ୟବହାର କରି ଏହାର ବ୍ୟାଟେରୀକୁ ୨ ଘଣ୍ଟାରେ ୮୦% ଚାର୍ଜ କରିପାରିବେ । ଏହି ଭାରିଆଣ୍ଟ ୱାଲନଟ୍ ବ୍ରାଉନ୍ ଏବଂ ପର୍ଲ ହ୍ଵାଇଟ୍‌ ଭଳି ଦୁଇଟି କଲର ଅପ୍ସନରେ ଉପଲବ୍ଧ ।

ଏହି ବେସ୍ ଭାରିଆଣ୍ଟର ଏକ୍ସ ସୋ’ରୁମ୍ ଦାମ୍‌ ହେଉଛି ୯୪,୯୯୯ ଟଙ୍କା । ଯେଉଁଥିରେ EMPS ସବସିଡି ଏବଂ କ୍ୟାସବ୍ୟାକ୍ ସାମିଲ ରହିଛି । ଫିଚର ବିଷୟରେ କହିବାକୁ ଗଲେ ବେସ୍ ଭାରିଆଣ୍ଟରେ ୫-ଇଞ୍ଚ ର କଲର TFT ସ୍କ୍ରିନ୍, ୯୫୦ W ଚାର୍ଜର, କ୍ରାସ୍ ଆଲର୍ଟ, ଟୋ ଆଲର୍ଟ, ଟର୍ନ-ବାଇ-ନେଭିଗେସନ୍ ଏବଂ ୩୦ ଲିଟର ଅଣ୍ଡର ସିଟ୍ ଷ୍ଟୋରେଜ୍ ଅଛି ।

ଏହାର ୩.୪ kWh ଭାରିଆଣ୍ଟ ଗୋଟିଏ ଚାର୍ଜରେ ୧୦୦ କିଲୋମିଟର ରେଞ୍ଜ ଦେଇଥାଏ ଏବଂ ଘଣ୍ଟା ପ୍ରତି ୭୮ କିଲୋମିଟରର ଟପ୍‌ ସ୍ପିଡ୍‌ ଦେଇଥାଏ । ଅନ୍ୟପଟେ ୫.୧ kWh ବ୍ୟାଟେରୀ ଭାରିଆଣ୍ଟ ଗୋଟିଏ ଚାର୍ଜରେ ୧୫୦ କିଲୋମିଟର ରେଞ୍ଜ ଏବଂ ଘଣ୍ଟା ପ୍ରତି ୮୨ କିଲୋମିଟର ସ୍ପିଡ୍‌ ଦେଇପାରେ ।