କମ୍‌ ଦାମ୍‌ ସହିତ ମିଳିବ ଖାସ୍‌ ଫିଚର, ଲଞ୍ଚ ହେଲା TVS ର ନୂଆ ଆପାଚି

TVS କମ୍ପାନୀ ପକ୍ଷରୁ ଆଉ ଏକ ଦମଦାର ବାଇକ୍‌ ଭାରତରେ ଲଞ୍ଚ ହୋଇଛି। କମ୍ପାନୀTVS ର ଆପାଚି ଆରଟିଆର 200 4V ବାଇକ୍‌ ଲଞ୍ଚ କରିଛି। ଟିଭିଏସର ଏହି ବାଇକରେ ନୂଆ ବ୍ରେକିଂ ଟେକନିକ ସହିତ ସୁପର ମୋଟୋ ଏବିଏସ୍‌ ଲେସ ରହିଛି। କମ୍ପାନୀ ଦିଲ୍ଲୀରେ ଏହି ବାଇକର ଏକ୍ସ ଶୋରୁ ମୂଲ୍ୟ ୧,୨୩,୫୦୦ ଟଙ୍କା ରହିଛି। ଟିଭିଏସ୍‌ ଆପାଚିRTR 200 4V ର ଏହି ଭାରିଅଣ୍ଟରେ ଡୁଆଲ ଚ୍ୟାନେଲ ABS ଭାରିଅଣ୍ଟ ର ମୂଲ୍ୟ ପାଖାପାଖି ୫,୦୦୦ ଟଙ୍କା ଶସ୍ତା ରହିଛି।

ଡୁଆଲ ଚ୍ୟାନେଲABS ଭାରିଅଣ୍ଟରେ ଦିଲ୍ଲୀର ଏକ୍ସ ଶୋ ରୁମ୍‌ ମୂଲ୍ୟ ୧,୨୮,୫୫୦ ଟଙ୍କା ରହିଛି। ଏଥିରେ ନୂଆ ବ୍ରେକିଂ ସିଷ୍ଟମଛଡା ଅନ୍ୟ କିଛି ପରିବର୍ତ୍ତନ କରାଯାଇନାହିଁ। ଏହି ବାଇକ୍‌ରେ ୧୯୭.୭୫ ସିସିର ୪ ଷ୍ଟ୍ରୋକ ଇଞ୍ଜନ ରହିଛି। ଯାହା ୮,୫୦୦ ଆରପିଏମ୍‌ରେ ୨୦.୫ ପିସି ଶକ୍ତି ପ୍ରଦାନ କରିଥାଏ।

bike

ଏହି ବାଇକ୍‌ ପର୍ଲ ହ୍ଵାଇଟ ଏବଂ ଗ୍ଲାସ ବ୍ଲାକ ୨ଟି ରଙ୍ଗରେ ମିଳୁଛି। ମୋଟରସାଇକେଲ GTT ରୁ ମଧ୍ୟ ବହୁତ କମ୍‌। ଯାହା ସିଟି ରାଇଡ କରିବା ପାଇଁ ବହୁତ ଆରାମଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.