ବାଇକ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । TVS ଲଞ୍ଚ କଲା ଏକ ଜବରଦସ୍ତ ବାଇକ୍ । ଯାହାର ରହିଛି ଦମଦାର୍ ଫିଚର୍ସ । ତେବେ ଆସନ୍ତୁ ଜାଣିବା ଏହି ବାଇକର ସମ୍ପୂର୍ଣ୍ଣ ଡିଟେଲ୍ସ ।
TVS ଏହାର ପପୁଲାର ୧୨୫cc ବାଇକ Raider କୁ ଏକ ନୂଆ ଏବଂ ଆଡଭାନ୍ସ ଭାରିଆଣ୍ଟରେ ଲଞ୍ଚ କରିଛି । କମ୍ପାନୀ ନୂଆ TVS ରାଇଡରକୁ ‘ଦି ୱିକେଡ୍ ଟ୍ରୋଇକା’ ନାମ ଦେଇଛି । ଏହା ଭାରତର ପ୍ରଥମ ୧୨୫ ସିସି ବାଇକ୍ ଯେଉଁଥିରେ ବୁଷ୍ଟ ମୋଡ୍, ଡୁଆଲ୍ ଡିସ୍କ ବ୍ରେକ୍ ଏବଂ ଗ୍ଲାଇଡ୍ ଥ୍ରୁ ଟେକ୍ନୋଲୋଜି (GTT) ଭଳି ସେଗମେଣ୍ଟ-ପ୍ରଥମ ଫିଚର୍ସ ରହିଛି । ନୂଆ ରାଇଡର କେବଳ ଏକ ମୋଟରସାଇକେଲ୍ ନୁହେଁ, ଏହା ଯୁବପିଢ଼ିଙ୍କ ପାଇଁ ପାୱାର, ଷ୍ଟାଇଲ୍ ଏବଂ ଟେକ୍ନୋଲୋଜିର ଏକ ଉତ୍ତମ କମ୍ପିନେସନ୍ । ତେବେ ଆସନ୍ତୁ ଏହାର ପାୱାରଫୁଲ୍ ଫିଚର୍ସଗୁଡ଼ିକ ଉପରେ ନଜର ପକାଇବା ।
ଡିଜାଇନ୍ ଏବଂ ପରଫରମାନ୍ସ :
ନୂଆ TVS Raider କୁ ସ୍ୱତନ୍ତ୍ର ଭାବରେ ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ ଏହି ବାଇକ୍ଟି ଷ୍ଟାଇଲ୍, ପରଫରମାନ୍ସ ଏବଂ ଟେକ୍ନୋଲୋଜିର ଏକ ଉତ୍ତମ ମିଶ୍ରଣ । ଏଥିରେ ଏକ ନୂଆ ବୁଷ୍ଟ ମୋଡ୍ ଏବଂ iGO ଆସିଷ୍ଟ୍ ଟେକ୍ନୋଲୋଜି ରହିଛି, ଯାହା ୧୧.୭୫ Nm ର ବେଷ୍ଟ ଟର୍କ ପ୍ରଦାନ କରେ । ଏହାର ଅର୍ଥ ହେଉଛି ବାଇକଟି ସ୍ପିଡ୍ ଏକ୍ସିଲିରେସନ୍ ଏବଂ ସ୍ମୁଥ୍ ରାଇଡ୍ ଉଭୟରେ ଭଲ ଏକ୍ସେପେରିୟନ୍ସ ପ୍ରଦାନ କରେ ।
ଏଥିସହ ସେଫ୍ଟି ପାଇଁ, ବାଇକରେ ଏବେ ଡୁଆଲ୍ ଡିସ୍କ ବ୍ରେକ୍ ଏବଂ ସିଙ୍ଗଲ୍-ଚ୍ୟାନେଲ୍ ABS ରହିଛି, ଯାହା ରାଇଡର୍ସଙ୍କୁ ଅଧିକ ଷ୍ଟାବିଲିଟି ଏବଂ କଣ୍ଟ୍ରୋଲ୍ ପ୍ରଦାନ କରେ । କମ ସ୍ପିଡରେ ସହର ଟ୍ରାଫିକରେ ସହଜ ଯାତ୍ରା ପାଇଁ ଏଥିରେ ଗ୍ଲାଇଡ୍ ଥ୍ରୁ ଟେକ୍ନୋଲୋଜି (GTT) ଯୋଡାଯାଇଛି, ଯାହା ବାଇକକୁ ସହଜ ଯାତ୍ରା ଏବଂ ଉନ୍ନତ ଫ୍ୟୁଏଲ୍ ଏଫିସିଏନ୍ସି ପ୍ରଦାନ କରେ । ନୂଆ ରାଇଡରରେ ଏବେ ୯୦/୯୦-୧୭ ଫ୍ରଣ୍ଟ ଏବଂ ୧୧୦/୮୦-୧୭ ରିୟର ଟାୟାର ରହିଛି । ସ୍ପୋର୍ଟି ଲାଲ ଆଲୟ ହୁଇଲ୍ ଏବଂ ମେଟାଲିକ୍ ସିଲଭର ଫିନିଶ୍ ଏହାକୁ ପୂର୍ବ ଅପେକ୍ଷା ଅଧିକ ଷ୍ଟାଇଲିସ୍ କରିଥାଏ ।
ଫିଚର୍ସ ଏବଂ ଟେକ୍ନୋଲୋଜି :
ଟିଭିଏସ୍ ରାଇଡର୍ ବର୍ତ୍ତମାନ ଦୁଇଟି ଡିସ୍ପ୍ଲେ ଅପ୍ସନ ଦିଆଯାଇଛି । ପ୍ରଥମେ ହେଉଛି ଆଡଭାନ୍ସ TFT କ୍ଲଷ୍ଟର, ଯେଉଁଥିରେ – ୯୯ ରୁ ଅଧିକ ଫିଚର୍ସ ରହିଛି ଏବଂ ଦ୍ବିତୀୟଟି ହେଉଛି- LCD କ୍ଲଷ୍ଟର, ଯେଉଁଥିରେ ୮୫ ରୁ ଅଧିକ ଫିଚର୍ସ ମିଳିଥାଏ । ଉଭୟ ଡିସ୍ପ୍ଲେ ଟିଭିଏସ୍ ସ୍ମାର୍ଟକ୍ସୋନେକ୍ଟ ପ୍ଲାଟଫର୍ମ ଉପରେ ବେସ୍ଡ, ଯାହା ବ୍ଲୁଟୁଥ୍ କନେକ୍ଟିଭିଟି, ଭଏସ୍ ଆସିଷ୍ଟ, ଟର୍ନ୍-ବାଇ-ଟର୍ନ୍ ନେଭିଗେସନ୍, କଲ୍ ହ୍ୟାଣ୍ଡଲିଂ ଏବଂ ନୋଟିଫିକେସନ୍ ମ୍ୟାନେଜମେଣ୍ଟ ଭଳି ଫିଚର୍ସ ପ୍ରଦାନ କରେ । କମ୍ପାନୀ ଏକ ଫଲୋ ମି ହେଡଲ୍ୟାମ୍ପ ଫିଚର୍ସ ମଧ୍ୟ ସାମିଲ୍ କରିଛି, ଯାହା ବାଇକ୍ ବନ୍ଦ ହେବା ପରେ କିଛି ସେକେଣ୍ଡ ପାଇଁ ଚାଲୁ ରହିଥାଏ ଯାହା ଦ୍ବାରା ୟୁଜର୍ସ ଅନ୍ଧାରରେ ରାସ୍ତା ଦେଖିପାରିବେ । ନୂଆ ରାଇଡର୍ ୧୨୫ସିସି, ୩-ଭାଲ୍ଭ ଇଞ୍ଜିନ୍ ଦ୍ୱାରା ପରିଚାଳିତ ।
ପ୍ରାଇସ୍ :
TVS Raider କୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ପ୍ରାଇସ୍ ୯୫,୬୦୦ ଟଙ୍କାରୁ ଆରମ୍ଭ ହେଉଛି (ଭାରତର ଏକ୍ସ-ସୋରୁମ୍) । ଉଭୟ ମଡେଲ୍ ଉପଲବ୍ଧ ଅକ୍ଟୋବର ୨୦୨୫ ରୁ ଦେଶବ୍ୟାପୀ ସମସ୍ତ ଟିଭିଏସ୍ ମୋଟର ସୋରୁମରେ ସେଲ୍ ପାଇଁ ହେବ । ଏହି ବାଇକ୍ ସ୍ପୋର୍ଟି ଡିଜାଇନ୍, ଆଡଭାନ୍ସ ଟେକ୍ନୋଲୋଜି ଏବଂ ଉନ୍ନତ ଫ୍ୟୁଏଲ୍ ଏଫିସିଏନ୍ସି ସହିତ ୧୨୫cc ବାଇକ୍ ଖୋଜୁଥିବା ଲୋକଙ୍କ ପାଇଁ ବେଷ୍ଟ ହୋଇଛି । ଏଥିସହ ଯଦି ଆପଣ କମ୍ ଦାମରେ ଏକ ପାୱାରଫୁଲ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏହି ବାଇକ୍ ବେଷ୍ଟ ଅପ୍ସନ ହୋଇପାରିବ ।
Also read : ମାତ୍ର ୯.୯୯ ଲକ୍ଷ ଟଙ୍କାରେ ଲଞ୍ଚ ହେଲା Mahindra Thar ଫେସଲିଫ୍ଟ, ଜାଣନ୍ତୁ ଏହାର ଫିଚର୍ସ