ରିୟଲ ଟାଇମ୍‌ ଇଣ୍ଡିକେଟର, ରିଭର୍ସ ଏଲସିଡି କ୍ଲଷ୍ଟର ସହିତ ଭାରତର ପ୍ରଥମ ଟିଭିଏସ ୧୧୦ ସିସି ବାଇକ୍‌ ଲଞ୍ଚ୍‌

ନିଜର ନୂଆ ମଡେଲ ମୋଟରସାଇକେଲକୁ ଲଞ୍ଚ୍‌ କରିଛି ଟିଭିଏସ୍‌ ମୋଟର କମ୍ପାନୀ । TVS Motor Company ନିଜର ନୂଆ 2022 TVS Radeon ମୋଟରସାଇକେଲକୁ ଲଞ୍ଚ୍‌ କରିବାକୁ ଘୋଷଣା କରିଛି। ନୂଆ TVS Radeon RTMi (ରିୟଲ ଟାଇମ୍‌ ମାଇଲେଜ ଇଣ୍ଡିକେଟର) ସହିତ ମଲ୍ଟି-କଲର ରିଭର୍ସ LCD କ୍ଲଷ୍ଟର ସହିତ ଲଞ୍ଚ୍‌ ହୋଇଥିବା ଭାରତର ପ୍ରଥମ 110cc ମୋଟରସାଇକେଲ। ନୂଆ TVS Radeon କମ୍ପାନୀ ଟିଭିଏସ ଇଣ୍ଟେଲିଗୋ ଆଇଏସଜି ଏବଂ ଆଇଏସଏସ ସିଷ୍ଟମ ସହ ଲେସ୍‌ ରହିଛି, ଯାହା ଏକ ବହୁତ ଭଲ ରାଇଡିଙ୍ଗ୍‌ ଏକ୍ସିପେରିୟନ୍ସ ଦେବ ତାସହିତ ବଢ଼ିଆ ମାଇଲେଜ୍‌ ବି ଦେଇଥାଏ।

ନୂଆ 2022 TVS Radeon କ୍ଲାସ୍‌-ଲିଡିଙ୍ଗ ରିଭର୍ସ ଏଲସିଡି କ୍ଲଷ୍ଟର ରିୟଲ-ଟାଇମ ମାଇଲେଜ୍‌ ଇଣ୍ଡିକେଟର (RTMi) ଫିଚର ସହ ଆସିଥାଏ। ଏହା ଜରିଆରେ ୟୁଜରଙ୍କ ରାଇଡିଙ୍ଗ ସ୍ଥିତି ମୁତାବକ ମାଇଲେଜକୁ କଣ୍ଟ୍ରୋଲ କରିପାରିବେ। RTMi ବ୍ୟତୀତ ଡିଜିଟାଲ କ୍ଲଷ୍ଟରରେ ଇନ-ବିଲ୍ଟ ୧୭ ଅନ୍ୟ ଫିଚର୍ସ ମହଜୁଦ ରହିଛି, ଯେମିତିକି ଘଡି, ସର୍ଭିସ ଇଣ୍ଡିକେଟର, ଲୋ ବ୍ୟାଟେରୀ ଇଣ୍ଡିକେଟର, ଟପ୍‌ ସ୍ପିଡ ଏବଂ ଆଭରେଜ୍‌ ସ୍ପିଡ୍‌।

ଇଞ୍ଜିନ ଏବଂ ପାଓ୍ଵାର

TVS Radeon ରେ ଲମ୍ବା ସମୟ ଧରି ଚାଲୁଥିବା 109.7cc ଡ୍ୟୁରା-ଲାଇଫ୍‌ ଇଞ୍ଜିନ୍‌ ରହିଛି। ଯାହାକୁ ଖାସ୍‌ କରି ପାଓ୍ଵାର ଏବଂ ଫୁଏଲ ଇକୋନେମେୀର ବେଷ୍ଟ କମ୍ବିନେସନ ଦେବା ପାଇଁ ଡିଜାଇନ କରାଯାଇଛି। ଏହି ଇଞ୍ଜିନ୍‌ 7,000 rpmରେ 8.4 PSର ପାଓ୍ଵାର ଏବଂ 5,000 rpmରେ 8.7 Nm ର ଟର୍କ ଜେନେରେଟ୍‌ କରିଥାଏ। TVS Radeon ରେ ୧୦ ଲିଟରର ଫୁଏଲ ଟ୍ୟାଙ୍କ୍‌ ମିଳିଥାଏ।

TVS Radeon ନିଜର ଭଲ ପରଫରମାନ୍ସ, ବେଷ୍ଟ-ଇନ-କ୍ଲାସ ଫିଚର୍ସ ଏବଂ ଗ୍ରାହକ-କେନ୍ଦ୍ରିତ ଡିଜାଇନରେ ଗ୍ରାହକଙ୍କୁ ଖୁସି କରିଛି। TVS Radeon ନେକ୍ସଟ-ଜେନ ଇକୋଥ୍ରେଷ୍ଟ ଫୁଏଲ ଇଞ୍ଜେକସନ୍‌ (ET-Fi) ଟେକ୍ନୋଲୋଜି ସହିତ ଆସିଥାଏ। ଯାହା ୧୫ ପ୍ରତିଶତ ଭଲ ମାଇଲେଜ୍‌, ବଢ଼ିଆ ପରଫରମାନ୍ସ, ଟିକାଉପନ ଏବଂ ଭଲ ରାଇଡିଙ୍ଗ୍‌ ଏକ୍ସପେରିୟନ୍ସ ଦେଇଥାଏ।

ଭଲ ରାଇଡ୍‌ ଫିଲ୍‌ ଏବଂ ମାଇଲେଜ୍‌ ସହିତ ଟିଭିଏସ ଇଣ୍ଟେଲିଗୋ ଟେକ୍ନୋଲୋଜୀ ଟ୍ରାଫିକ୍‌ ସିଗନାଲରେ ଲମ୍ବା ସମୟ ପର୍ଯ୍ୟନ୍ତ ଛିଡା ହୋଇ ରହିବା ଏବଂ ଛୋଟ କାମ ପାଇଁ ଛିଡା ହେଲେ ଇଞ୍ଜିନକୁ ବନ୍ଦ କରିଦେଇଥାଏ। ଏହି ଟେକ୍ନୋଲୋଜୀ ଏମିତି ଷ୍ଟପ୍‌ ସମୟରେ ଇନ୍ଧନର ବର୍ବାଦୀ ଠାରୁ ବି ସାହାଯ୍ୟ କରିଥାଏ।

ମିଳିଥାଏ ଅନେକ ଫିଚର୍ସ

TVS Radeon ନିଜ ଶ୍ରେଣୀର ସବୁଠାରୁ ଲମ୍ବା ସିଟ ଏବଂ USB ଚାର୍ଜର ସହିତ ଅନେକ ବ୍ୟବହାରିକ ଫିଚର୍ସ କାରଣରୁ ଲମ୍ବା ଦୂରତା ଯାତ୍ରା ପାଇ ଆରାମ ସୁନିଶ୍ଚିତ କରିଥାଏ। ଏହା ଏକ ଅଲଗା ପ୍ରିମିୟମ୍‌ କ୍ରୋମ ହେଡଲ୍ୟାମ୍ପ୍‌, କ୍ରୋମ୍‌ ରିୟର ଭ୍ୟୁ ମିରର, ଫ୍ରଣ୍ଟ ଡିସ୍କ ବ୍ରେକ ଏବଂ ମଜବୁତ୍‌ ଥାଇ ପ୍ୟାଡ୍‌ ଡିଜାଇନ୍‌ ସହିତ ଆସିଥାଏ।

ଭେରିୟଣ୍ଟ ଏବଂ କଲର ଅପ୍ସନ

TVS Radeon ୪ଟି ଅଲଗା ଅଲଗା ଭେରିୟଣ୍ଟରେ ଉପଲବ୍ଧ ହେବ, ଯେମିତିକି ଏଲସିଡି କ୍ଲଷ୍ଟର ସହିତ ବେସ ଏଡିସନ୍‌ ଏବଂ ଡୁଆଲ ଟୋନ୍‌ ଏଡିସନ୍‌ ଡ୍ରମ, ରିଭର୍ସ ଏଲସିଡି କ୍ଲଷ୍ଟର ସହିତ ଡୁଆଲ ଟୋନ ଏଡିସନ ଡ୍ରମ ଏବଂ ଡୁଆଲ ଟୋନ୍‌ ରେଡ ଏବଂ ବ୍ଲାକ କଲର ସିଲେକସନ୍‌ କ୍ଲଷ୍ଟର ସହିତ ଆଇଏସଜି/ଆଇଏସଏସ ଏବଂ ଡୁଆଲ ଟୋନ୍‌ ଏଡିସନ୍‌ ଡିସ୍କ, ଡୁଆଲ ଟୋନ୍‌ ବ୍ଲୁ ଏବଂ ବ୍ଳାକ, ବେସ୍‌ ଏଡିସନ୍‌ କଲର୍ସ (ଷ୍ଟାରଲାଇଟ୍‌ ବ୍ଲୁ, ମେଟାଲ ବ୍ଲାକ, ରୟାଲ ପର୍ପଲ ଏବଂ ଟାଇଟେନିୟମ ଗ୍ରେ) ବ୍ୟତୀତ।

ଏବେ ଆସନ୍ତୁ ଜାଣିବା କେତେ ରହିଛି ଦାମ୍‌

ଟିଭିଏସ ବିଏସ-୬ ଦିଲ୍ଲୀରେ ଏକ୍ସ-ଶୋରୁମର ଦାମ୍‌ ୫୯,୯୨୫ ଟଙ୍କା ଏବଂ ବିଏସ-୬ ଡିଗି ଡ୍ରମ ଡୁଆଲ ଟୋନ୍‌ ଦିଲ୍ଲୀରେ ଏକ୍ସ-ଶୋରୁମ ଦାମ୍‌ ୭୧,୯୬୬ ଟଙ୍କା ଧାର୍ଯ୍ୟ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.