ଲଞ୍ଚ୍‌ ହେଲା TVSର Ntorq 125, ମିଳିବ ବାଇକ୍‌ ଭଳି ଫିଚର

TVS Motor ନିଜର ସବୁଠାରୁ ଲୋକପ୍ରିୟ ଷ୍ଟାଇଲିସ୍‌ ସ୍କୁଟର Ntorq 125 ର ରେସ୍‌ ଏଡିସନ୍‌ ଲଞ୍ଚ କରିଛି। ରେସ୍‌ ଏଡିସନ୍‌ର ଦିଲ୍ଲୀରେ ଏକ୍ସ-ଶୋ ରୁମ୍‌ର ଦାମ୍‌ ୬୨,୯୯୫ ଟଙ୍କା ରଖାଯାଇଛି। ଏହାର ଦାମ୍‌ ଷ୍ଟାଣ୍ଡାର୍ଡ ମଡେଲଠାରୁ ପ୍ରାୟ ୩ ହଜାର ଟଙ୍କା ଅଧିକ।

Ntorq 125 ରେସ ଏଡିସନ୍‌ରେ କମ୍ପାନୀ ୟୁନିକ୍‌ କଲର ସ୍କିମ୍‌କୁ ସାମିଲ କରାଯାଇଛି। ଏଥିରେ ନୂଆ ଏଲ୍‌ଇଡି ହେଡ୍‌ଲାଇଟ୍‌ ସଂଯୁକ୍ତ ହୋଇଛି। ଏଥିସହ ସ୍କୁଟରର ବଡି ରେଡ୍‌, ବ୍ଲାକ୍‌ ଏବଂ ସିଲଭରର ରହିଛି। ଏହାର ଫ୍ରଣ୍ଟ ଏପ୍ରନ୍‌ ଏବଂ ସାଡ୍‌ ପ୍ୟାନେଲ୍‌ରେ ଚେକର ଷ୍ଟାଇଲ୍‌ ଡେକଲ୍ସ ରହିଛି। ରେସ୍‌ ଏଡିସନ୍‌ ୩ଟି ମେଟାଲିକ୍‌ ଓ ୫ଟି ମ୍ୟାଟ୍‌ କଲର, ମୋଟ୍‌ ୮ଟି ରଙ୍ଗରେ ଉପଲବ୍ଧ ହେଉଛି।

ଏହାସହ ପଢନ୍ତୁ: ନୂଆବର୍ଷରେ ଇଲେକ୍ଟ୍ରିକ୍‌ କାର ଲଞ୍ଚ୍‌ କରିବ ଟାଟା, ଜାଣନ୍ତୁ କ’ଣ ରହିଛି ଫିଚର

Ntorq 125 ରେସ୍‌ ଏଡିସନ୍‌ର ଇଞ୍ଜିନ୍‌ରେ କମ୍ପାନୀ କୌଣସି ପରିବର୍ତ୍ତନ କରିନାହିଁ। ଏହି ସ୍କୁଟରରେ CVTi-REVV ର ୧୨୫ସିସି ସିଙ୍ଗଲ ସିଲିଣ୍ଡର, ୪ ଷ୍ଟ୍ରୋକ୍‌, ୩ ବଲ୍ସ ଇଞ୍ଜିନ୍‌ ଲଗାଯାଇଛି। ଏହି ସ୍କୁଟର ଚଳାଇବା ବେଳେ ବାଇକ୍‌ ଭଳି ଅନୁଭବ ହେବ। ଏଥିରେ ଲାଗିଥିବା ଚଉଡ଼ା ଟାୟାର ଭଲ ଗ୍ରୀପ୍‌ ଦେଇଥାଏ। ଟିଭିଏସ୍‌ର ଏହି ସ୍କୁଟର ସହ ବ୍ଲୁ-ଟୁଥ୍‌ କନେକ୍ଟିଭିଟି ଫିଚର ମଧ୍ୟ ରହିଛି। ଲଞ୍ଚ୍‌ ହେବାର ୭ ମାସଠାରୁ କମ୍‌ ସମୟ ମଧ୍ୟରେ ଏହି ସ୍କୁଟର ଲକ୍ଷେରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.