୬୦ ହଜାର ଟଙ୍କାରେ ମିଳୁଛି ବଢ଼ିଆ ବାଇକ୍, ଫିଚର୍ସ ରହିଛି ଜବରଦସ୍ତ

ଟିଭିଏସ୍ ମୋଟର କମ୍ପାନୀ ବଜାରରେ ରେଡିୟାନ୍ କମ୍ୟୁଟର ମୋଟରସାଇକେଲର ନୂଆ ବେସ ଭାରିଆଣ୍ଟ ଲଞ୍ଚ କରିଛି । ଟିଭିଏସ୍ ର ଏହି ବାଇକ୍ ବର୍ତ୍ତମାନ ଅଧିକ ଶସ୍ତା ହୋଇଯାଇଛି । TVS Radeon 110 ଅଲ ବ୍ଲାକ୍ କଲର ଅପ୍ସନ ସହିତ ଆସିଛି । ଏହି ନୂଆ ଭାରିଆଣ୍ଟ  ଆସିବା ପରେ ବାଇକର ଆରମ୍ଭ ଏକ୍ସ-ସୋରୁମ୍ ମୂଲ୍ୟ ୫୯,୮୮୦ ଟଙ୍କା ହୋଇଛି, ଯାହା ଏହି ବାଇକ୍ ର ମିଡ୍ ଭାରିଆଣ୍ଟ ମୂଲ୍ୟଠାରୁ ୧୭,୫୧୪ ଟଙ୍କା କମ୍ ରହିଛି ।

ଭାରତୀୟ ବଜାରରେ TVS Radeon 110 ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଯେପରିକି ବେସ୍ ଏଡିସନ୍, ଡିଗି ଡ୍ରମ୍ ଏବଂ ଡିଗି ଡିସ୍କ । ବେସ୍ ଏଡିସନର ଦିଲ୍ଲୀ ଏକ୍ସ-ସୋ’ରୁମ୍ ଦାମ ୫୯,୮୮୦ ଟଙ୍କା । କିନ୍ତୁ ଡିଗି ଡ୍ରମର ଏକ୍ସ-ସୋରୁମ୍ ଦାମ ୭୭,୩୯୪ ଟଙ୍କା ଏବଂ ଡିଗି ଡିସ୍କର ଏକ୍ସ-ସୋରୁମ୍ ଦାମ ୮୧,୩୯୪ ଟଙ୍କା । ଅନ୍ୟ ରାଜ୍ୟରେ ଏହି ବାଇକ୍ ଦାମ ଅଲଗା ଥାଇପାରେ ।

TVS ବାଇକ୍ ଇଞ୍ଜିନ୍ :

TVS Radeonରେ ୧୦୯.୭ ସିସି ଏୟାର-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ ଲଗାଯାଇଛି । ଏହି ଇଞ୍ଜିନ୍ ୭,୩୫୦ rpm ରେ ୮.୦୮ bhp ପାୱାର ଜେନେରେଟ୍ କରେ ଏବଂ ୪,୫୦୦ rpmରେ ୮.୭ Nmର ପିକ୍ ଟର୍କ ଜେନେରେଟ୍ ହୁଏ । ଏହି ବାଇକ୍ ର ଇଞ୍ଜିନ୍ 4-ସ୍ପିଡ୍ ଗିଅର ବକ୍ସ ସହିତ ଯୋଡ଼ା ହୋଇଛି । ଏହି ଟିଭିଏସ୍ ବାଇକ୍ ର ଟ୍ୟାଙ୍କର ଫ୍ୟୁଲ କ୍ୟାପାସିଟି ୧୦ ଲିଟର ।

ଟିଭିଏସ୍ ବାଇକ୍ ର ବ୍ରେକିଂ ପାୱାର୍ ବିଷୟରେ କହିବାକୁ ଗଲେ ଏହାର ଫ୍ରଣ୍ଟରେ ୧୩୦ ମିଲିମିଟର ଡ୍ରମ୍ ବ୍ରେକ୍ ଅଛି । ଏହାର ଟପ୍ ଭାରିଆଣ୍ଟରେ ୨୪୦ ମିମି ଫ୍ରଣ୍ଟ ଡିସ୍କ ବ୍ରେକ୍ ଅଛି । ଏହା ସହିତ ବାଇକର ରିୟର ହ୍ବିଲ୍ ପାଇଁ ୧୧୦ ମିଲିମିଟର ଡ୍ରମ୍ ବ୍ରେକ୍ ବ୍ୟବହାର ହୋଇଛି । ରେଡିଆନ୍ ୧୧୦ ର ସମସ୍ତ ଭାରିଆଣ୍ଟରେ ୧୮ ଇଞ୍ଚର ଆଲୋଇ ହ୍ବିଲ୍ ବ୍ୟବହାର କରାଯାଇଛି । ଏହି ବାଇକ୍ ରେ କମ୍ବାଇନ୍ଡ ବ୍ରେକିଂ ସିଷ୍ଟମ୍ ଲଗାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like