ନୂଆ ଲୁକରେ ଆସିଲା TVS ସ୍କୁଟର, କଲର ସ୍କିମ ସହ ମିଳିବ ଅଧିକ ଅପ୍ସନ

TVS ମୋଟର କମ୍ପାନୀ ଏହାର ସ୍କୁଟର Ntorq 125କୁ ଅପଡେଟ୍ ସହିତ ଲଞ୍ଚ କରିଛି । ଏହି ସ୍କୁଟରରେ ଚାରୋଟି ନୂଆ କଲର ଅପ୍ସନ ଦିଆଯାଇଛି । ଏହି ସ୍କୁଟରର ଷ୍ଟାଣ୍ଡାର୍ଡ ମଡେଲରେ ତିନୋଟି ନୂଆ କଲର ଦିଆଯାଇଛି । ଏହାର ରେସ୍ ଏକ୍ସପି ଏଡିସନରେ ଅନ୍ୟ ଏକ ନୂଆ ମ୍ୟାଟ୍ ବ୍ଲାକ୍‌ କଲର ମଧ୍ୟ ସାମିଲ କରାଯାଇଛି । ନୂଆ କଲର ବ୍ୟତୀତ ଟିଭିଏସ୍ ଏହି ସ୍କୁଟରରେ ଅନ୍ୟ କୌଣସି ଚେଞ୍ଜ କରିନାହିଁ ।

ନୂଆ ଭାରିଆଣ୍ଟର ଦାମ :
TVSର ନୂଆ ଭାରିଆଣ୍ଟ Ntorq 125 ଏବଂ TVS Ntorq ରେସ୍ XP ଦୁଇଟି ସ୍କୁଟର ଭାରତୀୟ ବଜାରରେ ଉପଲବ୍ଧ । TVS Ntorq 125 ର ଏକ୍ସ ସୋ’ ରୁମ୍ ଦାମ୍‌ ୮୬,୮୭୧ ଟଙ୍କାରୁ ଆରମ୍ଭ ହୋଇଛି । ଯେତେବେଳେ କି TVS Ntorq Race XP ର ଏକ୍ସ ସୋ’ରୁମ୍ ଦାମ ୯୭,୫୦୧ରୁ ଆରମ୍ଭ ହେଉଛି । TVS ଏହାର ସ୍କୁଟରରେ କୌଣସି ମେକାନିକାଲ ଚେଞ୍ଜ କରିନାହିଁ ।

TVS Ntorq ର ଷ୍ଟାଡାର୍ଣ୍ଡ ମଡେଲରେ ତିନୋଟି କଲର ସାମିଲ କରାଯାଇଛି । ଏଥିରେ ଟର୍କୁଇସ୍‌, ହାର୍ଲେକ୍ୱିଇନ୍ ବ୍ଲୁ ଏବଂ ନାର୍ଡୋ ଗ୍ରେ କଲର ସାମିଲ ରହିଛି । TVS Ntorq ର ରେସ୍ XP ଭାରିଆଣ୍ଟକୁ ନୂଆ ମ୍ୟାଟ୍ ବ୍ଲାକ୍‌ କଲରରେ ଅଣାଯାଇଛି ।

TVS Ntorq 125ରେ ୧୨୪.୮ ସିସି, ୩ -ଭଲଭ୍ ଇଞ୍ଜିନ୍ ଅଛି । ଏହି ସ୍କୁଟରରେ ରହିଥିବା ଇଞ୍ଜିନ୍ ୭,୦୦୦ rpm ରେ ୯.୫ bhp ପାଓ୍ଵାର ଯୋଗାଇଥାଏ ଏବଂ ୫,୫୦୦ rpm ରେ ୧୦.୬ Nm ଟର୍କ ଜେନେରେଟ କରେ । ସମାନ ଇଞ୍ଜିନ୍ Ntorq ରେସ୍ XP ରେ ମଧ୍ୟ ବ୍ୟବହାର ହୋଇଛି । କିନ୍ତୁ ଏହି ଭାରଆଣ୍ଟର ଇଞ୍ଜିନ୍ Ntorq 125 ଅପେକ୍ଷା ଅଧିକ ପାଓ୍ଵାର ଜେନେରେଟ୍‌ କରେ । NTorq ରେସ୍ XP ୧୦.୧ bhp ର ପାଓ୍ଵାର ପାଇଥାଏ ଏବଂ ୧୦.୬ Nm ର ଟର୍କ ଜେନେରେଟ କରେ ।

TVS Ntorq 125 ର ଫାଇଭ୍‌ ଏଡିସନ୍‌ ବଜାରରେ ଉପଲବ୍ଧ । ଏହି ସ୍କୁଟରର ଷ୍ଟାଣ୍ଡାର୍ଡ ମଡେଲ୍ ସହିତ ରେସ୍ ଏଡିସନ୍‌, ସୁପର ସ୍କ୍ଵାଡ ଏଡିସନ୍‌, ରେସ୍ ଏକ୍ସପି ଏବଂ ଏକ୍ସଟି ଭାରିଆଣ୍ଟଗୁଡିକ ଭାରତୀୟ ବଜାରରେ ଉପଲବ୍ଧ । TVS Ntorq 125 XT ଭାରିଆଣ୍ଟରେ ସୋସିଆଲ୍ ମିଡିଆ ନୋଟିଫିକେସନର ଫିଚର ମଧ୍ୟ ସାମିଲ । ଏହି ସ୍କୁଟରରେ ଭଏସ୍ ଆସିଷ୍ଟ ଫିଚର ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.