୪,୪୦୦ କୋଟି ଡଲାରରେ ଟ୍ଵିଟରକୁ କିଣିଲେ ଏଲନ ମସ୍କ, ଏମିତି ନିଆରା ଷ୍ଟାଇଲରେ କମ୍ପାନୀ ଭିତରକୁ କଲେ ଏଣ୍ଟ୍ରି

ଟ୍ଵିଟର କମ୍ପାନୀ କିଣିଲେ ଏଲନ ମସ୍କ । ୪୪ ବିଲିୟନ୍ ଡଲାରରେ ଟ୍ଵିଟରକୁ କିଣିଥିବା ଘୋଷଣା କରିଛନ୍ତି ମସ୍କ । ଚଳିତ ବର୍ଷ ଏପ୍ରିଲରେ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଟକୁ କିଣିବା ପାଇଁ ଘୋଷଣା କରିଥିଲେ। ଏହା ପରେ ଚୁକ୍ତି ସ୍ଥଗିତ ହୋଇଯାଇଥିଲା। ମାତ୍ର ପୁଣି ଏହି ଚୁକ୍ତିକୁ ସମ୍ପୂର୍ଣ୍ଣ କରିବାକୁ ଲାଗିପଡିଥିଲେ ମସ୍କ। ଶେଷରେ ଟ୍ଵିଟରକୁ ହାତେଇବାରେ ସଫଳ ହୋଇଛନ୍ତି ମସ୍କ ।
ଗତକାଲି ନିଆରା ଷ୍ଟାଇଲରେ ଟ୍ଵିଟର ମୁଖ୍ୟାଳୟକୁ ପ୍ରବେଶ କରିଥିଲେ ଏଲନ ମସ୍କ। ଓ୍ଵାଶ ବେସିନ ଧରି ଟ୍ଵିଟର ମୁଖ୍ୟାଳୟରେ ପହଞ୍ଚିଥିଲେ ମସ୍କ । ଏହାର ଭିଡ଼ିଓ ସେ ନିଜେ ଅପଲୋଡ କରିଥିଲେ । ଏହି ଭିଡିଓରେ ସେ ଓ୍ଵାଶ ବେସିନ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।
Entering Twitter HQ – let that sink in! pic.twitter.com/D68z4K2wq7
— Elon Musk (@elonmusk) October 26, 2022
ସୂଚନା ଥାଉକି, ଟୁଇଟର୍’ର ପରିଚାଳନା ଭାର ଗ୍ରହଣ କରିବା ପରେ ଏଲନ୍ ମସ୍କ୍ ଏହାର ପଦସ୍ଥ ଅଧିକାରୀମାନଙ୍କୁ ବହିଷ୍କାର କରିଛନ୍ତି। ଏକ ସୂତ୍ରରୁ ଜଣାପଡିଛି ଯେ, ଚିଫ୍ ଏକ୍ଜିକ୍ୟୁଟିଭ୍ ପରାଗ ଅଗ୍ରୱାଲ୍, କମ୍ପାନିର ଚିଫ୍ ଫାଇନାନ୍ସିଆଲ୍ ଅଫିସର୍’ ନେଡ୍ ସେଗଲ୍ ଏବଂ ‘ଲିଗାଲ୍ ପଲିସି, ଟ୍ରଷ୍ଟ୍ ଏବଂ ସେଫ୍ଟି’ର ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମସ୍କ୍ ବହିଷ୍କାର କରିଛନ୍ତି।