ହେଲପ୍‌ ଲାଇନ୍‌ ନମ୍ବରକୁ ନେଇ ସ୍ପଷ୍ଟୀକରଣ ଦେଲା UIDAI

ଟ୍ରାଇ ଚେୟାରମ୍ୟାନ୍‌ ନିଜ ଆଧାର ନମ୍ବର ସାର୍ବଜନିକ କରି ବିବାଦକୁ ଆସିବା ପରେ ଆଜି ଏଣ୍ଡରଏଡ୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କୁ ଚମକାଇ ଦେଇଛି ଆଉ ଏକ ଘଟଣା । ୟୁଆଇଡିଏଆଇର ହେଲପ ଲାଇନ୍‌ ନମ୍ବର 18003001947 ଡିସପ୍ଲେ ହୋଇଥିଲା । ପୁଣି ଟ୍ଵିଟରରେ ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ତେବେ ଏସବୁକୁ ଖଣ୍ଡନ କରି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ୟୁଆଇଡିଏଆଇ କହିଛି ଯେ ଏହାକ ଏକ ପୁରୁଣା ନମ୍ବର । ଏଥିରେ ବିବ୍ରତ ହେବାର କାରଣ ନାହିଁ । କିଛି ଲୋକ ଅଯଥାରେ ଗୁଜବ ସୃଷ୍ଟି କରୁଛନ୍ତି । ବର୍ତ୍ତମାନର ହେଲପ ଲାଇନ୍‌ ନମ୍ବର ହେଉଛି ୧୯୪୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.