ଏବେ ଉବେର କ୍ୟାବ୍‌ରେ ଯାତ୍ରା କରିବା ପଡିବ ମହଙ୍ଗା, ୧୨ ପ୍ରତିଶତ ବଢିଲା ଭଡ଼ା

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ନିଆଁ ଲାଗିଛି। ଫଳରେ ଗାଡିରେ ଯିବାଆସିବା କରିବା ପାଇଁ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପଡୁଛି। ଆଉ ଯେଉଁମାନେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ବ୍ୟବହାର କରୁନାହାନ୍ତି, ସେମାନେ କ୍ୟାବ୍ରେ ଯିବା ଆସିବା କରୁଛନ୍ତି। ତେଣୁ କ୍ୟାବ୍ ଦାମ୍‌ ବଢାଇବାକୁ ଦାବି କରି ଆସୁଛନ୍ତି ଉବେର ଏବଂ ଓଲାର ଡ୍ରାଇଭର। ଏପରି ସ୍ଥିତିରେ ସରକାର ଉବେର କମ୍ପାନୀର ଦାବି ମାନିବା ସହିତ କ୍ୟାବ୍‌ ଭଡା ବାବଦରେ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଯାହାର ପ୍ରଭାବ ଏବେ ଯାତ୍ରୀଙ୍କ ଉପରେ ପଡିବ।

ଏକ ପ୍ରେସ ବିଜ୍ଞପ୍ତିରେ ଦକ୍ଷିଣ ଏସିଆ ଏବଂ ଭାରତର ଉବେର ମୁଖ୍ୟ ନୀତିଶ ଭୁଷଣ କହିଛନ୍ତି, ତେଲ ଦର ବଢିବା ନେଇ ଆମେ ଆମ ଡ୍ରାଇଭରଙ୍କ ପ୍ରତିକ୍ରିୟା ଜାଣିପାରୁଛୁ। ତେଲ ଦର ଏମିତି ବଡିବା ନେଇ ସେମାନେ ମଧ୍ୟ ଚିନ୍ତିତ ରହିଛନ୍ତି। ତେଣୁ ଏହି ଡ୍ରାଇଭରଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ କ୍ୟାବ୍ ଭଡାକୁ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ।

ଉବେର ବଢିଥିବା ଭଡା ପିକ୍‌ ଟାଇମ୍‌ ଏବଂ ରାତି ସମୟରେ ଲାଗୁ ହେବ। କିଛିଦିନ ପୂର୍ବରୁ ମୁମ୍ବାଇରେ ଉବେର ଭଡାରେ ୧୫ ପ୍ରତିଶତ ବୃଦ୍ଧି ପାଇଁ ଘୋଷଣା ହୋଇଥିଲା।

ସୂଚନାଯୋଗ୍ୟ, କମ୍ପାନୀ କୌଣସି ନିଷ୍ପତ୍ତି ନ ନେବାରୁ ଓଲା ଏବଂ ଉବେର ଡ୍ରାଇଭର ହରତାଳ କରିଥିଲେ। ଏହା ପରେ ଉବେର ନିଜ ତରଫରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢାଇ ଦେଇଛି। ତେଣୁ ଏବେ ଯାତ୍ରୀଙ୍କୁ ଉବେର ଯାତ୍ରା କରିବା ସମୟରେ ୧୨ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ। ଅନ୍ୟପଟେ କମ୍ପାନୀର ଏହି ନିଷ୍ପତ୍ତିରେ ଡ୍ରାଇଭରମାନଙ୍କୁ କିଛି ମାତ୍ରାରେ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.