ଆଧାର କାର୍ଡ ଅପ୍‌ଡେଟ୍‌ ନିୟମରେ ବଡ଼ ପରିବର୍ତ୍ତନ କଲା UIDAI, ଏବେ ଏମିତି ବଦଳାଇବେ ନାଁ ଓ ଜନ୍ମତାରିଖ

ପରିଚୟ ପତ୍ର ଭାବେ ଏବେ ଆଧାର କାର୍ଡ ବହୁଳ ଭାବେ ବ୍ୟବହାର କରାଯାଉଛି। ବ୍ୟାଙ୍କ ଖାତା ଖୋଲିବା ହେଉ ଅବା ପାସ୍‌ପୋର୍ଟ ତିଆରି, ସବୁଥି ପାଇଁ ଏବେ ଆଧାର ନମ୍ବର ଜରୁରୀ ପାଲଟିଛି। କିନ୍ତୁ ଅନେକ ଥର ଆଧାର କାର୍ଡରେ କିଛି ଭୁଲ ଥିବାରୁ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ସରକାର ବର୍ତ୍ତମାନ ପେନ୍‌ସନ୍‌, ସବ୍‌ସିଡି ଭଳି ଯୋଜନାକୁ ମଧ୍ୟ ଆଧାର ସହ ସଂଯୋଗ କରାଇଦେଇଛନ୍ତି। ଏଣୁ ଆଧାରରେ କିଛି ଭୁଲ ହେଲେ ବୟସ୍କ ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(UIDAI) ଆଧାର ନମ୍ବରରେ ନାମ, ଫୋନ୍‌ ନମ୍ବର କିମ୍ବା ଜନ୍ମ ତାରିଖ ବଦଳାଇବାକୁ ନେଇ ନିଜ ନିୟମରେ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ନିୟମ…

ଏମିତି ପରିବର୍ତ୍ତନ କରନ୍ତୁ ଜନ୍ମତାରିଖ:

ଆଧାର କାର୍ଡରେ ସବୁଠାରୁ ଅଧିକ ଭୁଲ ଜନ୍ମତାରିଖରେ ହେଉଥିବା ଦେଖିବାକୁ ମିଳିଛି। ଆପଣ ମଧ୍ୟ ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏମିତି କରନ୍ତୁ ଜନ୍ମତାରିଖ ପରିବର୍ତ୍ତନ।

ନିକଟସ୍ଥ ଆଧାର କେନ୍ଦ୍ରରେ ଅତି ସହଜରେ ଆପଣ ଆଧାର କାର୍ଡର ଭୁଲକୁ ସୁଧାରିପାରିବେ। ଏଥିପାଇଁ କେବଳ ଆପଣଙ୍କ ଅନ୍ୟ ପରିଚୟ ପତ୍ର ଯଥା: ପାସପୋର୍ଟ, ପାନକାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ମାଟ୍ରିକ ସାର୍ଟିଫିକେଟ୍‌ କିମ୍ବା ସରକାରୀ ପ୍ରମାଣପତ୍ର ଆବଶ୍ୟକ। ଯେଉଁ ସରକାରୀ କାଗଜରେ ଆପଣଙ୍କ ଜନ୍ମତାରିଖ ଉଲ୍ଲେଖ ଅଛି ତାହାକୁ ଦାଖଲ କରି ଆପଣ ନିଜ ଆଧାର କାର୍ଡକୁ ଠିକ୍‌ କରିପାରିବେ।

ମାତ୍ର ଦୁଇଥର ବଦଳାଇପାରିବେ ନାମ:

ଯଦି ଆଧାର କାର୍ଡରେ ଆପଣଙ୍କ ନାଁରେ କୌଣସି ଭୁଲ ରହିଛି ତେବେ ଏହାକୁ ଆପଣ ମାତ୍ର ଦୁଇ ଥର ହିଁ ବଦଳାଇପାରିବେ। ଏଥିପାଇଁ ମଧ୍ୟ ଆପଣ ନିଜ ପାସପୋର୍ଟ, ପାନକାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ସରକାରୀ ପ୍ରମାଣପତ୍ର ଆଧାର କେନ୍ଦ୍ରରେ ଦାଖଲ କରି ନାଁକୁ ଠିକ୍‌ କରିପାରିବେ।

ଏହାସହ ପଢ଼ନ୍ତୁ: ଅତ୍ୟଧିକ ଚାର୍ଜ ଲଗାଇବା ମାମଲାରେ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ଦୋଷ ଦେଲା ଜିଓ, କହିଲା ଏମିତି…

ଅନ୍‌ଲାଇନ୍‌ରେ ଏମିତି କରନ୍ତୁ ଷ୍ଟାର୍ଟସ ଚେକ୍‌:

  • ଅନ୍‌ଲାଇନ୍‌ରେ ଆଧାର କାର୍ଡର ଷ୍ଟାର୍ଟସ ଚେକ୍‌ କରିବା ପାଇଁ ସର୍ବପ୍ରଥମେ https://uidai.gov.in/ କୁ ଯାଆନ୍ତୁ।
  • ଆଧାରର ହୋମ୍‌ ପେଜ୍‌ରେ ଅପଡେଟ୍‌ ଆଧାର ସେକ୍ସନ୍‌ରେ ଯାଇ Check online address Update status ଉପରେ କ୍ଲିକ୍‌ କରନ୍ତୁ।

  • ଏଠାରେ ଆପଣଙ୍କ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ। ଏଥିସହ URN-SRN ମଧ୍ୟ ଦିଅନ୍ତୁ।
  • ଏବେ ତଳେ ଦିଆଯାଇଥିବା ବକ୍ସରେ କେପ୍‌ଚା କୋଡ୍‌ ଟାଇପ୍‌ କରନ୍ତୁ ଏବଂ ଚେକ୍‌ ଷ୍ଟାଟସ୍‌ କ୍ଲିକ୍‌ କରନ୍ତୁ।
  • ବର୍ତ୍ତମାନ ଆଧାର ଆଡ୍ରେସ୍‌ ରିକ୍ୟୁଏଷ୍ଟର କରେଣ୍ଟ ଷ୍ଟାଟସ୍‌ ଆପଣଙ୍କ ସ୍କ୍ରିନ୍‌ରେ ଆସିବ।
WCW 11

Recent Posts

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

10 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

15 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

21 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

37 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

43 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

50 mins ago