ଆପଣଙ୍କ ଆଧାରକାର୍ଡ ନମ୍ବର ଅସଲି କି ନକଲି ଜାଣିବା ପାଇଁ ଫଲୋ କରନ୍ତୁ ଏହି ଜରୁରୀ ଟ୍ରିକ୍ସ

ଆଧାରକାର୍ଡ ଆମର ସମସ୍ତ ଜରୁରୀ କାମରେ ପରିଚୟ ପତ୍ର ଭାବେ ଦରକାର ପଡିଥାଏ। ଯଦି ଏହି କାର୍ଡକୁ ନେଇ ଫ୍ରଡ ହେଉଛି ତେବେ ଏହା ଚିନ୍ତାର ବିଷୟ ନିଶ୍ଚିତ। ଏହାକୁ ଧ୍ୟାନରେ ରଖି UIDAI ପକ୍ଷରୁ ଲୋକଙ୍କୁ ସଚେତନ କରଯାଇଛି। ଡିପାର୍ଟମେଣ୍ଟର କହିବା ଅନୁଯାୟୀ ଆଧାରକାର୍ଡକୁ ନେଇ ଏବେ ଜାଲିଆତି ବଢ଼ିବାରେ ଲାଗିଛି। ଡ୍ୟୁପ୍ଲିକେଟ ଆଧାରକାର୍ଡ ଜରିଆରେ ଲୋକ ମାନେ ଠକାମିର ଶିକାର ହେଉଛନ୍ତି। ଆଧାରକାର୍ଡର ସମସ୍ତ ୧୨ ଡିଜିଟ ନମ୍ବର ଅସଲି ହୋଇନଥାଏ। ତେବେ ଏହା ଏକ ଜରୁରୀ ଦସ୍ତାବିଜ ମଧ୍ୟରୁ ଅନ୍ୟତମ। ଏଥିପାଇଁ ସମସ୍ତ ଆଧାରକାର୍ଡ ଧାରୀଙ୍କୁ ନିଜ କାର୍ଡର ସଠିକ ଯାଞ୍ଚ କରିବା ପାଇଁ କହିଛନ୍ତି।

uidai alert news
pc: sarkarsatta

ଏଥିପାଇଁ UIDAI ପକ୍ଷରୁ ଟ୍ଵିଟ ମଧ୍ୟ କରାଯାଇଛି। ଏଥିପାଇଁ ପ୍ରଥମେ ଆଧାର କାର୍ଡ ଧାରୀଙ୍କୁ ନିଜ ନମ୍ବର ଯାଞ୍ଚ କରିବା ପାଇଁ UIDAIର େଓ୍ଵବସାଇଟକୁ ଯିବାକୁ ହେବ। ଅନ୍ୟ ଉପାୟରେ ଆପଣ mAadhaar ଆପ୍‌କୁ ଯାଇ ମଧ୍ୟ ଯାଞ୍ଚ କରିପାରିବେ।
ଆଧାରକାର୍ଡର ଲାଟେଷ୍ଟ ଅପଡେଟରେ ଆପଣ ଭେରିଫିକେସନ ଅନଲାଇନ କିମ୍ବା ଅଫଲାଇନ ଜରିଆରେ କରିପାରିବେ।

uidai alert
pc: mint

-ଯାଞ୍ଚ କରିବା ପାଇଁ ୟୁଜର୍ସଙ୍କୁ resident.uidai.gov.in/verify ଲିଙ୍କରେ ଲଗଇନ କରିବାକୁ ହେବ।
-ଏହାପରେ ନିଜ ଆଧାରକାର୍ଡର ୧୨ଡିଜିଟ ନମ୍ବର ଲେଖିବାକୁ ହେବ।
-ଏହାପରେ ଆପଣଙ୍କୁ ସିକ୍ୟୁରିଟି କୋର୍ଡ ବା କ୍ୟାପଚା ଭରିବାକୁ ହେବ।
-ବକ୍ସ ଫିଲଅପ ପରେ proceed to verify ଉପରେ କ୍ଳିକ କରିବାକୁ ହେବ।

ଏହାପରେ ଆପଣଙ୍କ ସଠିକ ୧୨ ଡିଜିଟ ନମ୍ବର ସ୍କି୍ରନରେ ଆସିବ। ଏହା ହିଁ ଆପଣଙ୍କ ସଠିକ ଆଧାର ନମ୍ବର।

ଏହା ସହ ଆଧାରକାର୍ଡର ଲାଟେଷ୍ଟ ଅପଡେଟ ନିୟମ ଅନୁଯାୟୀ, କାର୍ଡ ହୋଲଡର୍‌ ଏବେ କେବଳ ୨ ଥର ନିଜ ନାମକୁ ଅପଡେଟ କରିପାରିବେ। ଏହାସହ ଆଧାରକାର୍ଡ ଧାରୀ ଏବେ କେବଳ ଥରେ ମାତ୍ର ନିଜ ଜନ୍ମତିଥି ଏବଂ ଲିଙ୍ଗ ସମ୍ପର୍କରେ ଥରେ ହିଁ ଅପଡେଟ କରିପାରିବେ।

Leave A Reply

Your email address will not be published.