ବହୁତ ଲାଭଦାୟକ ରେଲେଓ୍ଵର ‘IRCTC iMudra’, ଏଟିଏମରୁ ଟଙ୍କା ବାହାର କରିବା ସହିତ ମିଳିବ ଏହି ସବୁ ସୁବିଧା

ଯାତ୍ରୀମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ଭାରତୀୟ ରେଲେଓ୍ଵ କିଛି ନା କିଛି ସୁବିଧା ଘୋଷଣା କରିଥାଏ। ଭାରତୀୟ ରେଲେଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜମ୍‌ କର୍ପୋରେଶନ(IRCTC)ର ଏପରି ଏକ ଖାସ୍‌ ସୁବିଧା ରହିଛି, ଯାହାକୁ IRCTC iMudra କୁହାଯାଏ। ଏହାଦ୍ୱାରା ଆପଣଙ୍କୁ ଏଟିଏମରୁ ଟଙ୍କା ବାହାରି କରିବା ସହିତ ଅନେକ ଲାଭ ମିଳିପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ।

IRCTC iMudraର କ’ଣ ରହିଛି ଲାଭ
-ଏହାଦ୍ୱାରା ଆପଣ ଅନଲାଇନ୍‌ ଏବଂ ଅଫଲାଇନ୍‌ କିଣାକିଣି କରିପାରିବେ।
-IRCTC iMudra ଜରିଆରେ ଜଣେ ଘରେ ବସି ସମ୍ପର୍କୀୟଙ୍କୁ ଟଙ୍କା ମଧ୍ୟ ପଠାଇ ପାରିବେ।
-ଆପଣ ଏଟିଏମରୁ ଟଙ୍କା ବାହାର କରିପାରିବେ।
ତେବେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଏଟିଏମରୁ ଟଙ୍କା ବାହାର କରିବା ଏବଂ ସମ୍ପର୍କୀୟଙ୍କୁ ଟଙ୍କା ପଠାଇବା ପାଇଁ ଆପଣଙ୍କୁ ନୋ ୟୋର୍‌ କଷ୍ଟମର(KYC)ର ପ୍ରକ୍ରିୟା ପୂରା କରିବାକୁ ପଡ଼ିବ।

ଏହାସହ ପଢ଼ନ୍ତୁ: ଟ୍ରେନଠୁ ବି କମ୍‌ ଦାମରେ ବିମାନ ଯାତ୍ରା କରାଉଛି ‘ଏୟାର ଇଣ୍ଡିଆ’, ଅଫର୍‌ କେବଳ ସୀମିତ ଦିନ ପାଇଁ

ଡିଜିଟାଲ ନେଣଦେଣର ପ୍ରସାର ହୋଇପାରିବ
ଏହା ଏକ ଭିସା କାର୍ଡ ଏବଂ ଏହା କୌଣସି ବି ପିଓଏସ୍‌ ମେଶିନ ମାଧ୍ୟମରେ ପ୍ରୟୋଗ କରାଯାଇପାରେ। ଏହାର ଉପଯୋଗ ଆପଣ ମୋବାଇଲ୍‌ ଆପ୍‌, ଟ୍ୟାବଲେଟ୍‌ କିମ୍ବା ଡେସ୍କଟପ୍‌ ଜରିଆରେ କରିପାରିବେ। iMudra ଦ୍ୱାରା ଦେଶରେ ଡିଟିଟାଲ ନେଣଦେଣର ପ୍ରଚାର ପ୍ରସାର ହୋଇପାରିବ। ଭର୍ଚୁଆଲ କାର୍ଡ ମାଧ୍ୟମରେ ଅନଲାଇନ୍‌ କିଣାକିଣି ମଧ୍ୟ ସମ୍ଭବ। ଏହାକୁ ଆପଣ ବିମାନ ଟିକେଟ୍‌ ବୁକିଂ, ହୋଟେଲ ବିଲ ଭରିବା ଆଦି କ୍ଷେତ୍ରରେ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.