ଅକ୍ଟୋବର ମାସରେ ଭାରତରେ ବଢ଼ିଲା ୮.୫ ପ୍ରତିଶତ ବେକାରୀ, ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ଦେଲା ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଅର୍ଥନୈତିକ ମାନ୍ଦାବସ୍ଥାର କୁପ୍ରଭାବ । ଅକ୍ଟୋବର ମାସରେ ୮.୫ ପ୍ରତିଶତ ବଢ଼ିଲା ବେକାରୀ । ୩ ବର୍ଷରେ ସର୍ବାଧିକ । ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାର ବଡ ଧରଣର ପ୍ରଭାବ ପଡିଛି ନିଯୁକ୍ତି କ୍ଷେତ୍ରରେ । ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହେବାସହ ଉତ୍ପାଦନ କ୍ଷେତ୍ର ବନ୍ଦ ହେଉଥିବାରୁ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ରିପୋର୍ଟ ଦେଇଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ବା CMIE । ସେପ୍ଟେମ୍ବରରେ ଏହାଥିଲା ୫.୨ ପ୍ରତିଶତ । ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୂର କରିବାକୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିବା କହୁଛନ୍ତି । ହେଲେ ପ୍ରକୃତପକ୍ଷେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ମାନ୍ଦାବସ୍ଥା ଯୋଗୁଁ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରୁନି । ଏହାସହ ଗୋଟିଏ ପରେ ଗୋଟିଏ ଉତ୍ପାଦନ ଶିଳ୍ପ ବନ୍ଦ ହେବାରେ ଲାଗିଛି । ଦୈନିକ କାମ କରୁଥିବା ଶ୍ରମିକମାନେ କାମ ନପାଇ ଘରେ ବସିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.