ସରକାର ଦେଉଛନ୍ତି ବେରୋଜଗାର ଭତ୍ତା, ଜାଣନ୍ତୁ କିଏ ପାଇବେ ଆଉ କେମିତି ପାଇବେ ଲାଭ

ବହୁତ ଜଲଦି ସରକାର ଦେବାକୁ ଯାଉଛନ୍ତି ବେରୋଜଗାରୀ ଭତ୍ତା। ଏହି ଭତ୍ତା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏବେ ସୁଦ୍ଧା ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଲାଭବାନ୍‌ ହୋଇସାରିଲେଣି। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି ତାହେଲେ ଜାଣନ୍ତୁ କେମିତି ଆପଣ ଏ ଭତ୍ତା ପାଇବେ ଏବଂ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ।

କରୋନା ପାଇଁ ଅନେକ ଲୋକ ଚାକିରି ହରାଇଛନ୍ତି। ବେରୋଜଗାର ହୋଇଯାଇଛନ୍ତି ଆଉ ବେକାର ହୋଇ ଘରେ ବସିଛନ୍ତି। ତେବେ ଏପରି ସ୍ଥିତିରେ ବୋରାଜଗାରୀଙ୍କ ପାଇଁ ସରକାରଙ୍କ ତରଫରୁ ବେରୋଜଗାରୀ ଭତ୍ତା ଦେବାକୁ ପ୍ରୟାସ କରୁଛନ୍ତି। ଏହି ଭତ୍ତା ଦେବା ପାଇଁ ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ନାମକ ଏକ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଲାଭବାନ ହୋଇସାରିଲେଣି। ଏହି ସ୍କିମ୍‌ କର୍ମଚାରୀ ରାଜ୍ୟ ନିଗମ ବା ଇଏସଆଇସି ଦ୍ୱାରା କାର୍ଯ୍ୟକାରୀ ହେଉଛି। ତେବେ କରୋନା ମହାମାରୀକୁ ଧ୍ୟାନରେ ରଖି ଏହି ସ୍କିମକୁ ୩୦ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଏହି ଯୋଜନା ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ରହିଥିଲା।

moneyଏବେ ଆସନ୍ତୁ ଜାଣିବା କେମିତି ଉଠାଇବେ ଏହି ଯୋଜନାର ଲାଭ

ଯୋଜନାର ଲାଭ ଉଠାଇବା ପାଇଁ ଇଏସଆଇସି ସହ ଜଡିତ ଥିବା କର୍ମଚାରୀ ଇଏସଆଇସିର କୌଣସି ବି ଶାଖାକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଏହାପରେ ଇଏସଆଇସି ଦ୍ୱାରା ଆବେଦନ ପତ୍ରକୁ ଯାଞ୍ଚ କରାଯିବ। ଆଉ ଯଦି ଆବେଦନ ପତ୍ର ସଠିକ୍‌ ଥିବ ତାହେଲେ ଉକ୍ତ କର୍ମଚାରୀଙ୍କ ଖାତାକୁ ଟଙ୍କା ପଠାଇଦିଆଯିବ।

ଏବେ ଜାଣନ୍ତୁ କେଉଁମାନେ ଏହି ଯୋଜନାର ଲାଭ ପାଇପାରିବେ

ଏହି ଯୋଜନାର ଲାଭ ପ୍ରାଇଭେଟ୍‌ ସଂସ୍ଥାରେ କାମ କରୁଥିବା ଲୋକ ସେତେବେଳେ ପାଇପାରିବେ ଯେତେବେଳେ ସେ ବେରୋଜଗାର ହୋଇଯିବେ ଏବଂ ଯେଉଁମାନଙ୍କ କମ୍ପାନୀ ପ୍ରତି ମାସ ପିଏଫ କିମ୍ବା ଇଏସଆଇସି ବେତନ କାଟୁଥିବେ।

ଇଏସଆଇସିର ଲାଭ ବେସରକାରୀ କମ୍ପାନୀ, କାରଖାନା ଏବଂ କାରଖାନାରେ କାମ କରୁଥିବା କର୍ମଚାରୀକୁ ମିଳିଥାଏ। ଏଥିପାଇଁ ସେମାନଙ୍କର ଇଏସଆଇ କାର୍ଡ ତିଆରି କରାଯାଏ।

କର୍ମଚାରୀ ଏହି କାର୍ଡରୁ କିମ୍ବା କମ୍ପାନୀରୁ ଅଣାଯାଇଥିବା ଡକ୍ୟୁମେଣ୍ଟ ଜରିଆରେ ଯୋଜନାର ଲାଭ ପାଇପାରିବେ। ଇଏସଆଇର ଲାଭ ସେହି କର୍ମଚାରୀଙ୍କୁ ମିଳିଥାଏ ଯେଉଁମାନଙ୍କର ମାସିକ ଆୟ ୨୧ ହଜାର ଟଙ୍କା କିମ୍ବା ତାଠାରୁ କମ୍‌।

unemploymentଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍‌

  1. ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ପ୍ରଥମେ ଇଏସଆଇସିର େଓ୍ଵବସାଇଟ www.esic.nic.in କୁ ଯାଇ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଫର୍ମ ଡାଉନଲୋଡ କରିବାକୁ ହେବ।
  2. ଏବେ ଫର୍ମକୁ ପୂରଣ କରି କର୍ମଚାରୀ ରାଜ୍ୟ ବୀମା ନିଗମ ବା ଇଏସଆଇସିର ନିକଟସ୍ଥ ଶାଖାରେ ଜମା କରିଦିଅନ୍ତୁ।
  3. ଏହାପରେ ଫର୍ମ ସହିତ ୨୦ ଟଙ୍କାର ନନ୍‌-ଜୁଡିସିଆଲ ଷ୍ଟାମ୍ପ ପେପରରେ ଏକ ନୋଟାରୀର ଆଫିଡେଫିଟ୍‌ ରହିବ।
    ଏହି ଫର୍ମରେ AB-1 ରୁ AB-4 ସବମିଟ୍‌ କରାଯିବ।
  4. ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଦୁର୍ବ୍ୟବହାର କାରଣରୁ ଯଦି ଆପଣଙ୍କ ଚାକିରୀ ଚାଲିଯାଇଥିବ ତାହେଲେ ଏହି ଲାଭରେ ଆପଣ ଉପକୃତ ହୋଇପାରିବେନାହିଁ।
  5. ଏହାବ୍ୟତୀତ ଯେଉଁ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରହିଥିବ କିମ୍ବା ସ୍ୱଇଚ୍ଛାରେ ଚାକୀରିରୁ ବାହାରିଥିବେ ତାହେଲେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେନାହିଁ।