ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କର ପିଏଫ କଟୁଛି, ତେବେ ହୋଇପାରେ ଏହି ଖବର ଆପଣଙ୍କ ପାଇଁ ଅଶୁଭ ହୋଇପାରେ। କାହିଁକିନା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟରେ ପିଏଫ ଧାରକଙ୍କୁ ମିଳୁଥିବା ସୁଧ ଉପରେ ଟିକସ ଲଗାଇବାକୁ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଉପସ୍ଥାପନରେ ଏହାର ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ବଜେଟରେ ପ୍ରତିବର୍ଷ ୨.୫ ଲକ୍ଷ ଟଙ୍କାରୁ ଅଧିକ ସୁଧ ଉପରେ ଟ୍ୟାକ୍ସ ନିଆଯାଏ।
ଏଠାରେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ବଜେଟରେ ଅର୍ଥ ମନ୍ତ୍ରୀ ପିଏଫ, ଏନପିଏସ ଏବଂ ସୁପରନେସନ ଫଣ୍ଡରେ ନିଯୁକ୍ତକାରୀଙ୍କ ଯୋଗଦାନ ଉପରେ ଟ୍ୟାକ୍ସ ରିହାତିକୁ ପ୍ରତିବର୍ଷ ୭.୫ ଲକ୍ଷ ଟଙ୍କାରୁ ଅଧିକ କରିଦିଆଯାଇଥିଲା। ଏହାର ପ୍ରଭାବ କେବଳ ସାତ-ଅଙ୍କରେ ବେତନ ପାଉଥିବା କର୍ମଚାରୀଙ୍କ ଉପରେ ପଡିଲା। କିନ୍ତୁ ମୁଖ୍ୟ ରୂପରେ ଯେଉଁ ଲୋକ ଟ୍ୟାକ୍ସ-ମୁକ୍ତ ସୁଧ ଅର୍ଜିତ କରିବା ପାଇଁ ସ୍ୱଚ୍ଛିକ ଭବିଷ୍ୟ ନିଧିର ଉପଯୋଗ କରୁଛନ୍ତି, ସେମାନେ ଏବେ ଲାଭର ଆନନ୍ଦ ପାଇପାରିବେନାହିଁ।
ଏଠାରେ ଉଲ୍ଲେଖ କରିାର ତାତ୍ପର୍ଯ୍ୟ ଯେ ୨୦୧୬ ବଜେଟରେ ସରକାର ପ୍ରସ୍ତାବ ଦେଇଥିଲେ ଯେ ଇପିଏଫର ୬୦%ର ଅର୍ଜିତ ସୁଧ ଉପରେ ଟ୍ୟାକ୍ସ ଲଗାଯିବ। କିନ୍ତୁ ନୂଆ ଟ୍ୟାକ୍ସକୁ ବିରୋଧ କରିବାରୁ ପରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲାନାହିଁ।
ଏହି ସବୁ ଭିତରେ ବଜେଟରେ ପ୍ରତି ବର୍ଷ ୨.୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ୍ ସହିତ ଟ୍ୟାକ୍ସ ରିହାତିକୁ ହଟାଇବା ପାଇଁ ପ୍ରସ୍ତାବ କରାଯାଇଛି। ଏହି ନୂଆ ନିୟମ ୧ ଫେବୃଆରୀ, ୨୦୨୧ରେ ଲାଗୁ ହୋଇଯିବ।