ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି ହେଲେ ଏହାକୁ ନେଇ ଏହି କଥା ନିଶ୍ଚୟ ଜାଣିନଥିବେ !

ବର୍ତ୍ତମାନର ଯୁଗରେ ବହୁ କମ ଲୋକ ବାକି ଥିବେ ଯେଉଁମାନଙ୍କ ମୋବାଇଲରେ ହ୍ବାଟ୍ସଆପ ମେସେଞ୍ଜର ନଥିବ। ଏବେ ସାଧାରଣ ଜୀବନରେ ଏକ ଜରୁରୀ ଅଂଶ ପାଲଟିଛି ଏହି ଆପ୍। ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଏହି ମେସେଞ୍ଜର ଆପ୍ ବ୍ୟବହାର କରୁଛନ୍ତି। ଦୈନିନ୍ଦିନ ଜୀବନରେ ବହୁଳ ଭାବେ ଆପକୁ ବ୍ୟବାହାର କରାଯାଇଥିଲେ ମଧ୍ୟ ଆପ୍ ସମ୍ବନ୍ଧୀୟ ଏପରି କିଛି କଥା ରହିଛି ଯାହା ବିଷୟରେ ଅନେକ ଅଜଣା ଅଛନ୍ତି। ଆଜି ଆମେ ତାହା ବିଷୟରେ ଆପଣଙ୍କୁ ବିସ୍ତାରରେ କହିବାକୁ ଯାଉଛୁ।
ଇଂରାଜୀ ଛଡ଼ା ହ୍ବାଟ୍ସଆପରେ ଅନ୍ୟନ୍ୟ ଭାଷାରେ ମଧ୍ୟ ଚାଟ କରିବାର ସୁବିଧା ରହିଛି। ଅର୍ଥାତ୍ ଇଂରାଜୀ ବ୍ୟତୀତ ହିନ୍ଦୀ, ବଙ୍ଗଳା, ପଞ୍ଜାବୀ, ତେଲୁଗୁ, ମରାଠୀ, ଉର୍ଦ୍ଦୁ, ଗୁଜୁରାତୀ, କନ୍ନଡ଼, ମଲାୟଲମ ଆଦି ଭାଷାରେ ଆପଣ ଟାଇପ୍ କରି ଚାର୍ଟ କରିପାରିବେ। ଏଥିପାଇଁ ସେଟିଙ୍ଗକୁ ଯାଇ ଚାର୍ଟରେ ଏହାକୁ ଚୟନ କରିପାରିବେ।
ଫଟୋକୁ ଏଡ଼ିଟ୍ କରିବା ସହ ହ୍ବାଟ୍ସଆପ ଏହାର ଜିଆଇଏଫ୍ ଷ୍ଟିକର ମଧ୍ୟ କରିପାରିବେ। ଏହା ଛଡ଼ା ଫଟୋ ଏବଂ ଭିଡ଼ିଓକୁ ମଧ୍ୟ ଏଡ଼ିଟ କରିପାରିବେ। ଆପଣ ୬ସେକେଣ୍ଡର ଜିଆଇଏଫ ମଧ୍ୟ ପ୍ରସ୍ତୁତ କରିପାରିବେ।
ହ୍ବାଟ୍ସଆପରେ ଏବେ ନୂଆ ଫିଚର ଅପଡ଼େଟ କରାଯିବା ପରେ ଏଥିରେ ପଠାଇଥିବା ମେଜେସକୁ ଡ଼ିଲିଟ କରିବା ସୁବିଧା ରହିଛି। କିନ୍ତୁ ଏହି ଡ଼ିଲିଟ ମେସେଜ ବିଷୟରେ ସମସ୍ତଙ୍କର ଜାଣିବାର ଇଛା ରହିଥାଏ। ତେବେ ଆପଣ ଡ଼ିଲିଟ ହୋଇଥିବା ମେସେଜ୍ ବିଷୟରେ ମଧ୍ୟ ଜାଣିପାରିବେ। ଏଥିପାଇଁ ନୋଟିଫିକେସ ହିଷ୍ଟୋରୀ ବା ହ୍ବାଟ୍ସ ରିମୁଭ୍ଡ ଭଳି ଥାର୍ଡ଼ପାର୍ଟି ଆପର ବ୍ୟବହାର କରି ସହଜରେ ଡ଼ିଲିଟ ହୋଇଥିବା ମେସେଜ୍ ବିଷୟରେ ଜାଣିପାରିବେ।
ହ୍ବାଟ୍ସଆପରେ ଯଦି ଆପଣଙ୍କ ଡ଼ାଟା କିଏ ଚୋରୀ କରିଥାଏ ତାହା ବିଷୟରେ ମଧ୍ୟ ଆପଣ ଜାଣିପାରିବେ। ଏଥିପାଇଁ ଆପଣ ନିଜ ଆକାଉଣ୍ଟର ଇନଫରମେସନ୍ ହ୍ବାଟ୍ସଆପ କମ୍ପାନିକୁ ମାଗିପାରିବେ। ପ୍ରଥମେ ସେଟିଂକୁ ଯାଇ ଆକାଉଣ୍ଟ ପରେ କ୍ଲିକ୍ କରି ରିକ୍ୟୁଏଷ୍ଟ ଆକାଉଣ୍ଟ ଇନଫୋ ବୋଲି ଆବେଦନ କରିପାରିବେ।