ଆଜିଠୁ ସାରା ଦେଶରେ ଲାଗୁ ହେଉଛି ଅନ୍‌ଲକ୍‌-୨, ବନ୍ଦ ହେଲା ବ୍ୟାଙ୍କରେ ମିଳୁଥିବା ଏସବୁ ସୁବିଧା

କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମହାମାରୀ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଆଜିଠାରୁ ଆରମ୍ଭ ହେଉଛି ଅନ୍‌ଲକ୍‌-୨। ଗାଇଡଲାଇନ୍‌ ମୁତାବକ ମେଟ୍ରୋ, ସିନେମା ହଲ, ଜିମ୍‌, ସୁଇମିଂ ପୁଲ ଜୁଲାଇ ୩୧ ଯାଏଁ ଖୋଲିବ ନାହିଁ। ଏହା ବ୍ୟତୀତ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ ରୋକ୍‌ ଲାଗିଛି। ସ୍କୁଲ, କଲେଜ ଓ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ମଧ୍ୟ ଜୁଲାଇ ୩୧ ଯାଏଁ ଖୋଲିବାକୁ ଅନୁମତି ନାହିଁ।

Centre issues Unlock 2.0 guidelines, schools and colleges to stay ...

ଏହା ବ୍ୟତୀତ ଆଜିଠାରୁ ବ୍ୟାଙ୍କ ନିୟମରେ ମଧ୍ୟ କେତେକ ପରିବର୍ତ୍ତନ ହେଉଛି। ବୁଧବାର ଠାରୁ ସମସ୍ତ ବ୍ୟାଙ୍କ ଖାତାଧାରକଙ୍କୁ ଏଟିଏମ୍‌ରୁ ଟଙ୍କା ନେଣଦେଣ କରିବା ନେଇ କୌଣସି ଛାଡ଼ ମିଳିବ ନାହିଁ। ପୂର୍ବ ଭଳି ଗ୍ରାହକମାନେ ପ୍ରତି ମାସରେ ମେଟ୍ରୋ ସହରରେ ଆଠ ଓ ନନ୍‌ ମେଟ୍ରୋ ସହରରେ ୧୦ ଟ୍ରାନ୍‌ଜାକସନ୍‌ କରିପାରିବେ। ଖାତାଧାରକଙ୍କୁ ନିଜ ବ୍ୟାଙ୍କର ନିୟମାନୁସାରେ ପ୍ରତି ମାସରେ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ, ସର୍ବନିମ୍ନ ବାଲାନ୍ସ ରଖିବା ନିୟମକୁ ଲକ୍‌ଡାଉନ୍‌ ବେଳେ ଉଠାଇଦିଆଯାଇଥିଲା।

9 Reasons to Break Up With Your Bank - When Changing Makes Sense

ଏଥିସହ କେତେକ ବ୍ୟାଙ୍କ ଆଜିଠାରୁ ସୁଧ ହାରକୁ ମଧ୍ୟ କମାଉଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ସୁଧହାରକୁ ୦.୫୦ ପ୍ରତିଶତ କମାଇ ଦେଇଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ସର୍ବାଧିକ ୩.୨୫ ପ୍ରତିଶତ ସୁଧ ଦେବେ। ଏଥିସହ ବ୍ୟାଙ୍କରେ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପାଇଁ ଶେଷ ତାରିଖ ମଧ୍ୟ ଗତ କାଲି ସରିଛି। ଏଣୁ ଆଜିଠାରୁ ଡକ୍ୟୁମେଣ୍ଟ ଭେରିଫାଏ କରିନଥିବା ଗ୍ରାହକଙ୍କ ଖାତା ବି ଫ୍ରିଜ୍‌ ହୋଇଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.