୨୦୨୫ ଫେବୃଆରୀରେ ଲଞ୍ଚ ହେବ ଅନେକ ପାୱାରଫୁଲ୍ ଗାଡ଼ି, ଜାଣନ୍ତୁ ଡିଟେଲ୍ସ

୨୦୨୫ ବର୍ଷର ଦ୍ବିତୀୟ ମାସ ଫେବୃଆରୀରେ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ପରି ଏହି ମାସ ମଧ୍ୟ ଅନେକ ପାୱାରଫୁଲ୍ କାର୍ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଫେବୃଆରୀ ୨୦୨୫ ରେ ଏଭଳି କାର୍ ଲଞ୍ଚ ହେବାକୁ ଯାଉଛି ଯାହାର ମୂଲ୍ୟ ୧୦ ଲକ୍ଷରୁ ୨.୩ କୋଟି ଟଙ୍କା ହୋଇପାରେ । ଫେବୃଆରୀରେ ଲଞ୍ଚ ହେବାକୁ ଥିବା ଗାଡ଼ି ଲିଷ୍ଟରେ Kia ଠାରୁ ଆରମ୍ଭ କରି Audi ପର୍ଯ୍ୟନ୍ତ ମଡ଼େଲ୍ ସାମିଲ୍ ରହିଛି । ତେବେ ଆସନ୍ତୁ ଜାଣିବା ଫେବୃଆରୀରେ କେଉଁ କେଉଁ ଗାଡ଼ି ଲଞ୍ଚ କରିବାକୁ ଯାଉଛି ।
Kia Syros ହେବ ଲଞ୍ଚ :
ଭାରତୀୟ ବଜାରରେ Kia Syros ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । Kia ର ଏହି କାର୍ ଫେବୃଆରୀ ୧, ୨୦୨୫ ରେ ଲଞ୍ଚ ହେବାକୁ ଯାଉଛି । Kia ର ଏହି ଗାଡ଼ି ୧୦ ଲକ୍ଷ ଟଙ୍କାରୁ ନେଇ ୨୦ ଲକ୍ଷ ଟଙ୍କା ରେଞ୍ଜରେ ଆସିପାରେ । ଏହି ବଜେଟ୍ ଫ୍ରେଣ୍ଡେଲି କାରରେ Kia Sonet ପରି ୧.୦-ଲିଟର ଟର୍ବୋ ପେଟ୍ରୋଲ ଏବଂ ୧.୫-ଲିଟର ଡିଜେଲ୍ ଇଞ୍ଜିନର ଅପ୍ସନ ମିଳିପାରିବ ।
Kia Syros ହେଉଛି ଏକ କମ୍ପାକ୍ଟ SUV । ଏହି କାରରେ ଭେଣ୍ଟିଲେଟେଡ୍ ରିୟର ସିଟ୍ ଏବଂ ଲେଭଲ୍ 2 ADAS ର ପିଚର ମିଳିପାରିବ । Kia ର ଏହି ଗାଡ଼ିରେ ୧୨.୩-ଇଞ୍ଚର ଟଚସ୍କ୍ରିନ୍ ଏବଂ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମଧ୍ୟ ମିଳିପାରିବ । ଏହି କାରରେ ପାନୋରାମିକ୍ ସନରୁଫ୍ ରହିବ ।
Audi RS Q8 2025:
Audi RS Q8 ଏକ ପେଟ୍ରୋଲ୍ ଇଞ୍ଜିନ୍ କାର୍ ହୋଇଛି । Audi ର ଏହି କାରରେ ୩୯୯୮ cc, ୮-ସିଲିଣ୍ଡର ଇଞ୍ଜିନର ବ୍ୟବହାର କରାଯାଇଛି । ଏହି କାର୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଆସିପାରେ । Audi ର ଏହି ଗାଡ଼ି ଫେବୃଆରୀ ୧୭,୨୦୨୫ ରେ ଭାରତୀୟ ବଜାରରେ ଏଣ୍ଟ୍ରି କରିପାରିବ । ଏହି SUV ର ପ୍ରାଇସ୍ ୨.୩୦ କୋଟି ଟଙ୍କା ରଖାଯାଇପାରିବ ।
MG Majestor :
MG ଇଣ୍ଡିଆ ନିଜର ଫ୍ଲାଗସିପ୍ SUV Majestor କୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି କାର୍ ଡିଜେଲ୍ ଇଞ୍ଜିନ୍ ସହିତ ବଜାରକୁ ଏଣ୍ଟ୍ରି କରିପାରିବ । ଏହା MG Motors ର ଏକ ପ୍ରିମିୟମ୍ କାର୍ ହେବ । ଫେବୃଆରୀ ୧୮, ୨୦୨୫ ରେ MG Motors ଲଞ୍ଚ କରାଯାଇପାରିବ । ଏହି ପ୍ରିମିୟମ୍ କାରର ପ୍ରାଇସ୍ ପ୍ରାୟ ୪୬ ଲକ୍ଷ ଟଙ୍କା ହୋଇପାରେ ।