ଚଳିତ ମାସରେ ଲଞ୍ଚ ହେବ ୪ଟି ପାୱାରଫୁଲ୍ କାର୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଯଦି ଆପଣ ଆପଣଙ୍କର ପୁରୁଣା କାରକୁ ବଦଳାଇ ଏକ ନୂତନ କାର କିଣିବାକୁ ପ୍ଲାନ କରୁଛନ୍ତି, ତେବେ ମେ ୨୦୨୫ ଆପଣଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଛି । ଏହି ମାସରେ, Kia, Tata, MG ଏବଂ Volkswagen ଭଳି ବଡ଼ ବ୍ରାଣ୍ଡଗୁଡ଼ିକ ଭାରତୀୟ ବଜାରରେ ସେମାନଙ୍କର ନୂତନ କାର ଲଞ୍ଚ କରିବାକୁ ଯାଉଛନ୍ତି ।
ଏଥିରେ ଏକ ନୂଆ MPV, ଏକ ପ୍ରିମିୟମ୍ ହ୍ୟାଚବ୍ୟାକ୍, ଲମ୍ବା ରେଞ୍ଜ୍ EV ଏବଂ ସ୍ପୋର୍ଟି GTI କାର୍ ସାମିଲ୍ । ଆସନ୍ତୁ ଏହି ସମସ୍ତ ଗାଡ଼ିର ଲଞ୍ଚ ଡେଟ୍, ଇଞ୍ଜିନ ଏବଂ ଫିଚର୍ସଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ।
୧) Kia Clavis :
କିଆ ଇଣ୍ଡିଆ ଘୋଷଣା କରିଛି ଯେ ଏହା ଏହାର ପପୁଲାର୍ MPV Carensର ଏକ ନୂଆ ଭର୍ସନ କ୍ଲାଭିସ୍ ଲଞ୍ଚ କରିବ। ଏହି କାରର ଡିଜାଇନ୍ ମେ ୮, ୨୦୨୫ରେ ଉନ୍ମୋଚନ କରାଯିବ । ହେଲେ ଏହାର ପ୍ରାଇସ୍ ୨ ଜୁନ୍, ୨୦୨୫ରେ ପ୍ରକାଶିତ ହେବ । ଏହି ନୂତନ MPV ରେ ଲେଭଲ୍ ୨ ADAS, ୩୬୦-ଡିଗ୍ରୀ କ୍ୟାମେରା, ୬ ଟି ଏୟାରବ୍ୟାଗ୍, ୧୨.୩-ଇଞ୍ଚ ଇନଫୋଟେନମେଣ୍ଟ ସିଷ୍ଟମ୍, ୧୦.୨୫-ଇଞ୍ଚ ଡିଜିଟାଲ୍ ଡ୍ରାଇଭର୍ କନସୋଲ୍ ଏବଂ ପାନୋରାମିକ୍ ସନରୁଫ୍ ଭଳି ପ୍ରିମିୟମ୍ ଫିଚର୍ସ ରହିବ । କ୍ଲାଭିସ୍ ତିନୋଟି ଇଞ୍ଜିନ୍ ଅପ୍ସନରେ ରହିବ ଯାହା ହେଉଛି- ପେଟ୍ରୋଲ, ଟର୍ବୋ ପେଟ୍ରୋଲ୍ ଏବଂ ଡିଜେଲ୍ ସହିତ ଲଞ୍ଚ କରାଯିବ, ଯାହା ଏହାକୁ ଫ୍ୟାମିଲି ୟୁଜର୍ସ ଏବଂ ଫିଚର-ଲଭିଂ ଗ୍ରାହକ ଉଭୟଙ୍କ ପାଇଁ ଏକ ଆଟ୍ରାକ୍ଟିଭ୍ ଅପ୍ସନ କରିବ ।
୨) Tata Altroz ଫେସଲିଫ୍ଟ :
Tata Altroz ଭାରତୀୟ ବଜାରରେ ପ୍ରିମିୟମ୍ ହ୍ୟାଚବ୍ୟାକ୍ ଭାବରେ ଏଷ୍ଟାବ୍ଲିସଡ୍ ହୋଇସାରିଛି । ଏବେ ଏହାର ଫେସଲିଫ୍ଟ ଭର୍ସନ ୨୧ ମେ ୨୦୨୫ ରେ ଲଞ୍ଚ ହେବାକୁ ଯାଉଛି । ଫେସଲିଫ୍ଟ ମଡେଲରେ ଏକ ନୂତନ ଇଣ୍ଟରିୟର ଡିଜାଇନ୍, ଡାଏମଣ୍ଡ କଟ୍ ଆଲୟ ହୁଇଲ ଏବଂ ଅପଡେଟେଡ୍ ଇଣ୍ଟେରିୟର ସହିତ ଅନେକ ନୂଆ ଫିଚର୍ସ ରହିବ । Altroz ହେଉଛି ଭାରତରେ ଏକମାତ୍ର ହ୍ୟାଚବ୍ୟାକ୍ ଯାହା ଡିଜେଲ ଇଞ୍ଜିନ୍ ଅପ୍ସନ ସହିତ ଆସିଥାଏ, ଯାହା ଏହାକୁ ଉନ୍ନତ ଫ୍ୟୁଏଲ୍ ଏଫିସିଏନ୍ସି ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ବେଷ୍ଟ ଅପ୍ସନ ହେବ ।
୩) Volkswagen Golf GTI :
Volkswagen ଖୁବ୍ ଶୀଘ୍ର ଭାରତରେ ଏହାର ଦ୍ୱିତୀୟ GTI ଅଫରିଂ, Golf GTI ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଯଦିଓ ଲଞ୍ଚ ଡେଟ୍ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ହେଲେ ଆଶା କରାଯାଉଛି ଯେ ଏହି କାରଟି ମେ 2025 ରେ ବଜାରରେ ଏଣ୍ଟ୍ରି କରିପାରେ । Golf GTIରେ ୨.୦-ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ରହିବ ଯାହା ୨୬୧ bhp ଏବଂ ୩୭୦Nm ଟର୍କ ଜେନେରେଟ୍ କରିବ । ଏହି କାର ସେହି ଗ୍ରାହକମାନଙ୍କ ପାଇଁ ବେଷ୍ଟ ହେବ ଯେଉମାନେ ସ୍ପୋର୍ଟି ହ୍ୟାଣ୍ଡେଲିଂ, ଦମଦାର୍ ପରଫରମାନ୍ସ ଏବଂ ପ୍ରିମିୟମ୍ ଡିଜାଇନ୍ ଖୋଜୁଛନ୍ତି ।
୪) MG Windsor EV Long Range :
MG Windsor EV ଭାରତୀୟ ଇଲେକ୍ଟ୍ରିକ୍ ଗାଡ଼ି ମାର୍କେଟରେ ନିଜର ଦୃଢ଼ ସ୍ଥିତି ସୃଷ୍ଟି କରିସାରିଛି । ଏବେ କମ୍ପାନୀ ଏହି ଗାଡ଼ିର ଲଙ୍ଗ ରେଞ୍ଜ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂଆ ଭାରିଆଣ୍ଟରେ ୫୦.୬ kWh ବ୍ୟାଟେରୀ ପ୍ୟାକ୍ ରହିବ, ଯାହା ଥରେ ଚାର୍ଜ କଲେ ପ୍ରାୟ ୪୬୦ କିଲୋମିଟର ରେଞ୍ଜ ଦେବ । ଏହି ଲଙ୍ଗ ରେଞ୍ଜ ଭର୍ସନ ମାଧ୍ୟମରେ, MG ସେହି ଗ୍ରାହକମାନଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି ଯେଉଁମାନେ ଚାର୍ଜିଂ ବିଷୟରେ ଚିନ୍ତା ନକରି ଦୀର୍ଘ ଦୂରତା ଯାତ୍ରା ପାଇଁ ଏକ ଇଲେକ୍ଟ୍ରିକ୍ କାର କିଣିବାକୁ ଚାହାଁନ୍ତି ।
Also read : Mahindra ର ନୂଆ Electric Car ପାଇଁ ଆରମ୍ଭ ହେଲା ବୁକିଂ, ଜାଣନ୍ତୁ କେବେ ହାତକୁ ଆସିବ ଗାଡିର ଚାବି