ଖୁବ୍ ଶୀଘ୍ର ଲଞ୍ଚ ହେବ ଏହି ୩ଟି ଦମଦାର୍ କାର୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଟାଟା ମୋଟର୍ସ ପୁଣିଥରେ ଏହାର ପପୁଲାର SUV, Tata Sierra କୁ ଏକ ନୂଆ ଅବତାରରେ ଲଞ୍ଚ କରିବାକୁ ଯାଉଛି । ଏଥର ଏହି SUV କେବଳ ଇଲେକ୍ଟ୍ରିକ୍ ହେବ ନାହିଁ ବରଂ ପେଟ୍ରୋଲ୍ ଏବଂ ଡିଜେଳ୍ ଉଭୟ ଇଞ୍ଜିନ୍ ଅପ୍ସନ ସହିତ ଆସିବ ।

Tata Sierra :
Tata Sierra ର ଡିଜାଇନ୍ ମର୍ଡନ୍, ସ୍ଲିକ୍ ଏବଂ ଫ୍ୟୁଚରଷ୍ଟିକ୍ ହେବ । ଏହି SUV ରେ ଏକ ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ମିଳିବ, ଯାହା କେବଳ ଉନ୍ନତ ମାଇଲେଜ୍ ଦେବା ନାହିଁ ବରଂ ଭଲ ପରଫରମାନ୍ସ ମଧ୍ୟ ପ୍ରଦାନ କରିବ । ସୁଲଭ ମୂଲ୍ୟରେ ଏକ ପ୍ରିମିୟମ SUV ଏକ୍ସେପେରିୟନ୍ସ ପ୍ରଦାନ କରିବା ଲକ୍ଷ୍ୟରେ Tata Sierra ର ICE ଭର୍ସନ୍ ଲଞ୍ଚ କରାଯାଇଛି । ଏଥି ସହ ଏହାକୁ ଇଣ୍ଡିଆ ମୋବିଲିଟି ଏକ୍ସପୋ ୨୦୨୪ ରେ ଉପସ୍ଥାପନ କରାଯାଇଥିଲା । ଯେଉଁଥିପାଇଁ ଲୋକଙ୍କର ଉତ୍ସାହ ମଧ୍ୟ ଜାଗ୍ରତ ହୋଇଥିଲା ।

New Hyundai Venue :
Hyundai Venue ଦୀର୍ଘ ସମୟ ଧରି ଭାରତୀ୍ର ବଗାରରେ ଏକ ପପୁଲାର SUV ହୋଇଆସିଛି । ବର୍ତ୍ତମାନ ଏହାର ନୂଆ ଭର୍ସନ୍ ୨୦୨୫ ରେ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ପୂର୍ବ ଅପେକ୍ଷା ଭଲ ଡିଜାଇନ୍ ଏବଂ ଅପଡେଟ୍ ଫିଚର୍ସ ରହିବ । ନୂଆ ଭେନ୍ୟୁର ଏକ୍ସଟେରିୟର ଏବଂ ବୋଲ୍ଡ ମଧ୍ୟ ଆହୁରି ଆଟ୍ରାକ୍ଟିଭ୍ ହେବାକୁ ଯାଉଛି । ଟେକ୍ନୋଲୋଜି ଦ୍ରୁଷ୍ଟିରୁ ଏହି SUV ୩୬୦ ଡିଗ୍ରୀ, କ୍ୟାମେରା, ୱାରଲେସ୍ ଚାର୍ଜିଂ ଏବହ ବଡ଼ ଟଚସ୍କ୍ରିନ୍ ଭଳି ଫିଚର୍ସ ସାମିଲ ଅଛି । ଏହି କାର ପେଟ୍ରୋଳ୍ ଏବଂ ଡିଜେଲ୍ ଉଭୟ ଇଞ୍ଜିନ୍ ଅପ୍ସନ ସହିତ ଆସିବ । ଏଥିସହ ଉଭୟ ପାୱାରଟ୍ରେନ୍ରେ ଅଟୋମେଟିକ୍ ଟ୍ରାନ୍ସକିସନର ଅପ୍ସନ ମଧ୍ୟ ରହିବ ।

Maruti Suzuki Grand Vitara :
Maruti Suzuki ବର୍ତ୍ତମାନ ନିଜର ପପୁଲାର୍ SUV, Grand Vitara କୁ ୭-ସିଟର ଭର୍ସନରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି SUV ବିଶେଷ ଭାବରେ ବଡ଼ ପରିବାର ପାଇଁ ଡିଜାଇନ୍ କରାଯାଇଛି, ଯେଉଁମାନେ ଆଫର୍ଡେବଳ୍ ପ୍ରାଇସରେ ଏବ ଭଲ SUV ଚାହାଁନ୍ତି । ଏହି ନୂଆ ଭର୍ସନରେ ତିନି ରୋ ସିଟିଂ ବ୍ୟବସ୍ଥା ରହିବ ଏବଂ ସେକେଣ୍ଡ ରୋରେ କ୍ୟାପ୍ଟେନ୍ ସିଟ୍ସ ମଧ୍ୟ ଦେଖିବାକୁ ମିଳିବ । ଡିଜାଇନରେ ରେଗୁଲାର୍ Grand Vitara ତୁଳନାରେ କିଛି ପରିବର୍ତ୍ତନ ଆସିବ ଏବଂ ଏଥିରେ ପ୍ରିମିୟମ୍ ଇଣ୍ଟେରିୟର, ଅଧିକ ସ୍ପେସ୍, ଭଲ କମ୍ଫର୍ଟ ରହିବ । ଏଥି ସହ ଏଥିରେ ମାଇଲ୍ଡ ଏବଂ ଷ୍ଟ୍ରଙ୍ଗ ହାଇବ୍ରିହ୍ ପାୱାରଟ୍ରେନ୍ ଅପକସନ ମଧ୍ୟ ମିଳିବ ।