ଆଡଭାନ୍ସ ଫିଚର୍ସ ସହ ଲଞ୍ଚ ହେଲା Kawasaki Eliminator Cruiser 500, ମିଳିବ ନୂଆ ରେଟ୍ରୋ ଲୁକ୍

ଜବରଦସ୍ତ ରେଟ୍ରୋ ଲୁକ୍ ଏବଂ ଆଡଭାନ୍ସ ଫିଚର୍ସ ସହ ଲଞ୍ଚ ହେଲା କାୱାସାକିର ଏକ ନୂଆ ବାଇକ୍ । Kawasaki ଭାରତର ଲୋକପ୍ରିୟ ବାଇକ୍ ମଧ୍ୟରୁ ଅନ୍ୟତମ । ଆଜି ବି ଏହାର ଅନେକ ପ୍ରଶଂସକ ଅଛନ୍ତି । କମ୍ପାନୀ ଏଥିରେ ଥିବା ଫିଚର ଗୁଡିକୁ ଅପଡେଟ୍ କରି ଚାଲିଛି ତଥାପି ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଆଜି ବି ସେମିତି ରହିଛି । ଆଜିର ଯୁବପିଢ଼ିଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଭାରତରେ ଏହାର ଏକ ନୂଆ ଅପଡେଟଡ୍ ଭର୍ସନ ଲଞ୍ଚ କରିଛି । ଯାହାର ନାମ ହେଉଛି Kawasaki Eliminator Cruiser 500 ।

ଏହା ସହିତ ଅପଡେଟେଡ୍ ବାଇକର ମୂଲ୍ୟ ମଧ୍ୟ ୧୪ ହଜାର ଟଙ୍କା ବୃଦ୍ଧି କରାଯାଇଛି । କମ୍ପାନୀ ଏହି କାୱାସାକି ବାଇକ୍‌କୁ ୫ ଲକ୍ଷ ୭୬ ହଜାର ଟଙ୍କା ପ୍ରାରମ୍ଭିକ ଏକ୍ସ-ସୋରୁମ୍‌ ମୂଲ୍ୟରେ ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ବାଇକ୍‌ର ଫିଚର୍ସ ଏବଂ ପାୱାରଟ୍ରେନ୍ ବିଷୟରେ । ଏହି ଅପଡେଟେଡ୍ ବାଇକ୍‌ଟି ସମ୍ପୂର୍ଣ୍ଣ LED ଲାଇଟିଂ, ସ୍ଲିକ୍ ଟର୍ଣ୍ଣ ଇଣ୍ଡିକେଟର୍, ୱାଇଡ୍ ହ୍ୟାଣ୍ଡେଲବାର, 2-ଇନ୍-1 ଏକ୍ସଜଷ୍ଟ ଏବଂ ସ୍ପ୍ଲିଟ୍ ସିଟ୍ ପାଇଛି । ଏହି କାୱାସାକି ବାଇକ୍ କେବଳ ଗୋଟିଏ କଲର୍ ଅପ୍ସନରେ ଉପଲବ୍ଧ ଯାହା ହେଉଛି ଫ୍ଲାଟ୍ ସ୍ପାର୍କ ବ୍ଲାକ୍ କଲର୍ ।

ଏହାର ଥିମ୍ ସମ୍ପୂର୍ଣ୍ଣ ବ୍ଲାକ୍ ରହିଛି ଯାହା ବାଇକକୁ ଏକ କ୍ଲାସିକ୍ ଡିଜାଇନ୍‌ ଦେଇଛି । କାୱାସାକି ଏଲିମିନେଟର କ୍ରୁଜର 500 ରେ ୪୫୧ cc, ଲିକ୍ୱିଡ୍-କୋଲଡ୍, ପାରାଲାଲ-ଟ୍ୱିନ୍ ଇଞ୍ଜିନ୍ ପାୱାରଟ୍ରେନ୍ ଭାବରେ ମିଳିଥାଏ । ଯାହା ସର୍ବାଧିକ ୪୫bhp ପାୱାର ଏବଂ ୪୨.୬Nm ପିକ୍ ଟର୍କ ଜେନେରେଟ କରିପାରିବ । ଏହା ଏକ ୬-ସ୍ପିଡ୍, ରିଟର୍ଣ୍ଣ ସିଫ୍ଟ ଟ୍ରାନ୍ସମିସନ୍ ସହିତ ଯୋଡାଯାଇଛି । ଏଥିରେ କାୱାସାକିର ଆସିଷ୍ଟ ଏବଂ ସ୍ଲିପର କ୍ଲଚ୍ ଟେକ୍ନୋଲୋଜି ମଧ୍ୟ ଅଛି । ଏହି ବାଇକ୍ ଏକ ହାଇ-ଟେନସାଇଲ୍ ଷ୍ଟିଲ୍ ଟ୍ରେଲିସ୍ ଫ୍ରେମ୍ ବ୍ୟବହାର କରେ ।

ଯାହାର ଆଗ ଭାଗରେ ଟେଲିସ୍କୋପିକ୍ ଫୋର୍କ ଏବଂ ପଛ ଭାଗରେ ସ୍ୱିଙ୍ଗଆର୍ମ ସସପେନସନ୍ ଅଛି । କାୱାସାକି ଏଲିମିନେଟର ହେଉଛି ଏପରି ଏକ ଅପ୍ସନ୍ ଯାହା ଭଲ ପରଫରମାନ୍ସ ଦେବା ସହ ଆଧୁନିକ ଟେକ୍ନୋଲୋଜି ଏବଂ ରେଟ୍ରୋ ଲୁକ୍ସର ଏକ ଭଲ ମିଶ୍ରଣ । ଏହି କାୱାସାକି ବାଇକ୍‌ର ଆଗ ଏବଂ ପଛ ଚକ ୧୮ ଇଞ୍ଚ ଏବଂ ୧୬ ଇଞ୍ଚ ରହିଛି । ଏହା ବ୍ୟତୀତ, ବାଇକ୍‌ରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ LCD ଇଣ୍ଡଷ୍ଟ୍ରୀମେଣ୍ଟ ପ୍ୟାନେଲ୍ ଅଛି । ଯେଉଁଥିରେ ଏକ ବାର୍ ଷ୍ଟାଇଲ୍ ଟାକୋମିଟର୍ ଏବଂ ଗିଅର୍ ପୋଜିସନ୍ ଇଣ୍ଡିକେଟର୍ ଅଛି ।

କାୱାସାକି କମ୍ପାନୀ ନିଜ ସୋସିଆଲ ମିଡିଆରେ ଏହି ନୂଆ ବାଇକ୍ ଲଞ୍ଚ୍ ବିଷୟରେ ସୂଚନା ଦେଇଛନ୍ତି ଏବଂ ଏହାର ଫିଚର୍ସ ଏବଂ ନୂତନ ମୂଲ୍ୟ ମଧ୍ୟ ପ୍ରକାଶ କରିଛନ୍ତି । ଯାହାକୁ ଗ୍ରାହକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଏହି ବାଇକ୍ ସେହି ମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁମାନେ ନିଜ ବାଇକରେ ରେଟ୍ରୋ ଲୁକ୍ ସହିତ କିଛି ମର୍ଡନ ଫିଚର୍ସ ଚାହୁଁଛନ୍ତି । ତେବେ ଯଦି ଆପଣ ଏକ ନୂଆ ବାଇକ କିଣିବେ ବୋଲି ଭାବିଛନ୍ତି ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

Also read: Volkswagen ଭାରତରେ ଲଞ୍ଚ କଲା Tiguan R-Line, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍