ପୋଲିସ ଚାକିରି କରିବାକୁ ଇଚ୍ଛା ଥିଲେ, ତୁରନ୍ତ କରନ୍ତୁ ଆବେଦନ

ଉତ୍ତର ପ୍ରଦେଶ ପୋଲିସ ଭର୍ତ୍ତି ନେଇ ଗଠିତ ହୋଇଥିବା ବୋର୍ଡ ବା (ୟୁପିପିଆରପିବି) ଦ୍ୱାରା ୨୬ ହଜାର ୨୧୦ଆରକ୍ଷୀ ନାଗରିକ ପୋଲିସ ପଦ ପାଇଁ ଭର୍ତ୍ତି ନେଇ ନିଯୁକ୍ତି ପ୍ରକ୍ରିୟା ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ପୁରୁଷଙ୍କ ସହ ମହିଳା ମାନଙ୍କୁ ବି ଆବେଦନ କରିବାର ସୁଯୋଗ ମିଳିବ । ଖୁବଶୀଘ୍ର ଏନେଇ ଅଫିସିଆଲ ୱେବ ସାଇଟରେ ଜାରି କରାଯିବ । ମିଡିୟା ରିପୋର୍ଟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଚଳିତ ମାସର ମାସର ଅନ୍ତ ଯାଏଁ ହୋଇପାରିବ । ଅବଶ୍ୟ ବୋର୍ଡ ପକ୍ଷରୁ ଏନେଇ କୌଣସି ଅଫିସିଆଲ ନୋଟିଫିକେସନ ଜାରି ହୋଇନାହିଁ । ଅନ୍ୟପକ୍ଷରେ ଯଦି ଆପଣ କନେଷ୍ଟେବଳ ଭର୍ତ୍ତିରେ ସାମିଲ ହେବାକୁ ଯାଉଛନ୍ତି ଆଉ ଏନେଇ ଲିଖିତ ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏବେ ଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ।

ୟୁପି ପୋଲିସ ବିଭାଗରେ ଖୁବ ଶୀଘ୍ର ହେବାକୁ ଥିବା ସିପାହୀ ଭର୍ତ୍ତି ନେଇ ଲିଖିତ ପରୀକ୍ଷା ମୂଲ୍ୟାଙ୍କନରେ ଇକ୍ୟୁପମେଣ୍ଟାଲ ପ୍ରକ୍ରିୟା ଲାଗୁ ହୋଇପାରେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାକୁ ଅଛି । ସମ୍ପୂର୍ଣ୍ଣ ତଥ୍ୟ ପାଇବାକୁ ହେଲେ ଆଶାୟୀ ମାନଙ୍କୁ ଆଗାମୀ ନୋଟିଫିକେସନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

ୟୁପିରେ କନେଷ୍ଟେବଳ ତଥା ଫାୟାରମ୍ୟାନର ୨୬ ହଜାର ୩୮୨ ପଦବୀ ପାଇଁ ସହ ଆଶାୟୀ ମାନଙ୍କୁ ଅନେକ ଗୁଡିଏ ସ୍ତର ଦେଇ ଗତି କରିବାକୁ ହେବ । ପ୍ରଥମେ ଲିଖିତ ପରୀକ୍ଷା ଦେବା ପରେ ପରେ ଶାରୀରିକ ମାପ ପରୀକ୍ଷା ଓ ତାହା ପରେ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେବାକୁ ପଡିବ ।ଏହା ବ୍ୟତୀତ ମେଡ଼ିକାଲ ଟେଷ୍ଟରେ ମଧ୍ୟ ପାସ କରିବାକୁ ହେବ । କଥାରେ ଅଛି ଚାକିରୀ କରିବ ପୋଲିସୀ, ମାଛ ଖାଇବ ଇଂଲିସି । କାହିଁକି କେଜାଣି ଏହି ଚାକିରୀରେ ଭିନ୍ନ ଏକ ମଜା ଥାଏ । ସାଧାରଣ ବେଶ ଭୁଷାରେ ବି ପୋଲିସ କଖି ପୋଷାକ ଟିଏ ପିନ୍ଧି ସେ ବାଟ ଦେଇଚାଲି ଯାଏଁ ସେସମୟରେ ଲୋକଙ୍କ ଶରୀରରେ ଯେମିତି ଏକ ପ୍ରକାର ଭୟ ପଶିଯାଏ ।

Leave A Reply

Your email address will not be published.