UPPCLରେ ନିଯୁକ୍ତି ଜାରି, ମାତ୍ର ଗୋଟିଏ ପରୀକ୍ଷା ଦେଇ ପାଆନ୍ତୁ ଚାକିରି

ଉତ୍ତରପ୍ରଦେଶରେ ଯେଉଁମାନେ ସରକାରୀ ଚାକିରି କରିବାକୁ ଚାହୁଁଥିବା ଯୁବପୀଢ଼ିଙ୍କ ପାଇଁ ଉତ୍ତରପ୍ରଦେଶ ପାୱାର କର୍ପୋରେସନ ନେଇଆସିଛି ସୁବର୍ଣ୍ଣ ସୁଯୋଗ । UPPCL ପକ୍ଷରୁ ଆକାଉଣ୍ଟ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହିପଦବୀରେ ଆବେଦନ କରିବା ପାଇଁ ଇଛୁକ ଥିବା ବ୍ୟକ୍ତି ଆଜି ହିଁ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତିଥି: ୦୬.୧୦.୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୭.୧୦.୨୦୨୦

ପଦବୀ ନାମ ଏବଂ ପଦ ସଂଖ୍ୟା

ଆକାଉଣ୍ଟ କ୍ଲର୍କ-୧୦୨

ବୟସ ସୀମା:

ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ବର୍ଷ ଏବଂ ଅଧିକତମ ୪୦ ବର୍ଷ ନିର୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଏପରିକରନ୍ତୁ ଆବେଦନ:

ଆବେଦନକାରୀ ସମ୍ବନ୍ଧିତ ୱେବସାଇଟ ଜରିଆରେ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।

 

 

Leave A Reply

Your email address will not be published.