କରୋନା ମହାମାରୀ ପାଇଁ ସ୍ଥଗିତ ହେଲା ୟୁପିପିଏସସି ପ୍ରିଲିମିନାରୀ ପରୀକ୍ଷା

ଆସନ୍ତା ଜୁନ ମାସରେ ଆୟୋଜିତ ହେବାକୁ ଥିବା ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ବା ୟୁପିପିଏସସି ଭର୍ତ୍ତି ପରୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ପ୍ରାରମ୍ଭିକ ପରୀକ୍ଷାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା ଜଣାଯାଇଛି । ଏହା ସହ ଅନ୍ୟ ଦୁଇ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି । ୟୁପିପିଏସସି ପିସିଏସ ପରୀକ୍ଷା ବ୍ୟତୀତ ସହାୟକ ବନ ସରଂକ୍ଷକ / କ୍ଷେତ୍ରୀୟ ବନ ଅଧିକାରୀ ପ୍ରାରମ୍ଭିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ୟୁପିପିପିଏସ୍ସି ର ଅଫିସିଆଲ ୱେବସାଇଟ uppsc.up .nic.in କୁ ଯାଇ ଏହି ସମ୍ବନ୍ଧରେ ଚେକ କରିପାରିବେ । ପରୀକ୍ଷା କେବେ କରାଯିବ ସେନେଇ ପରବର୍ତ୍ତୀ ସମୟରେ ଆଗୁଆ ସୂଚନା ଦିଆଯିବ । କହିରଖିବା ଉଚିତ ହେବକି, ଉତ୍ତରପ୍ରଦେଶ ପିସିଏସ ପ୍ରାରମ୍ଭିକ ପରୀକ୍ଷା ଆସନ୍ତା ଜୁନ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ପରୀକ୍ଷା ୨୩ ଜିଲ୍ଲାରେ ଦୁଇଟି ସିଫଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସ୍ଥିର ହୋଇଥିଲା ।

ସୂଚନା ଅନୁଯାୟୀ ଏହି ପରୀକ୍ଷା ଦେବା ପାଇଁ ପ୍ରାୟ ୭ ଲକ୍ଷ ଆବେଦନ କାରୀ ଆବେଦନ କରିଥିଲେ । ଭର୍ତ୍ତି ପାଇଁ ଅନଲାଇନ ଜରିଆରେ ଆବେଦନ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ବନ ସରଂକ୍ଷକ ପଦ ପାଇଁ ପରୀକ୍ଷା ଜୁନ ୧୩ ତାରିଖରେ କରାଯିବା ନେଇ ସ୍ଥିର ହୋଇଥିଲା । ଯାହାର ଘୋଷଣା ଏପ୍ରିଲ ମାସ ଶେଷରେ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.