UPSC ରେଜଲ୍ଟ ୨୦୨୦ : ଘୋଷଣା ହେଲା ଇଂଜିନିୟରିଂ ସର୍ଭିସେସ୍‌ ପ୍ରିଲିମ୍ସ ପରୀକ୍ଷାର ପରିଣାମ

UPSC ପକ୍ଷରୁ ଇଂଜିନିୟରିଂ ସର୍ଭିସେସ୍‌ ପ୍ରିଲିମ୍ସ ଏଗଜାମ୍‌(ESE) ର ରେଜଲ୍ଟ ଘୋଷଣା କରାଯାଇଛି। ଏହି ପରୀକ୍ଷାର ପରିଣାମ ୟୁପିଏସ୍‌ସିର ଅଫିସିଆଲ େଓ୍ଵବସାଇଟ୍‌ upsc.gov.in ରେ ଦେଖିପାରିବେ।

ସୂଚନାଯୋଗ୍ୟ, ୫ ଜାନୁଆରୀ ୨୦୨୦ରେ ଆୟୋଜିତ ହୋଇଥିବା ଏହି ପରୀକ୍ଷାରେ ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗ୍ୟ ପ୍ରାର୍ଥୀ ଏବେ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ଆୟୋଗ ପକ୍ଷରୁ ସଫଳ ପ୍ରାର୍ଥୀଙ୍କ ନାମ ଥିବା ଏକ ସୂଚୀ ଜାରି କରାଯାଇଛି, ଯେଉଁଥିରେ ସେମାନଙ୍କ ରୋଲ ନଂ ଲେଖାହୋଇଛି। ଆୟୋଗ ପକ୍ଷରୁ ଇନଂଜିନିୟରିଂ ସଭିସେସ୍‌ର ମେନ୍‌ ପରୀକ୍ଷା ତାରିଖ ୨୮ ଜୁନ୍‌ ୨୦୨୦କୁ ହେବ ବୋଲି ସୁନିଶ୍ଚିତ କରାଯାଇଛି। ଏହି ପରୀକ୍ଷାର ଆଡମିଟ୍‌ କାର୍ଟ ପରୀକ୍ଷାର ଧାର୍ଯ୍ୟ ତାରିଖର ଦୁଇ କିମ୍ବା ତିନି ସପ୍ତାହ ପୂର୍ବରୁ ଅଫିସିଆଲ ସାଇଟ୍‌ରେ ଉପଲବ୍ଧ ହେବ।

Leave A Reply

Your email address will not be published.