UPSC ନିଯୁକ୍ତି ୨୦୨୧: ଏହି ସବୁ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

UPSC Recruitment: ବିଭିନ୍ନ ପଦବୀ ପାଇଁ କେନ୍ଦ୍ର ଜନସେବା ଆୟୋଗ ନିଯୁକ୍ତି ଦେଉଛି । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏକ ବଡ଼ ଚାକିରିର ସୁଯୋଗ ଅଛି । ଏଥିରେ ଆସିଷ୍ଟାଣ୍ଟ ପ୍ରଫେସର, ସିନିଅର ରିସର୍ଚ୍ଚ ଅଫିସର, ଆସିସଷ୍ଟାଣ୍ଡ ଡ଼ାଇରେକ୍ଟର ଏବଂ ମେଡିକାଲ୍ ଅଫିସର,ଆସିଷ୍ଟାଣ୍ଟ ଡିଫେନ୍ସ ଇଷ୍ଟେଟ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ପୋଷ୍ଟଗୁଡିକ ଆବେଦନ କରିବା ପାଇଁ ଅନଲାଇନ୍ ଏପ୍ଲିକେସନ ଲିଙ୍କ୍ upsc.gov.in ଆକ୍ଟିଭ ହୋଇଛି ।

UPSC ନିଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ତାରିଖ

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୧୧ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ ଆବେଦନ କରିପାରିବେ।

UPSC ନିଯୁକ୍ତି ୨୦୨୧ ପ୍ରକାଶିତ ପୋଷ୍ଟଗୁଡିକର ବିବରଣୀ

ଆସିଷ୍ଟାଣ୍ଟ ପ୍ରଫେସର – ୦୧ ପୋଷ୍ଟ
ଆସିଷ୍ଟାଣ୍ଟ ପ୍ରତିରକ୍ଷା ଇଷ୍ଟେଟ୍ – ୦୬ ପୋଷ୍ଟ
ସିନିଅର ରିସର୍ଚ୍ଚ ଅଫିସର – ୧୬ ଟି ପୋଷ୍ଟ
ଆସିସଷ୍ଟାଣ୍ଡ ଡ଼ାଇରେକ୍ଟର – ୩୩ ଟି ପୋଷ୍ଟ
ମେଡିକାଲ୍ ଅଫିସର – ୦୮ ଟି ପୋଷ୍ଟ

ମୋଟ ୬୪ ପୋଷ୍ଟ

ଆବେଦନ କରିବାକୁ ଯୋଗ୍ୟତା ମାନଦଣ୍ଡ ସମସ୍ତ ପୋଷ୍ଟ ପାଇଁ ଅଲଗା ଅଲଗା ରହିଛି । ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଏବଂ ସମସ୍ତ ପଦବୀ ପାଇଁ ଧାର୍ଯ୍ୟ ବୟସ ସୀମା ବିଷୟରେ ବିସ୍ତୃତ ସୂଚନା ପୃଥକ ଭାବରେ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିରେ ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବା ଜରୁରୀ । ମନୋନୀତ ପ୍ରାର୍ଥୀଙ୍କ ପାଇଁ ଦରମା ସ୍କେଲ ମଧ୍ୟ ସ୍ଥିର ହୋଇଛି । ଆବେଦନ କରିବାକୁ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି 25 ଟଙ୍କା ଏପ୍ଲିକେସନ ଫି ଦେବାକୁ ପଡୁଥିବା ବେଳେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.