UPSC ରେ ଖାଲିପଡିଛି ପଦବୀ, ଦରମା ମାସକୁ ୨,୦୮,୭୦୦ ଟଙ୍କା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ, ଆପଣଙ୍କ ପାଇଁ ଖୁସି ଖବର। UPSC ରେ ଭେଟେନାରୀ ଅଫିସର ସହିତ ଅନେକ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ ଆବେଦନ କରିବାର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୨ ରହିଛି। ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ UPSConline.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ : ୫୨

ସ୍ପେଶାଲିଷ୍ଟ ଗ୍ରେଡ-୩ : ୨୮

ପ୍ରୋସିକ୍ୟୁଟର: ୧୨

ଭେଟେନାରୀ ଅଫିସର: ୧୦

ଆସିଷ୍ଟାଣ୍ଟ ପ୍ରଫେସର :୨

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୪ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଖରେ ସିଏ, ଏମବିଏ, ବିଇ, ବିଟେକ, ଇଂଜିନିୟରିଂ, ବିଏସସି, ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ, ମାଷ୍ଟର ଡିଗ୍ରୀ ଏବଂ ଡିପ୍ଲୋମା ହେବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ।

ଦରମା : ପ୍ରାର୍ଥୀଙ୍କୁ ମାସକୁ ୬୭,୭୦୦ ଟଙ୍କାରୁ ୨, ୦୮, ୭୦୦ ଟଙ୍କା ଦରମା ମିଳିବ।

ଅଭିଜ୍ଞତା : ପ୍ରାର୍ଥୀଙ୍କ ପାଖରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ଅଣସଂରକ୍ଷିତ ବର୍ଗ ପ୍ରାର୍ଥୀ ୨୫ ଟଙ୍କା ଶୁଳ୍କ ଦେବାକୁ ହେବ। ଅନ୍ୟ ସମସ୍ତେ ନିଶୁଳ୍କ ଆବେଦନ କରିପାରିବେ।

ଜାଣନ୍ତୁ କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌UPSConline.nic.inକୁ ଯାଆନ୍ତୁ।

ଏହା ପରେ ଏକ ନୂଆ ପେଜ୍‌ ନଜର ଆସିବ।

ଏବେ ନିଜର ପଞ୍ଜିକରଣ କରି ଲଗଇନ୍‌ କରି ଆବେଦନ ଫର୍ମ ଭରନ୍ତୁ।

ପ୍ରାର୍ଥୀ ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ।

ଏହା ପରେ ଅନଲାଇନ ପଂଜିକରଣ ଶୁଳ୍କ ଭରନ୍ତୁ।

ଏବେ ଜମା କରିଥିବା ଆପ୍ଲିକେସନ ଫର୍ମ, ଆବେଦନ ଶୁଳ୍କ ରସିଦ ଇତ୍ୟାଦିକୁ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://upsconline.nic.in/ora/Detail.php?post=MTg4MwDKDSACWOPLXMNSAZCCFVA3QY9KUCIXXG5QI6AJKXCN72H1ALIA&case=MjA4NwCDMZKACSCJVXAAFNAISN6HCOAKLDI931WYXQIGIQP5UKACX2X7&id=MQQ5C3POASDIYCCZCI6ND9LVG2AKUJ7WHXNMQKACAXFXASXLIK1A

https://upsconline.nic.in/ora/VacancyNoticePub.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.